fbpx

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ବଡ଼ ଖବର! ଯାଇପାରେ ଚାକିରି, କୋର୍ଟ ଦେଲେ ଏପରି ନିର୍ଦ୍ଦେଶ

ନୂଆଦିଲ୍ଲୀ: ବ୍ୟାଙ୍କରେ କାମ କରୁଥିବା ର୍କମଚାରୀଙ୍କ ପାଇଁ ଆସିଛି ବଡ଼ ଖବର । ଏବେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ଅତି ସାବଧାନରେ ରହିବା ଆବଶ୍ୟକ । ସୁପ୍ରିମକୋର୍ଟ ଏକ ଶୁଣାଣିରେ କହିଛନ୍ତି ଯେ, ବ୍ୟାଙ୍କ କର୍ମଚାରୀଙ୍କ ପଦ ବହୁତ ବିଶ୍ୱାସନୀୟ ଓ ଦାୟିତ୍ୱଯୋଗ୍ୟ ହୋଇଥାଏ । ଏପରି ପରିସ୍ଥିତିରେ ଯଦି କୌଣସି କର୍ମଚାରୀ ନିଜ କାମରେ ଭୁଲ କରନ୍ତି, ତେବେ ସେମାନଙ୍କ ଚାକିରି ଚାଲିଯାଇପାରେ । ଆସନ୍ତୁ କ’ଣ ରହିଛି ମାମଲା…

ଜଷ୍ଟିସ ଅଜୟ ରାସ୍ତୋଗି ଓ ଜଷ୍ଟିସ ଅଭୟ ଏସ ଓକାଙ୍କ ଖଣ୍ଡପୀଠ ଏକ ମାମଲାରେ ଶୁଣାଣି କରି ବ୍ୟାଙ୍କ କ୍ଲକଙ୍କୁ ବହିଷ୍କାର କରିବା ଆଦେଶକୁ ସ୍ଥିତ ରଖିଛନ୍ତି । ଶୁଣାଣି ସମୟରେ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କରେ କାମ କରିବା ପାଇଁ ସଚ୍ଚୋଟ ଓ ସତ୍ୟବାଦୀ ହେବ ନିହାତି ଜରୁରୀ । ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ କୌଣସି ପ୍ରକାରର ଅନିୟମିତତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

ସୂଚନାଯୋଗ୍ୟ ଯେ, ଏହି ମାମଲା ୧୯୭୩ ମସିହାରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କ ସହ ଜଡିତ, ଯିଏକି ବ୍ୟାଙ୍କରେ କିରାଣୀ-ଟାଇପିଷ୍ଟ ପଦରେ ନିଯୁକ୍ତ ହୋଇଥିଲେ । ସେ ତାଙ୍କ କର୍ତ୍ତବ୍ୟ ତୁଲାଇବା ସମୟରେ ଗୁରୁତର ଅନିୟମିତତା କରିଥିଲେ, ଯେଉଁଥିପାଇଁ ତାଙ୍କୁ ୭ ଅଗଷ୍ଟ ୧୯୯୫ ରେ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଏହା ସମୟରେ ୨ ମାର୍ଚ୍ଚ ୧୯୯୬ ରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସତ୍ୟ ବୋଲି ଜାଣିଥିଲେ ଅନୁସନ୍ଧାନକାରୀ ଅଧିକାରୀ । ଏହା ପରେ ତାଙ୍କୁ ୬ ଡିସେମ୍ବର ୨୦୦୦ ରେ ବହିଷ୍କାର କରାଯାଇଥିଲା । ଶେଷରେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ବହିଷ୍କାରକୁ ଠିକ୍ ବୋଲି ସମର୍ଥନ କରିଛନ୍ତି ।

Get real time updates directly on you device, subscribe now.