fbpx

ଏକାସାଙ୍ଗରେ ବିଧବା ହୋଇଗଲେ ୩୯ ମହିଳା, ଆରପାରିରେ ଦୁନିଆର ସବୁଠାରୁ ବଡ ପରିବାରର ମୁଖିଆ

ଆଇଜୋଲ୍: ମିଜୋରାମର ରାଜଧାନୀ ଆଇଜୋଲ୍ ରେ ଦୁନିଆର ସବୁଠାରୁ ବଡ ପରିବାରର ମୁଖିଆଙ୍କ ରବିବାର ପରାଲୋକ ହୋଇଯାଇଛି । ଖବର ମୁତାବକ, ୭୬ ବର୍ଷିୟ ଜିୟୋନ୍ କିଛି ଦିନ ହେବ ଅସୁସ୍ଥ ଥିଲେ । ଯାହା ଫଳରେ ନିଜ ଘରେ ହିଁ ରଖି ତାଙ୍କୁ ରଖି ଚିକିତ୍ସା କରାଯାଉଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡାକ୍ତରଙ୍କ କହିବାନୁଯାୟୀ, ସେ ଅନେକ ଦିନ ହେବ ମଧୁମେହ ଏବଂ ରକ୍ତଚାପ ରୋଗରେ ପୀହିତ ଥିଲେ । ତେଣୁ ଏହି କାରଣରୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ବିଗିଡିଯାଇଥିଲା ଏବଂ ମୃତ୍ୟୁ ହୋଇଥିଲା ।

ତାଙ୍କ ପରିବାରକୁ ସବୁଠାରୁ ବଡ ପରିବାର କୁହାଯାଏ । କାରଣ ତାଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ହେଉଛି ୧୬୬ । ତେବେ ଜିୟୋନ୍ ଙ୍କ ପରିବାରରେ ତାଙ୍କର ୩୯ ସ୍ତ୍ରୀ, ୯୪ ଜଣ ପିଲା ଏବଂ ୩୩ଜଣ ନାତି ନାତୁଣୀ ରୁହନ୍ତି । ସେମାନେ ମିଜୋରାମର ରାଜଧାନୀ ଆଇଜୋଲ୍ ଠାରୁ ୫୫ କିମି ଦୁରରେ ଥିଲା ବକ୍ତାବଙ୍ଗ ଗାଁରେ ରୁହନ୍ତି । ତେବେ ଜିୟାନ୍ ଙ୍କ ଦେହାନ୍ତ ଖବର ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.