ଧନତେରାସରେ କାହିଁକି କିଣନ୍ତି ସୁନା-ଗହଣା? କ’ଣ ରହିଛି ରହସ୍ୟ? ଜାଣନ୍ତୁ ପୁରାଣ ବର୍ଣ୍ଣିତ ଗାଥା

ଓଡ଼ିଶା ଭାସ୍କର: ପ୍ରତିବର୍ଷ ଧନତେରାସ କିମ୍ବା ଧନତ୍ରୟୋଦଶୀ ତିଥିରେ ସୁନା, ରୂପା, ପିତ୍ତଳ ଇତ୍ୟାଦିରେ ନିର୍ମିତ ମୂଲ୍ୟବାନ ଜିନିଷ କିଣିବାର ପରମ୍ପରା ରହିଛି । କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଏହି ଦିନ ଦେବତାମାନଙ୍କର ବୈଦ୍ୟ ଧନ୍ଵନ୍ତରୀ , ମାତା ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କୁ ପୂଜା କରାଯାଇଥାଏ । ଏହି ଧନତେରସ ଦିନ ଘର, ଯାନ, ଅନ୍ୟାନ୍ୟ ସମ୍ପତ୍ତି, ଅଳଙ୍କାର ଇତ୍ୟାଦି କିଣିବା ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ, ଏହି ଦିନ ଧନ କିଣିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ କୃପା ଦୃଷ୍ଟି ପକାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ବିଶେଷ କରି ଧନତେରସରେ କାହିଁକି ସୁନା କିମ୍ବା ପିତ୍ତଳ କିଣନ୍ତି? ବର୍ତ୍ତମାନ ଆସନ୍ତୁ ଜାଣିବା ଧନତେରାସରେ କାହିଁକି ସୁନା କିମ୍ବା ପିତ୍ତଳ ଜିନିଷ କିଣାଯାଇଥାଏ ?

ଧନତେରାସରେ କାହିଁକି ସୁନା ଓ ପିତ୍ତଳ କିଣନ୍ତି :-

ପୁରାଣ ଶାସ୍ତ୍ର ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ଵନ୍ତରୀ ଏକ ଅମୃତ କଳସ ଧରି ପ୍ରକଟ ହୋଇଥିଲେ । ସେହିପରି ମାତା ଲକ୍ଷ୍ମୀ ମଧ୍ୟ ସମୁଦ୍ର ମନ୍ଥନରୁ ଆବିର୍ଭାବ ହୋଇଥିଲେ । ଏହି କାରଣରୁ ଭଗବାନ ଧନ୍ଵନ୍ତରୀ ମାତା ଲକ୍ଷ୍ମୀଙ୍କ ଭାଇ ବୋଲି ବିବେଚନା କରାଯାଏ । ସୁଖ , ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ପାଇଁ ଭଗବାନ ଧନ୍ଵନ୍ତରୀଙ୍କୁ ପୂଜା କରାଯଇଥାଏ । ତେବେ ସେ ପିତ୍ତଳ ବସ୍ତୁ ଏବଂ ହଳଦିଆ ରଙ୍ଗକୁ ଭଲ ପାଆନ୍ତି । ଏହି କାରଣରୁ ଧନତେରାସ ଦିନ ସୁନା କିମ୍ବା ପିତ୍ତଳ କିଣିଲେ ଘରପାଇଁ ବହୁତ ଶୁଭ ହୋଇଥାଏ ।

ଏତତ ବ୍ୟତୀତ ଧନତେରାସ ଦିନ ସୁନା କିମ୍ବା ପିତ୍ତଳ କିଣିବା ଦ୍ୱାରା ପରିବାରରେ ସୁଖ ଏବଂ ସମୃଦ୍ଧି ବଢ଼ିଥାଏ । ଏଥିସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।  ଏହି ଧନତେରାସ ଦିନ ଏକ ପିତ୍ତଳ ପାତ୍ରରେ ଭଗବାନ ଧନ୍ଵନ୍ତରୀଙ୍କୁ ଖାଦ୍ୟ ଅର୍ପଣ କରିବା ଦ୍ୱାରା ତାଙ୍କର କୃପା ଦୃଷ୍ଟି ସର୍ବଦା ପରିବାର ଉପରେ ରହିଥାଏ । ଯେଉଁ କାରଣରୁ ପରିବାରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ ।

Get real time updates directly on you device, subscribe now.