ବଜେଟ ପୂର୍ବରୁ କାହିଁକି ପାଳନ ହୁଏ ହାଲୱା ପରମ୍ପରା! ଜାଣନ୍ତୁ ଏହାର ମହତ୍ତ୍ୱ ଏବଂ ଇତିହାସ

କେନ୍ଦ୍ରୀୟ ବଜେଟ ୨୦୨୫କୁ ଜାରି କରାଯିବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ୧ ଫେବୃଆରୀରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ଜାରି କରିବେ। ବଜେଟ ପୂର୍ବରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହାଲୱା ସେରିମନି ହେବ।

ନୂଆଦିଲ୍ଲୀ: କିଛି ଦିନ ପରେ କେନ୍ଦ୍ରୀୟ ବଜେଟ ୨୦୨୫କୁ ଜାରି କରାଯିବ। ଫେବୃଆରୀ ୧ତାରିଖରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ଜାରି କରିବେ।

ବଜେଟ ପୂର୍ବରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହାଲୱା ସେରିମନି ହେବ। ଏହି ପରମ୍ପରା ଭାରତୀୟ ବଜେଟର ଏକ ଖାସ୍ ପରମ୍ପରା ଅଟେ। ଆସନ୍ତୁ ଜାଣିବା, ହାଲୱା ସେରିମନିର ମହତ୍ତ୍ୱ, ଏହାର ଉଦ୍ଦେଶ୍ୟ ଏବଂ ଏଥିସହ ଜଡ଼ିତ ଇତିହାସ।

ହାଲୱା ସେରିମନି କଣ?
ହାଲୱା ସେରିମନି ଏକ ପରମ୍ପରା ଯାହା ପ୍ରତି ବର୍ଷ ବଜେଟ ଜାରି ହେବା ପୂର୍ବରୁ ପାଳନ କରାଯାଇଥାଏ। ବଜେଟ ଡକ୍ୟୁମେଣ୍ଟ ଜାରି ହେବା ପୂର୍ବରୁ ଅର୍ଥ ମନ୍ତ୍ରାଳୟରେ ହାଲୱା ସେରିମନି ହୋଇଥାଏ।

ଏହାର ଆୟୋଜନ ନର୍ଥ ବ୍ଲକର ବେସମେଣ୍ଟ ସ୍ଥିତ ବଜେଟ ପ୍ରେସରେ ହୋଇଥାଏ। ଏକ ବଡ଼ କଢେଇରେ ହାଲୱା ତିଆରି କରାଯାଇଥାଏ, ଯାହାକୁ ଅର୍ଥ ମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରାଳୟର ଅଧିକାରୀ ନିଜ ନିଜ ମଧ୍ୟରେ ବାଣ୍ଟିକି ଖାଇଥାଆନ୍ତି। ଏହାପରେ ବଜେଟର ଛପା କାର୍ଯ୍ୟ ଆରମ୍ଭ ହୋଇଥାଏ।

ଅଧିକାରୀମାନଙ୍କୁ ୧୦ ଦିନ ଛୁଟି: ହାଲୱା ସେରିମନି ପରେ ବଜେଟର ଗୋପନୀୟତା ରକ୍ଷା ପାଇଁ ବଜେଟ ଛପା କାର୍ଯ୍ୟରେ ସାମିଲ ୧୦୦ରୁ ଅଧିକ କର୍ମଚାରୀ ଏବଂ ଅଧିକାରୀ ନର୍ଥ ବ୍ଲକର ବେସମେଣ୍ଟରେ ରହିଥାଆନ୍ତି।

ଏହି ଅଧିକାରୀ ବଜେଟ ଜାରି ହେବା ପର୍ଯ୍ୟନ୍ତ ବାହାରକୁ ବାହାରନ୍ତି ନାହିଁ। ଏହି ସମୟରେ ସେମାନଙ୍କର ସମସ୍ତ ସଂପର୍କ ଦୁନିଆ ସହ କଟାଯାଇଥାଏ। ଯାହା ଦ୍ୱାରା ବଜେଟର କୌଣସି ମଧ୍ୟ ସୂଚନା ବାହାରେ ଲିକ ନ ହେବ।

ହାଲୱା ସେରିମନିର ଉଦ୍ଦେଶ୍ୟ: ଭାରତୀୟ ପରମ୍ପରା ଅନୁସାରେ, କୌଣସି ମଧ୍ୟ ଶୁଭ କାର୍ଯ୍ୟ ପୂର୍ବରୁ ମିଠା ଖାଇବା ଏବଂ ଖୁଆଇବା ଆବଶ୍ୟକ ବୋଲି ବିଶ୍ୱାସ କରାଯାଇଥାଏ। ଏହି ଆୟୋଜନ ବଜେଟ ପ୍ରସ୍ତୁତି କରୁଥିବା ଅଧିକାରୀମାନେ ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ସାହ ଏବଂ ସକରାତ୍ମକ ପରିବେଶ ସୃଷ୍ଟି କରିଥାଏ।

ଇତିହାସ ଏବଂ ପରିବର୍ତ୍ତନ: ହାଲୱା ସେରିମନିର ପରଂପରା ଭାରତୀୟ ସଂସ୍କୃତି ଏବଂ ପରଂପରାକୁ ଆର୍ଥିକ ପ୍ରକ୍ରିୟାଗୁଡ଼ିକ ସହ ଯୋଡିତାଏ। ୨୦୨୨ରେ କୋଭିଡ-୧୯ ମହାମାରୀ ଯୋଗୁଁ ଏହି ପରଂପରାକୁ ସ୍ଥଗିତ ରଖାଯାଇଥିଲା।