fbpx

କାହିଁକି ପାଳନ କରାଯାଏ ରକ୍ତଦାନ ଦିବସ… ଜାଣନ୍ତୁ ଏହାର ମୁଖ୍ୟ ଉଦ୍ଦେଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଶରୀରର ବିକାଶ ପାଇଁ ରକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ରକ୍ତର ଅଭାବ ହେତୁ ବ୍ୟକ୍ତିର ଜୀବନ ମଧ୍ୟ ନଷ୍ଟ ହୋଇପାରେ । ତେଣୁ ଏଥିପାଇଁ ଜଣେ ସୁସ୍ଥ ଲୋକଙ୍କୁ ରକ୍ତ ଦାନ କରିବାକୁ ଉତ୍ସାହିତ କରାଯାଏ । ଯାହା ଦ୍ୱାରା ଯେଉଁମାନଙ୍କର ଏହାର ଆବଶ୍ୟକବ ହୁଏ , ସେମାନଙ୍କୁ ରକ୍ତ ଦେଇ ଜୀବନ ରକ୍ଷା କରାଯାଇପାରିବ । ତେଣୁ ଲୋକଙ୍କୁ ରକ୍ତ ଦାନ ଦିଗରେ ଉତ୍ସାହିତ କରିବା ପାଇଁ “ବିଶ୍ୱ ରକ୍ତ ଦାନ ଦିବସ’ ଭାବେ ପାଳନ କରାଯାଏ । ବିଶ୍ୱ ରକ୍ତଦାନ ଦିବସକୁ ପ୍ରତିବର୍ଷ ୧୪ ଜୁନ ଦିନ ସାରା ବିଶ୍ୱରେ ପାଳନ କରାଯାଏ । ଏହି ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଆବଶ୍ୟକତା ଠାରୁ ଅଧିକ ରକ୍ତ ଯୋଗାଇବା । ତେବେ ଚାଲନ୍ତୁ ଜାଣିବା ଏହି ଦିନର ପାଳନ କିପରି ହୋଇଥିଲା ।..

ଏହିପରି ହୋଇଥିଲା ବିଶ୍ୱ ରକ୍ତଦାନ ଦିବସର ଆରମ୍ଭ :

ଏହି ଦିନକୁ ପାଳନ କରିବାର ଇତିହାସ ବହୁତ ପୁରୁଣା ନୁହେଁ । ଏହାକୁ ୨୦୧୪ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପାଳନ କରାଯାଇଥିଲା । ସେବେଠାରୁ ଏହି ଦିନ ପ୍ରତିବର୍ଷ ୧୪ ଜୁନ୍ରେ ପାଳନ କରାଯାଉଛି ।
ଏହି ବର୍ଷର ଥିମ୍ :

ପ୍ରତିବର୍ଷ ଏହି ଦିନକୁ ପାଳନ କରିବା ପାଇଁ ବିଭିନ୍ନ ପ୍ରକାରର ଥିମ୍ ରଖାଯାଏ । ଏବର୍ଷ ଏହାର ଥିମ୍ ରଖାଯାଇଛି “ଖୁନ୍ ଦୋ ଔର ଦୁନିଆ କୋ ଧଡକନ୍ ଦୋ ‘ା ଆଜି ଭଳି ଦିନରେ ବିଶେଷ କରି ଲୋକମାନଙ୍କୁ ରକ୍ତ ଦାନ କରିବାକୁ ଉତ୍ସାହିତ କରାଯାଏ । ଯାହାଫଳରେ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଦିଆଯାଇପାରିବ । ଏହା ସହିତ ଆବଶ୍ୟକ ପାଇଁ ଏହାକୁ ବ୍ଲଡ ବ୍ୟାଙ୍କରେ ମଧ୍ୟ ରଖାଯାଇ ପାରିବ ।

ଏହି ବୈଜ୍ଞାନିକଙ୍କ ଜନ୍ମ ଦିନରେ ପାଳନ କରାଯାଉଛି ଏହି ଦିନ :

ଏହି ଦିନକୁ ପାଳନ କରିବା ବିଷୟରେ କହିବାକୁ ଗଲେ କାର୍ଲ ଲ୍ୟାଣ୍ଡଷ୍ଟେନରଙ୍କ ଜନ୍ମ ଦିନରେ ରକ୍ତଦାନ ଦିବସ ପାଳନ କରାଯାଏ । କାର୍ଲ ଲ୍ୟାଣ୍ଡଷ୍ଟେନର ଜଣେ ବୈଜ୍ଞାନିକ ଯିଏକି ବିଶ୍ୱ ବ୍ଲଡ ଗ୍ରୁପ୍ ସିଷ୍ଟମ ସହିତ ଅବଗତ ଥିବା ସହ ପରିଚିତ କରାଇଥିଲେ । ଏଥିସହିତ ସେ ଏହାର ଆବିଷ୍କାର କରି ୧୯୩୦ରେ ନୋବେଲ ପୁରଷ୍କାର ମଧ୍ୟ ପାଇଥିଲେ । ତେବେ ତାଙ୍କର ଆଜି ଜନ୍ମ ଦିବସ । ଏଭଳି ପରିସ୍ଥିତିରେ ଏହି ଦିନଟି ତାଙ୍କ ସମ୍ମାନ ଓ ସ୍ମୃତି ରୂପେ ପାଳନ କରାଯାଇଥିଲା ।

ବିଶ୍ୱ ରକ୍ତଦାନ ଦିବସ ପାଳିବାର ମହତ୍ତ୍ୱ :

ଏହି ଦିନକୁ ପାଳିନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି । ଲୋକଙ୍କୁ ସଚେତନ କରାଇବା ଓ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରିବା । ରୋଗୀମାନଙ୍କୁ ରକ୍ତ ଦେଇ , ତାଙ୍କ ଜୀବନ ରକ୍ଷା କରିବା । ଏଭଳି ପରିସ୍ଥିତିରେ ରକ୍ତ ଦାନ କରି ନୂଆ ଜୀବନ ଦେଇପାରିବା ।

ଏହି ଲୋକମାନେ ରକ୍ତ ଦାନ କରିବା ଉଚିତ୍ :

ବର୍ତ୍ତମାନ ଯଦି ଆମେ ରକ୍ତ ଦାନ ବିଷୟରେ କହିବା ତେବେ ଡାକ୍ତରଙ୍କ କହିବା ଅନୁଯାୟୀ , ୧୮ ବର୍ଷରୁ ଅଧିକ ସ୍ୁସ୍ଥ ବ୍ୟକ୍ତି ରକ୍ତ ଦାନ କରିପାରିବେ । ରକ୍ତ ଦାନ କରୁଥିବା ବ୍ୟକ୍ତିଙ୍କର ଓଜନ ୪୫ କିଲୋଗ୍ରାମରୁ ଅଧିକ ହେବା ଜରୁରୀ ।

Get real time updates directly on you device, subscribe now.