fbpx

କିଏ ହେବ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ! ୩ ନେତାଙ୍କୁ ନେଇ ମମତାଙ୍କ ବୈଠକରେ ଚାଲିଛି ମାନସ ମନ୍ଥନ

Advertisement

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ତେବେ ଏହାକୁ ନେଇ ଶାସକ ଓ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି । ଶାସକ ଏନଡିଏ ତା’ର ଅଙ୍କ ଯୋଗାଡ଼ କରିବାରେ ଲାଗିପଡ଼ିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୨ ଜଣ ନେତାଙ୍କୁ ନିମନ୍ତ୍ରଣ କରିବା ସହ ବୈଠକ କରିଛନ୍ତି ।

ତେବେ ଏହି ବୈଠକରେ ଏନସିପି ସୁପ୍ରିମୋ ଶରଦ ପାୱାର ଅଧ୍ୟକ୍ଷତା କରିଥିଲୋ । ଏଥିରେ ଅଧିକାଂଶ ଦଳର ନେତାମାନେ ଉପସ୍ଥିତ ରହିଥିଲେ । ବିରୋଧୀ ଦଳଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଶରଦଙ୍କ ନାମ ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ଶରଦ ଏଥିପାଇଁ ମନା କରିବା ପରେ ଜଣେ ନୂଆ ଚେହେରାଙ୍କ ସନ୍ଧାନ କରାଯାଇଥିଲା ।

ସୂଚନା ମୁତାବକ, ବୈଠକରେ ଏବେ ଦୁଇଜଣ ନେତାଙ୍କ ନାମ ସାମ୍ନାକୁ ଆସୁଥିଲା । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଗୋପାଳକୃଷ୍ଣ ଗାନ୍ଧି ଓ ଆଉ ଜଣେ ଫାରୁକ ଅବଦୁଲ୍ଲା । ତେବେ ଫାରୁକଙ୍କ ନାମକୁ ନେଇ ଚର୍ଚ୍ଚା ନ କରିବାକୁ ଉମର ଅବଦୁଲ୍ଲା କହିଥିବା ଜଣାପଡ଼ିଛି । ତେବେ ଏମାନଙ୍କ ବ୍ୟତୀତ ଏନକେ ପ୍ରେମଚନ୍ଦ୍ରନଙ୍କ ନାମ ମଧ୍ୟ ଉଠିଥିବା ସୂତ୍ରରୁ ଜଣାପଡ଼ିଛି । ତେବେ ସାଧାରଣ ଜନତାଙ୍କ ଗ୍ରହଣଯୋଗ୍ୟ ଧାରୀ ଜଣେ ନେତାଙ୍କୁ ବଛାଯିବ ଓ ତାଙ୍କୁ ସବୁ ଦଳ ସମର୍ଥନ କରିବେ । କିଛି ମାସ ପରେ ପୁଣି ବିରୋଧୀ ଦଳମାନେ ଏକତ୍ର ବୈଠକ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.