fbpx

ସମାଜସେବୀ ଆଦିତ୍ୟଙ୍କ ଡାଏରୀରେ ଲେଖାଥିବା ହ୍ୟାଣ୍ଡରାଇଟିଂ କାହାର, ଆସିଲା ରିପୋର୍ଟ

ଭୁବନେଶ୍ୱର, ୨୩ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଜିଆରପି ପୋଲିସକୁ ଆଜି ଆଉ ଏକ ନୂଆ ତଥ୍ୟ ମିଳିଛି । ଆଦିତ୍ୟଙ୍କ ଡାଏରୀରେ ଥିବା ଡ଼େଥ ନୋଟ ହ୍ୟାଣ୍ଡରାଇଟିଂ ଆଦିତ୍ୟଙ୍କର ହୋଇଥିବା ସ୍ପଷ୍ଟ ହୋଇଛି । ହ୍ୟାଣ୍ଡରାଇଟିଂ ବ୍ୟୁରୋରୁ ଏହା ସ୍ପଷ୍ଟ ହୋଇଛି । ସେ ନିଜେ ମୃତ୍ୟୁ ପୂର୍ବରୁ ଏହା ଲେଖିଥିଲେ । ଏନେଇ ଜିଆରପି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।ସେହିପରି ପୂର୍ବରୁ ମଧ୍ୟ ଟେସନ ରୋଡ଼ରେ ଏକା ଏକା ଚାଲିକି ଯାଉଥିବାର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିଲା ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Get real time updates directly on you device, subscribe now.