fbpx

ଦୁଇ ମାସ ପରେ ଖୋଲିବ ତାଜମହଲ, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସଙ୍କଟ ଜାରି ରହିଥିବା ବେଳେ ଏପ୍ରିଲ୍ ୧୬ ତାରିଖରୁ ବନ୍ଦ ଥିବା ତାଜମହଲ ଖୋଲିବାକୁ ଯାଉଛି । ପୂରା ଦୁଇମାସ ପରେ ତାଜମହଲ ଖୋଲିବାକୁ ଯାଉଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଚଳିତ ମାସ ୧୬ ତାରିଖରେ ତାଜମହଲ ଖୋଲାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଗତବର୍ଷ କରୋନା ସଂକ୍ରମଣ ଦେଶରେ ଆରମ୍ଭ ହେବା ପରଠାରୁ ପର୍ଯ୍ୟଟକଙ୍କ ପାଇଁ ଆଗ୍ରା ସ୍ଥିତ ତାଜମହଲକୁ ବନ୍ଦ ରଖାଯାଇଥିଲା । ଏହା ବ୍ୟତୀତ ଆଗ୍ରା ଦୁର୍ଗ, ଫତେପୁର ସିକ୍ରି ସମତେ ଦେଶବ୍ୟାପୀ ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ ରଖାଯାଇଥିଲା । ତେବେ ସଂକ୍ରମଣ ହ୍ରାସ ପାଉଥିବାରୁ ବିଭିନ୍ନ ମହଲରେ ପର୍ଯ୍ୟଟନ ସ୍ଥଳୀ ସବୁକୁ ଖୋଲିବା ନେଇ ଦାବି ଉଠିବାକୁ ଲାଗିଛି । କାରଣ ପର୍ଯ୍ୟଟନ ସ୍ଥଳ ବନ୍ଦ ଥିବା ଯୋଗୁଁ ବ୍ୟବସାୟୀ ମାନେ ଅନେକ କ୍ଷତି ସହିଛନ୍ତି । ତେଣୁ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଅନଲକ୍ ହେବା ଜରୁରୀ ବୋଲି ଦାବି ଉଠିବାରେ ଲାଗିଛି ।

ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରି ବଞ୍ଚୁଥିବା ଲୋକମାନେ; ଗାଇଡ୍, ଫଟୋଗ୍ରାଫର୍ , ଛୋଟ ଦୋକାନୀ, ହୋଟେଲ୍, ରେଷ୍ଟୁରାଣ୍ଟ ଇତ୍ୟାଦି ଏହି କୋଭିଡ୍ ସମୟରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ କ୍ଷେତ୍ର ଖୋଲିବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.