fbpx

ସରିବ ଡ୍ରାଗନର ଖେଳ: ଚୀନର OBOR ପ୍ରୋଜେକ୍ଟକୁ ରୋକିବ BBB ପ୍ଲାନ୍, ଭାରତ ସହ ସାମିଲ୍ ହେଲେ ଅନ୍ୟ ରାଷ୍ଟ୍ର

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱସ୍ତରରେ ଚକ୍ରାନ୍ତକାରୀ ରାଷ୍ଟ୍ର ଚାଇନାର ଔଦ୍ଧତ୍ୟ ବଢ଼ିବାରେ ଲାଗିଛି । ଅନ୍ୟ ଦେଶର ସୀମା ବେଆଇନ ଭାବେ ହଡ଼ପ କରିବା ଠାରୁ ଆରମ୍ଭ କରି କରୋନାର ଉତ୍ପତ୍ତି ସ୍ଥଳ ପର୍ଯ୍ୟନ୍ତ ସମସ୍ତ ଅନର୍ଥର ମୂଳ କାରଣ ହେଉଛି ଡ୍ରାଗନ୍ । ଏବେ ଚୀନ ବିରୋଧରେ ଲଢ଼େଇ ପାଇଁ ଭାରତ ସହ ଏକତ୍ରିତ ହୋଇଛନ୍ତି ଜି-୭ ରାଷ୍ଟ୍ର ସମୂହ । ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଗ୍ଲୋବାଲ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ‘ବିଲ୍ଡ ବ୍ୟାକ୍ ବେଟର (ବିବିବି) ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ । ଭାରତ ଏହା ଉପରେ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି ।

ଚୀନର ‘ୱାନ ବେଲ୍ଟ ୱାନ ରୋଡ଼ (ଓବିଓଆର)’ ପ୍ରୋଜେକ୍ଟକୁ କାଉଣ୍ଟର କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବିବିବି ପ୍ରୋଜେକ୍ଟ କାର୍ଯ୍ୟକାରୀ ନେଇ ସମସ୍ତ ରାଷ୍ଟ୍ରଙ୍କ ସହାଯୋଗ ଲୋଡ଼ିଥିଲେ । ବିବିବି କାର୍ଯ୍ୟକାରୀ ହେଲେ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ବିଶାଳ ଅଞ୍ଚଳରେ ଚୀନକୁ ଝଟକା ଲାଗିବ । ଏହି ପ୍ରୋଜେକ୍ଟରେ ପ୍ରାୟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକୁ ଏହି ପ୍ଲାନ ମାଧ୍ୟମରେ ସାହାଯ୍ୟ କରାଯିବା ସହ ବଡ଼ ଧରଣର ରୋଜଗାର ବଜାର ସୃଷ୍ଟି କରାଯିବ । ଭାରତ ନିଜର ଏଜେନ୍ସିମାନଙ୍କ ସହ ଆଲୋଚନାରେ ପରେ ବିବିବି ଉପରେ ନିଷ୍ପତ୍ତି ନେବ ବୋଲି ବିଦେଶ ମନ୍ତ୍ରଣାଳୟ ଅଧିକାରୀ ପି. ହର୍ଷ ସୂଚନା ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଭାରତ ପୂର୍ବରୁ ଚୀନର ଓବିଓଆର ପ୍ରୋଜେକ୍ଟକୁ ପ୍ରତ୍ୟାହାର କରିଦେଇଥିଲା, ଅପରପକ୍ଷେ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ ଆଦି ଦେଶମାନେ ଏଥିରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.