fbpx

କାହାକୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦ, ଦୌଡରେ ୩ ଚର୍ଚ୍ଚିତ ଚେହେରା

Advertisement

ଓଡିଶା ଭାସ୍କର: କାହାକୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦ, ଦୌଡରେ ୩ ଚର୍ଚ୍ଚିତ ଚେହେରା
ଓଡିଶା ଭାସ୍କର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି । ଏହି ଦୌଡରେ ରହିଛି ତିନି ଚର୍ଚ୍ଚିତ ଆଇଏଏସ ଅଫିସରଙ୍କ ନାଁ । ଯୁବ ଆଇଏଏସ ଅନୁପମ ଶାହା, ଅରିନ୍ଦମ ଡାକୁଆ ତଥା ଦିଲ୍ଲୀପ ରାଉତ ରାୟ ଏହି ସଚିବ ଦୌଡରେ ଅଛନ୍ତି । ତେବେ, ଏହି ବ୍ୟକ୍ତିଗତ ସଚିବ ରେସରେ ସର୍ବାଗ୍ରେ ରହିଛନ୍ତି ଯୁବ ଆଇଏଏସ ଅଫିସର ଅନୁପମ ଶାହା ।

ଆଇଏଏସ ଅନୁପମ ୨୦୧୨ ମସିହାରେ ସିଭିଲ ସର୍ଭିସ ଟପ୍ପର ଥିଲେ ଓଡିଶାର । ତାହାସହ ସେ ସର୍ବଭାରତୀୟ ସ୍ତରରେ ୩୫ ର‌୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ସେ ପୂର୍ବରୁ ବାଲିଗୁଡାର ଉପଜିଲ୍ଲାପାଳ ଭାବେ ମଧ୍ୟ କାମ କରି ସାରିଛନ୍ତି । ଏହାସହ ବଲାଙ୍ଗୀରରେ ମଧ୍ୟ ସେ ଡିଆରଡିଏରେ କାର୍ଯ୍ୟ କରିବାର ଅଭିଜ୍ଞତା ଅଛି ତାଙ୍କର । ସେହିଭଳି ୨୦୧୭-୧୮ ମସିହାରେ ଅନୁପମ କୋରାପୁଟ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିଲେ । ଏବେ ସେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟରତ । କଳାହାଣ୍ଡି ଭଳି ଏକ ପଛୁଆ ଅଞ୍ଚଳରୁ ଆସି ସେ ଆଜି ଏ ବ୍ୟକ୍ତିଗତ ସଚିବ ପଦରେ ଅବସ୍ଥାପିତ ହେବାର ସମ୍ଭାବନା ରହିଛି । କାରଣ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଜଣେ ସାଧାରଣ ପରିବାରରୁ ଆସନ୍ତି । ସେଥିପାଇଁ ତାଙ୍କ ଉପରେ ଅଧିକ ଭରଷା କରି ପାରନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.