fbpx

କାହିଁକି ବିପଦଜ୍ଜନକ କୋଡିନ କଫ ସିରପ; ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ମୌସୁମୀ ପରିବର୍ତ୍ତନ କାରଣରୁ ବର୍ତ୍ତମାନ ଅନେକ ଲୋକଙ୍କୁ ଥଣ୍ଡା କାଶ ଆଦି ସମସ୍ୟା ଦେଖାଦେଉଛି । ଫଳରେ ସେମାନେ ଔଷଧ ଦୋକାନରୁ ବିଭିନ୍ନ ପ୍ରକାର ଔଷଧ ଆଣି ସେବନ କରିଥାନ୍ତି ଯାହାକି ଏକ ସାଧାରଣ କଥା । କିନ୍ତୁ ଆପଣ ଜାଣଛନ୍ତି କି ଆମେ ଯେଉଁ ଔଷଧ ସେବନ କରୁଛନ୍ତି ତାହା ଆମ ଶରୀର ପାଇଁ କେତେ ଲାଭ ଦାୟକ କିମ୍ବା କେତେ କ୍ଷତି କାରକ ? ତେବେ ଆମେ ଆଜି ଆପଣଙ୍କୁ ସେହିଭଳି ଏକ ଔଷଧ ବିଷୟରେ କହିବାକୁ ଯାଉଛୁ । ଯାହା ଆମ ରୋଗ ଭଲ କରିବା ପରିବର୍ତ୍ତେ ଆମକୁ ଅନେକ ସମସ୍ୟାରେ ପକାଇଥାଏ । ତେବେ ଆମକୁ କାଶ ହେଲେ ଆମେ କୋଡିନ ନାମକ ଏକ କଫ ସିରପ ସେବନ କରିଥାଉ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି କୋଡିନ କଫ ସିରପ କଣ ଏବଂ ଏହାକୁ କାହିଁକି ବିପଦଜ୍ଜନକ ବୋଲି କୁହାଯାଇଥାଏ ।

ବିଶେଷଜ୍ଞମାନଙ୍କ ମତରେ କୋଡିନ୍ କଫ ସିରପ୍ (CCS) ବର୍ତ୍ତମାନ ଅନେକ OTC କଫ ସିରପରେ ଅନ୍ତର୍ଭୂକ୍ତ କରାଯାଇଛି । ଯାହାର ୧୦୦ ମିଲି ଗ୍ରାମ ବୋତଲ ୩୦ ମିଲି ଗ୍ରାମ୍ ମର୍ଫାଇନ୍ ବଟିକା ସହିତ ସମାନ ହୋଇଥାଏ । ଏହି ମର୍ଫାଇନ ହେଉଛି ଏକ ନିଶା ଜାତୀୟ ଦ୍ରବ୍ୟ ଯାହାକି ଅଫିମରୁ ତିଆରି ହୋଇଥାଏ । ଏହି କୋଡିନ୍ କଫ ସିରପ ଯକୃତରେ ପହଞ୍ଚିବା ପରେ ଏହା ମର୍ଫିନରେ ପରିଣତ ହୁଏ ଏବଂ ଧିରେ ଧିରେ ଶରୀରକୁ କ୍ଷତି ପହଞ୍ଚାଇଥାଏ ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି କୋଡିନ କଫ ସିରପ ସିଧାସଳଖ ଜଣେ ବ୍ୟକ୍ତିର ବ୍ରେନ ଷ୍ଟୋମର କଫ କେନ୍ଦ୍ର ଉପରେ ପ୍ରଭାବ ପକାଇ ଏହାକୁ ଦୁର୍ବଳ କରିଦେଇଥାଏ । ଯାହାଫଳରେ ଆମେ କଫ ସିରପ ଖାଇବା ଦ୍ୱାରା ଆମକୁ କଶ କମିବା ପରି ଅନୁଭବ ହୋଇଥାଏ । କିନ୍ତୁ ବାସ୍ତବରେ ଏହା କାଶ କମାଇବା ପରିବର୍ତ୍ତେ ଏହାକୁ ବୃଦ୍ଧି କରିଥାଏ । ଏଥିସହିତ ଏହି କଫ ସିରପ ଆମ ଶରୀରରକୁ ଅଧିକ ଖରାପ କରିବାରେ ସାହାଯ୍ୟ କରିଥାଏ ।

ତେବେ ଏହି କଫ ସିରଫକୁ ବଜାରରୁ ହଟାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଛନ୍ତି । କିନ୍ତୁ ଏହାକୁ ଡ୍ରଗ୍ ଉତ୍ପାଦନକାରୀମାନେ ତୀବ୍ର ବିରୋଧ କରୁଥିବା ଜଣା ପଡିଛି। ଏହି ନିଷିଦ୍ଧାଦେଶକୁ ରୋକିବା ପାଇଁ ଭାରତୀୟ ଡ୍ରଗ୍ ଉତ୍ପାଦକ ସଂଘ (IDMA) ଯଥାସମ୍ଭବ ଚେଷ୍ଟା କରୁଛି। ଆସୋସିଏସନ ଏହି କୋଡିନ କଫ ସିରଫ ଉପରେ ପ୍ରତିବନ୍ଧକ ଲଗାଗଲେ ପାଖାପାଖି ୩୦୦ କୋଟି ଟଙ୍କା କ୍ଷତି ହୋଇପାରେ ବୋଲି ଦାବି କରିଛି ।

Get real time updates directly on you device, subscribe now.