fbpx

(Video) କିଏ ହେବେ ‘TATA’ର ଉତ୍ତରାଧିକାରୀ? ରତନ ଟାଟାଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବ ବିଶାଳ ସାମ୍ରାଜ୍ୟ

ଓଡ଼ିଶା ଭାସ୍କର: ୮୬ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ରତନ ଟାଟାଙ୍କ ମୃତ୍ୟୁ ହୋଇଯାଇଛି । ରତନ ଟାଟା ଖାଲି ଜଣେ ଶିଳ୍ପପତି ନଥିଲେ । ସମାଜ ସେବା ଏବଂ ଉତ୍ତମ ବ୍ୟକ୍ତିତ୍ୱ ପାଇଁ ସେ ବେସ ଜଣାଶୁଣା । କିନ୍ତୁ ରତନ ଟାଟାଙ୍କର ମୃତ୍ୟୁ ପରେ ଏବେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ । ରତନଙ୍କ ମୃତ୍ୟୁ ପରେ କିଏ ହେବ ହଜାର ହଜାର କୋଟି ଟଙ୍କା ସାମ୍ରାଜ୍ୟ ରାଜା? କାହା ହାତକୁ ଏତେ ସବୁ ସମ୍ପତ୍ତି ଯିବ? ରତନଙ୍କ ଏହି ବିଶାଳ ସାମ୍ରାଜ୍ୟକୁ କିଏ ଆଗେଇ ନେବେ? ରତନ ଟାଟାଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ କିଏ ହେବ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

ଇଣ୍ଡିଆ ଚାଇନା ଯୁଦ୍ଧ ପାଇଁ ରତନ ଟାଟାଙ୍କ ବିବାହ ହୋଇ ପାରିନଥିଲା । ସେଥିପାଇଁ ତାଙ୍କ ସନ୍ତାନ କେହି ନାହାଁନ୍ତି । ଯାହାପରେ କୋଟି କୋଟି ଟଙ୍କାର ସାମ୍ରାଜ୍ୟକୁ କିଏ ସମ୍ଭାଳିବ? ରତନଙ୍କ ଭଳି ସେ ଲୋକଙ୍କ ସହ ରହିବେ କି ନାହ? କିଏ ଟାଟା ଏମ୍ପାୟାର ଦେଖା ରେଖା କରିବ? ଏହି ପ୍ରଶ୍ନର ଏବେ ଅନେକ ଉତ୍ତର ରହିଛି । ଟାଟା ଗ୍ରୁପରେ ଉତ୍ତରାଧିକାରୀକୁ ନେଇ ପୂର୍ବରୁ ଅନେକ ଯୋଜନା ଚାଲିଛି । ଉତ୍ତରାଧିକାରୀ ଲାଇନରେ ଅନେକ ଜଣ ରହିଛନ୍ତି । ୨୦୧୭ରୁ ଏନ୍ ଚନ୍ଦ୍ରଶେଖର ଟାଟା ସନ୍ସର ଚେୟାରମାନ ପଦରେ ରହିଛନ୍ତି । ଏହା ବ୍ୟତୀତ ଟାଟା ଗ୍ରୁପର ହୋଲଡିଂ କମ୍ପାନୀରେ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ରହିଛନ୍ତି । ଯେଉଁମାନେ ଆଗକୁ ଆସୁଥିବା ସମୟରେ ଅଲଗା ଅଲଗା ଦାୟିତ୍ୱ ବହନ କରିପାରନ୍ତି ।

ତେବେ ରତନଙ୍କ ପରେ ଏବେ ଜଣଙ୍କ ନା ସବୁଠାରୁ ଆଗରେ ରହିଛି । ସେ ହେଉଛନ୍ତି ନୋଏଲ ଟାଟା । ନୋଏଲ ହେଉଛନ୍ତି ରତନଙ୍କ ସାବତ ଭାଇ । ହେଲେ ଦୁହିଁଙ୍କ ମଧ୍ୟରେ ନିଜ ଭାଇ ଭଳି ଥିଲା ସମ୍ପର୍କ । ପୁରା ଟାଟା ଗ୍ରୁପକୁ ରତନଙ୍କ ସହ ମିଶି ଆଗକୁ ବଢ଼ାଇଛନ୍ତି ନୋଏଲ । ଯାହାକୁ ନେଇ ସେ ଏବେ ହୋଇପାରନ୍ତି ରତନଙ୍କ ଉତ୍ତରାଧିକାରୀ । ନୋଏଲ ଟାଟାଙ୍କର ତିନି ସନ୍ତାନ ମଧ୍ୟ ଏହି ରେସରେ ରହିଛନ୍ତି । ସେମାନେ ହେଉଛନ୍ତି ମାୟା, ନେଭଲ. ଲିଃ ଟାଟା । ଏହି ମାନଙ୍କ ନାଁ ବି ଏବେ ରହିଛି । ଏହି ୩ ଜଣଙ୍କ ମଧ୍ୟରେ ମାୟା ଟାଟାଙ୍କ ନାଁ ସବୁଠାରୁ ଆଗରେ ରହିଛି । ମାୟା ଟାଟା ଗ୍ରୁପରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦାଯିତ୍ୱ ତୁଲାଉଛନ୍ତି । ଟାଟା ନ୍ୟୁ ଆପ ଲଞ୍ଚ କରିବାରେ ତାଙ୍କର ବଡ଼ ଭୂମିକା ରହିଛି । ନେଭଲ ଟାଟା ଦ୍ୱିତୀୟରେ ରହିଛନ୍ତି । ପରିବାର ବ୍ୟବସାୟରେ ତାଙ୍କର ବହୁତ ରୁଚି ରହିଛି ।

ତୃତୀୟରେ ରହିଛନ୍ତି ଲିଃ ଟାଟା । ଯିଏ ଟାଟା ହସ୍ପିଟାଲିଟି ସେକ୍ଟରକୁ ଆଗକୁ ବଢ଼ାଇ ଚାଲିଛନ୍ତି । ଲିଃ ଟାଟା ହେଉଛନ୍ତି ସବୁଠାରୁ ବଡ଼ । ତେବେ ରତନ ଟାଟାଙ୍କ ଉତ୍ତରାଧିକାରୀ ଏହି ମାନଙ୍କ ମଧ୍ୟରୁ ଜେଣ ହୋଇପାରନ୍ତି । କିନ୍ତୁ କିଏ ହେବ ତାହା ଜଣାପଡ଼ି ନାହିଁ । ସେ ରତନଙ୍କ ଭଳି ଦେଶର ନାକରିକଙ୍କ ସହ ରହିବେ କି ନାହିଁ ତାହା ସମୟ କହିବ । ସେ ଯାହାବି ହେଉନା କାହିଁକି ଭାରତ ଆଜି ଶିଳ୍ପ କ୍ଷେତ୍ରରେ ଜଣେ ରତ୍ନକୁ ହରାଇ ଦେଇଛି । ମୁମ୍ବାଇର ୱର୍ଲିଠାରେ ରତନଙ୍କ ଶେକୃତ୍ୟ ସମ୍ପନ୍ନ ହୋଇଛି ।

Get real time updates directly on you device, subscribe now.