fbpx

ମେଗା ଅକ୍ସନରେ ଚେନ୍ନାଇ ଚୁପ: IPL ଅକ୍ସନର ପ୍ରଥମ ଦିନରେ ନୀରବ ରହିଛି ଚେନ୍ନାଇ ଦଳ ସୁପର କିଙ୍ଗସ, ବୁଝି ହେଉନି ପ୍ଲାନ

ନୂଆଦିଲ୍ଲୀ: ୨୦୨୨ ସିଜନ ପାଇଁ ଓଚଖ ର ମେଗା ଅକ୍ସନରେ ବେଶ ଚୁପ ଚାପ ନଜର ଆସିଛି ଚମ୍ପିଆନ ଦଳ ଚେନ୍ନାଇ ସୁପର କିଙ୍ଗସ । ପ୍ରଥମ ଦିନରେ ଷ୍ଟାର ଖେଳାଳି କିଣିବାରେ କୁଣ୍ଠାବୋଧ କରୁଥିବାର ନଜର ଆସିଛି ସିଏସକେ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଅକ୍ସନ ହେଉ କି ଟୁର୍ଣ୍ଣାମେଣ୍ଟ, ସବୁବେଳେ ମାଷ୍ଟର ପ୍ଲାନ ସହ ରଣ କ୍ଷେତ୍ରକୁ ଓହ୍ଲାଇଥାଏ ଚେନ୍ନାଇ । କିନ୍ତୁ ଅକ୍ସନରେ ଦଳର ଏମିତି ଚୁପ ରହିବା ଅନ୍ୟ ଦଳ ଗୁଡିକୁ ଚିନ୍ତାରେ ପକାଇବାକୁ ବାଧ୍ୟ କରିଛି । ଏବେ ଚେନ୍ନାଇର ଏହି ନୀରବତାକୁ ମାପିବା ପାଇଁ ଆଲୋଚନା ଆରମ୍ଭ କରି ଦେଲେଣି ।

IPL 2022 Mega Auction: Live Updates of Chennai Super Kings' Day 2 buys

ମେଗା ଅକ୍ସନର ପ୍ରଥମ ଦିନରେ ଚେନ୍ନାଇ ସୁପର କିଭ୍ଗସ କେବଳ ଡ୍ୱେନ ବ୍ରାଭୋ, ଅମ୍ବାତି ରାୟୁଡୁ, ରବିନ ଉତ୍ଥାପା ଏବଂ ଦୀପକ ଚହର ଭଳି ତିନି ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରିଛି । ଏହା ବ୍ୟତୀତ କେ. ଏମ ଆସିଫ ଏବଂ ତୁଷାର ଦେଶପାଣ୍ଡେଙ୍କୁ କିଣିଛି ଚେନ୍ନାଇ । ଅନ୍ୟ କିଛି ଖେଳାଳିଙ୍କ ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ଅଧିକ ଟଙ୍କା ପର୍ଯ୍ୟନ୍ତ ଯାଇ ନଥିଲା ଦଳ । ଫଳରେ ପ୍ରଥମ ଦିନରେ ମାତ୍ର ଏହି ଖେଳାଳିମାନଙ୍କୁ ନିଜର କରି ପାରିଛି । ଓପନର ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ନିଜ ସାଥୀ ଖେଳାଳି ଯୋଗାଇ ପାରିନି ଚେନ୍ନାଇ । ତେବେ ଋତୁରାଜଙ୍କ ସହ ଓପନିଙ୍ଗ କରିବାର ବିକଳ୍ପ ଭାବେ ଦଳରେ ଉତ୍ଥାପା ରହିଛନ୍ତି । କିନ୍ତୁ ଦଳ ପାଖରେ ଫାଷ୍ଟ ବୋଲର ସଂଖ୍ୟା ବହୁତ କମ ରହିଛି । ତଥାପି ଦଳ ଅକ୍ସନରେ ଚୁପ ବସିବା କାହାର ହଜମ ହେଉନି । କାହିଁକି ଚେନ୍ନାଇ ଏମିତି ଚୁପ ରହିଛି, ସେ ନେଇ ଏବେ ଅନ୍ୟ ଫ୍ରାଞ୍ଚାଇଜିଗୁଡିକରେ ଭାଳେଣି ପଡିଗଲାଣି । ଏହି ନୀରବତା ପଛରେ ଏକ ବଡ ରହସ୍ୟ ଲୁଚି ରହିଛି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଲାଣି ।

Deepak Chahar Bought By Chennai Super Kings (CSK) For INR 14 Crores In IPL  2022 Mega Auction

ଦୁନିଆର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳର ଅଧିନାୟକ ଭାବେ ରହିଥିବାରୁ ସମସ୍ତଙ୍କ ଏହା ଚିନ୍ତାର ବିଷୟ ପାଲଟିଛି । ଧୋନୀ କିଛି ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଛନ୍ତି ବୋଲି କୁହାଯାଉଛି । ଦଳର ଏହି ନୀରବତାକୁ ବିରାଟ ଝଡର ଏକ ପୂର୍ବ ସଙ୍କେତ ବୋଲି କହୁଛନ୍ତି ପ୍ରଶଂସକ । ଚେନ୍ନାଇ ଦଳରେ ଏପର୍ଯ୍ୟନ୍ତ ମୋଟ ୧୦ ଖେଳାଳି ସାମିଲ ହୋଇଛନ୍ତି । ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନୀ, ଋତୁରାଜ ଗାଏକ୍ୱାଡ ଏବଂ ମୋଇନ ଅଲୀଙ୍କୁ ଦଳ ରିଟେନ କରିଥିବା ବେଳେ ଅକ୍ସନ ଦ୍ୱାରା ରବିନ ଉତ୍ଥାପା, ଡ୍ୱେନ ବ୍ରାଭୋ, ଅମ୍ବାତି ରାୟୁଡୁ, ଦୀପକ ଚହର, କେ.ଏମ ଆସିଫ ଏବଂ ତୁଷାର ଦେଶପାଣ୍ଡେ ଦଳରେ ସାମିଲ ହୋଇଛନ୍ତି । ତେବେ ଅକ୍ସନର ଦ୍ୱିତୀୟ ଦିନ ପାଇଁ ଦଳ ପାଖରେ ଆଉ ମାତ୍ର ୨୦.୪୫ କୋଟି ବାକି ରହିଥିବା ବେଳେ ଆହୁରି ୮-୧୫ ଜଣ ଖେଳାଳିଙ୍କ ପାଇଁ ସ୍ଲଟ ବାକି ରହିଛି ।

IPL 2021: Here's A Look At MS Dhoni's Top Five Unforgettable Finishes In IPLCSK Players List 2022, Chennai Super Kings Retained Players Names

Get real time updates directly on you device, subscribe now.