fbpx

କମର୍ସିଆଲ ବିମାନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ କାହିଁକି ନଥାଏ ପାରାଚ୍ୟୁଟ୍ ? ଏହା ଏହା ସ୍କାଏ ଡାଇଭିଂ ବିମାନ ଠାରୁ କିପରି ଭିନ୍ନ…ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ଫାଇଟର ଜେଟ୍ସ ବା ମିଲିଟାରୀ ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁୁରୁତ୍ୱ ଦିଆଯାଇଥାଏ । ସୈନ୍ୟ ବିମାନରେ ଯାତ୍ରୀଙ୍କ ପାଇଁ ପାରାଚ୍ୟୁଟ୍ ରଖାଯାଇଥାଏ । ଏହା ଦ୍ୱାରା ସେମାନେ ସୁରକ୍ଷିତ ଭାବେ ଧରାକୁ ଅବତରଣ କରିଥାନ୍ତି । ଅପରପକ୍ଷରେ କମର୍ସିଆଲ ବିମାନରେ ସାଧାରଣ ଯାତ୍ରୀଙ୍କ ପାଇଁ ପାରାଚ୍ୟୁଟ୍ ଉପଲବ୍ଧ ନଥାଏ । ଆପଣ କେବେ ଭାବିଛନ୍ତି ଏହା ପଛରେ କ’ଣ କାରଣ ଥାଇପାରେ ?

ପାରାଚ୍ୟୁଟ୍ ବ୍ୟବହାର କରିବା ପାଇଁ ଆବଶ୍ୟକୀୟ ତାଲିମ ଲୋଡ଼ା ଥାଏ । ବିନା ତାଲିମରେ ପାରାଚ୍ୟୁଟ୍ ବ୍ୟବହାର କରିବା ବିପଜ୍ଜନକ ସାଜିପାରେ । କମର୍ସିଆଲ ବିମାନରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ପାରାଚ୍ୟୁଟ୍ ତାଲିମ ନେଇନଥାନ୍ତି । ତେଣୁ ଏହାର ବ୍ୟବହାର ଟେକନିକ୍ ବିଷୟରେ ନ ଜାଣିଲେ ଜୀବନ ପ୍ରତି ବିପଦ ଦେଖାଦେଇପାରେ । ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ସ୍କାଏ ଡାଇଭିଂ ସମୟରେ ବି ବ୍ୟକ୍ତି ବିନା କୌଣସି ତାଲିମରେ ବିମାନରୁ ଡେଇଁଥାନ୍ତି । ମନେରଖନ୍ତୁ କମର୍ସିଆଲ ପ୍ଲେନ୍ ସ୍କାଏ ଡାଇଭିଂ ପ୍ଲେନରୁ ବହୁତ ଭିନ୍ନ ଅଟେ । ସ୍କାଏ ଡାଇଭିଂ ପ୍ଲେନ୍ ୧୫-୧୬ ହଜାର ଫୁଟ୍ ଉଚ୍ଚତାରେ ଉଡ଼ିଥାଏ ଏବଂ ଏହାର ଗତି ମନ୍ଥର ଥାଏ । ଅପରପକ୍ଷରେ କମର୍ସିଆଲ ବିମାନ ପ୍ରାୟ ୩୫ ହଜାର ଫୁଟ୍ ଉଚ୍ଚତାରେ ଉଡ଼ାଣ ଭରିଥାଏ ଏବଂ ଏହାର ଗତି ଦୃତ ଥାଏ । ସ୍କାଏ ଡାଇଭିଂ ସମୟରେ ବ୍ୟକ୍ତିଙ୍କ ସହ ସବୁବେଳେ ଜଣେ ଟ୍ରେଣ୍ଡ୍ ପ୍ରୋଫେସନାଲ ରହିଥାନ୍ତି ।

୧. ମିଲିଟାରୀ ଏୟାରକ୍ରାଫ୍ଟର ପଛ ଅଂଶରେ ଡେଇଁବା ପାଇଁ ର‌୍ୟାମ୍ପ୍ ନିର୍ମାଣ ହୋଇଥାଏ । କିନ୍ତୁ କମର୍ସିଆଲ ବିମାନରେ ଏହି ସୁବିଧା ନଥାଏ ।

୨. ପାରାଚ୍ୟୁଟ୍ ବହୁତ ମହଙ୍ଗା ହୋଇଥାଏ । ତେଣୁ କମର୍ସିଆଲ ବିମାନରେ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ପାରାଚ୍ୟୁଟ୍ ଯୋଗାଇବା ଏୟାରଲାଇନ୍ସ ପାଇଁ ମହଙ୍ଗା ହୋଇପାରେ ।

୩. ପାରାଚ୍ୟୁଟ୍ ବହୁତ ଭାରି ହୋଇଥାଏ । କମର୍ସିଆଲ ବିମାନରେ ପାରାଚ୍ୟୁଟ୍ ରଖିଲେ ବିମାନର ଓଜନ ବୃଦ୍ଧି ପାଇଥାଏ । ଫଳରେ ଉଡ଼ାଣରେ ସମସ୍ୟା ଦେଖାଦେଇପାରେ ।

୪. କମର୍ସିଆଲ ପ୍ଲେନରେ ପାରାଚ୍ୟୁଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥାଏ । ପାରାଚ୍ୟୁଟ ବହୁତ ବଡ଼ ହୋଇଥିବାରୁ ସିଟ୍ ତଳେ ଆଡଜଷ୍ଟ କରାଇବା ବି କଷ୍ଟକର ହୋଇଥାଏ ।

Get real time updates directly on you device, subscribe now.