fbpx

CSKରେ କିଏ ନେବ ଡୁପ୍ଲେସିସଙ୍କ ସ୍ଥାନ?: ଏହି ଖେଳାଳିଙ୍କୁ ସର୍ବଶ୍ରେଷ୍ଠ ବିକଳ୍ପ ବୋଲି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: IPL ଆରମ୍ଭ ହେବା ପୂର୍ବରୁ ଚେନ୍ନାଇକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଆହତ ଜନିତ ସମସ୍ୟାରେ ଦୀପକ ଚହର ଦଳରୁ ବାଦ ପଡିଥିବା ବେଳେ ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଭିସା ପାଇବା ପାଇଁ ଅସୁବିଧା ହୋଇଛି । ଗୋଟିଏ ପଟେ ଦୀପକ ଚହରଙ୍କ ସ୍ଥାନରେ କେଉଁ ବୋଲରଙ୍କୁ ଖେଳାଇବେ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ଗତବର୍ଷର ଷ୍ଟାର ଓପନର ଫାଫ ଡୁପ୍ଲେସିସଙ୍କ ବିକଳ୍ପ ଖୋଜୁଛି ଚେନ୍ନାଇ । ତେବେ ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବା ଦରକାର, ଏ ପ୍ରଶ୍ନର ଉତ୍ତର ରଖିଛନ୍ତି ଦଳର ପୂର୍ବତନ ବୋଲର ଇରଫାନ ପଠାନ ।

MS Dhoni Should Atleast Bat 10 Overs For CSK : Irfan Pathan

ଆହତ ସମସ୍ୟାରୁ ବାହାରିବା ପରେ ଦଳ ସହିତ ଯୋଡି ହୋଇଛନ୍ତି ଚେନ୍ନାଇର ସୁବରଷ୍ଟାର ଋତୁରାଜ ଗାଏକ୍ୱାଡ । କିନ୍ତୁ ସାଥୀ ଓପନର ଫାଫ ଡୁପ୍ଲେସିସଙ୍କୁ ଅକ୍ସନରେ ଦଳ ହାତଛଡା କରିଛି । ତେଣୁ ଋତୁରାଜଙ୍କ ସହିତ ଚଳିତ ସିଜନରେ କିୱି ବ୍ୟାଟ୍ସମ୍ୟାନ ଡେଭନ କନୱେ ଦଳ ପାଇଁ ଓପନିଙ୍ଗ ଦାୟିତ୍ୱ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ସେହିପରି ଏହି ତାଲିକାରେ ରବିନ ଉତ୍ଥାପା ମଧ୍ୟ ଣେ ବିକଳ୍ପ ଭାବରେ ଅଛନ୍ତି । ତେବେ ଚେନ୍ନାଇର ତଥା ଭାରତର ପୂର୍ବତନ ଖେଳାଳି ଇରଫାନ ପଠାନଙ୍କ କହିବା ଅନୁସାରେ ମହାରାଷ୍ଟ୍ରର ପିଚ କନୱେଙ୍କ ପାଇଁ ଅନୁକୁଳ ରହିବ । ତେଣୁ ଜଣେ ବିଦେଶୀ ଖେଳାଳି ହୋଇଥିବାରୁ ଧୋନୀ ଏବଂ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଦଳରେ ସ୍ଥାନ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଦ୍ୱିତୀୟ ବିକଳ୍ପ ଭାବେ ରବିନ ଉତ୍ଥାପାଙ୍କୁ ବାଛିଛନ୍ତି ଇରଫାନ ।

ଯଦି କନୱେଙ୍କୁ ଦଳରେ ସ୍ଥାନ ନ ମିଳେ ତେବେ ଉତ୍ଥାପାଙ୍କ ସହ ପାଳି ଆରମ୍ଭ କରିବା ଦଳ ପାଇଁ ଖୁବ ଲାଭଦାୟକ ହେବ ବୋଲି ଇରଫାନ ମତ ଦେଇଛନ୍ତି । ତେବେ ଏମିତି ହେଲେ ଶ୍ରୀଲଙ୍କା ସ୍ପିନର ମହୀଷ ତୀକ୍ଷଣାଙ୍କୁ ଆରମ୍ଭରୁ ଦଳରେ ରଖାଯିବା ଦରକାର । ଏହା ବ୍ୟତୀତ ଆଡାମ ମିଲନେ ଭଳି ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରାଯାଇ ପାରିବ । କାରଣ ମହାରାଷ୍ଟ୍ରର ପିଚ ଅତିରିକ୍ତ ଗତି ଥିବା ବୋଲରଙ୍କ ପାଇଁ ପ୍ରଭାବଶାଳୀ ରହିଛି । ବ୍ରାଭୋ ଏବଂ ମୋଇନ ଅଲୀ ଦଳର ପ୍ରଥମ ଦୁଇ ବିଦେଶୀ ଖେଳାଳି ଭାବେ ସ୍ଥାନ ପାଇବେ । ତେଣୁ କନୱେ ନ ଖେଳିଲେ ତୀକ୍ଷଣା ଖେଳିବା ଏକ ପ୍ରକାର ସୁନିଶ୍ଚିତ । ଆସନ୍ତା ୨୬ ତାରିଖରେ ଚଳିତ ସିଜନର ଫାଇନାଲ ମ୍ୟାଚ ଚେନ୍ାଇ ଏବଂ କୋଲକାତା ମଧ୍ୟରେ ଖେଳାଯିବ ।

Get real time updates directly on you device, subscribe now.