ଶୀତଦିନେ କାହିଁକି ହୁଏ ଅଧିକ ହୃଦଘାତ, ଜାଣନ୍ତୁ ଏହି ଋତୁରେ ନିଜର କିପରି ନେବେ ଯତ୍ନ

ଓଡ଼ିଶା ଭାସ୍କର: ଭାରତରେ ଶୀତର ଆଗମନ ହୋଇସାରିଛି । ଭାରତୀୟ ମହାଦ୍ୱୀପରେ ଧୀରେ-ଧୀରେ ଥଣ୍ଡା ବଢିବାକୁ ଲାଗିଛି । ଏହି ସମୟରେ ଲୋକଙ୍କୁ ଥଣ୍ଡା ବ୍ୟତୀତ ଅନ୍ୟ ଜିନିଷ ଉପରେ ଅଧିକ ଧ୍ୟାନ ରଖିବା ଆବଶ୍ୟକ । କାରଣ ଏହି ଶୀତ ଦିନରେ ଅଧିକ ଅସିଥାଏ ହାର୍ଟ ଆଟାକ୍ । ବର୍ତ୍ତମାନ ପ୍ରଶ୍ନ ଉପୁଜିଛି ଯେ, ଏହି ହୃଦଘାତ ପାଇଁ ନିଜର କିଭଳି ଯତ୍ନ ନେବା ଆବଶ୍ୟକ । ଆସନ୍ତୁ ଜାଣିବା..

ଶୀତ ଦିନେ କାହିଁକି ଆସେ ଅଧିକ ହାର୍ଟ ଆଟାକ୍:  ଥଣ୍ଡା ଋତୁରେ ହାର୍ଟ ଆଟାକର ବିପଦ ଅଧିକ ରହିଥାଏ । କାରଣ ଥଣ୍ଡାରେ ଧମନୀ ସଂକୀର୍ଣ୍ଣ ହୋଇଯାଏ, ଯାହା ପାଇଁ ବ୍ଲଡ ପ୍ରେସର ବଢିଯାଏ ଏବଂ ହୃଦୟ ଉପରେ ପ୍ରେସର ପଡିଥାଏ । ଏହା ବ୍ୟତୀତ ଶୀତଦିନେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଥାଏ, ଯାହା ପାଇଁ ନିଶ୍ୱାସ ଜରିଆରେ ପ୍ରଦୂଷଣର କଣିକା ନିଶ୍ୱାସରେ ବାଧା ସୃଷ୍ଟି କରିଥାଏ । ଏହି କାରଣ ପାଇଁ ହାର୍ଟ ଆଟାକର ବିପଦ ବଢିଯାଏ ।

କାହିଁକି ଅଧିକ ବିପଦ:
ଲୋକେ ଶୀତଦିନେ କମ ଶାରୀରିକ କାର୍ଯ୍ୟ କରିଥାଆନ୍ତି, ଅର୍ଥାତ ଚଲାବୁଲା, ଏକ୍ସରସାଇଜ ଏବଂ ଯୋଗ । ଏଥିସହ ଅଧିକ ତୈଳ ଜାତୀୟ ଖାଦ୍ୟ ଏବଂ କ୍ୟାଲୋରୀ ଫୁଡ ଖାଇଥାଆନ୍ତି, ଏଥିସହ ଖରାର ଅଭାବରୁ ଶରୀରରେ ଭିଟାମିନ-ଡି କମିଯାଇଥାଏ । ଶୀତଦିନେ ଫ୍ଲୁ ଭଳି ନିଶ୍ୱାସ ସହ ଜଡିତ ସଂକ୍ରମଣ ବଢିଯାଇଥାଏ । ଯେଉଁଥିପାଇଁ ଭେସଲ୍ସରେ ଠିକ୍ ଭାବେ ସଂଚାଳନ ହୋଇନଥାଏ । ଯଦି ଆପଣଙ୍କ ଥାଇରଏଡ୍ ସାମାନ୍ୟ ଭାବହେ କାମ କରେ ନାହିଁ, ତେବେ ହୃଦୟକୁ ଅଧିକ କାର୍ଯ୍ୟ କରିବାକୁ ପଡିଥାଏ ।

କିପରି ନେବେ ନିଜର ଯତ୍ନ:
ନିଜ ଖାଦ୍ୟରେ ହୃଦୟ ପାଇଁ ଭଲ ଅଳସୀ, ରଶୁଣ, ଡାଲଚିନି ଏବଂ ହଳଦୀ ବ୍ୟବହାର କରନ୍ତୁ । ଏହା ବ୍ୟତୀତ ଧୁମ୍ରପାନ ଏବଂ ମଦ ଠାରୁ ଦୂରେଇ ରୁହନ୍ତୁ । ଏଥିସହ ପ୍ରତିଦିନ ୩୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ବାୟାମ କରନ୍ତୁ । ବ୍ଲଡ ପ୍ରେସରକୁ କମ୍ କରନ୍ତୁ ।