ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଦେଶ ତଥା ଦୁନିଆ, ଅନେକ ପ୍ରକାରର ଘୂର୍ଣ୍ଣିବଳୟର ସାମନା କରିଛି । ଚଳିତ ବର୍ଷ ତାଉତେ ଏବଂ ୟସ୍ ଭାରତରେ ବିଶେଷ କ୍ଷୟକ୍ଷତି ଘଟାଇଛି । ବର୍ତ୍ତମାନ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହା ପଛର କାରଣ ଦର୍ଶାଇଛି । ଗୁରୁବାର ଦିନ ଏକ ବିବୃତ୍ତିରେ ମନ୍ତ୍ରଣାଳୟ, ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ସମ୍ପର୍କରେ ବର୍ଣ୍ଣନାକ କରିଛି । ଏଥିରେ ବାରମ୍ବାର କାହିଁକି ଘୂର୍ଣ୍ଣିବଳୟ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ତାର କାରଣ ଦର୍ଶାଇଛନ୍ତି । ଏହା ଅନୁଯାୟୀ, ଗତ ଚାରି ଦଶନ୍ଧି ମଧ୍ୟରେ ଉତ୍ତର ଭାରତ ମହାସାଗରରେ ବିପଜ୍ଜନକ ଘୂର୍ଣ୍ଣିବଳୟର ପ୍ରଭାବ ବୃଦ୍ଧି ପାଇଛି । ବୈଜ୍ଞାନିକ ମାନେ ଗ୍ଲୋବାଲ୍ ୱାର୍ମିଙ୍ଗ ଏବଂ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି ।
ବୈଜ୍ଞାନିକ ମାନେ କହିଛନ୍ତି ଯେ, ଏହି ଘୂର୍ଣ୍ଣିବଳୟ ଯୋଗୁଁ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ସମ୍ପ୍ରଦାୟ ପାଇଁ ପ୍ରତିବର୍ଷ ଅନେକ ବଡ଼ ବିପଦ ସୃଷ୍ଟି ହେଉଛି । ବାୟୁମଣ୍ଡଳକୁ ପ୍ରଭାବିତ କରୁଥିବା ସମସ୍ତ କାରଣ ଯେପରିକି ତୀବ୍ର ଆର୍ଦ୍ରତା ଏବଂ ସମୁଦ୍ର ପୃଷ୍ଠର ଉତ୍ତାପ ଏହା ପଛରେ କିଛି ମୁଖ୍ୟ କାରଣ । ଏଥି ସହିତ ଘୂର୍ଣ୍ଣିବଳୟର ବୃଦ୍ଧି ଧାରା ପଛରେ ବୈଜ୍ଞାନିକ ମାନେ ଗ୍ଲୋବାଲ ୱାର୍ମିଂକୁ ଏକ ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି। ଆଇଆଇଟି ଖଡଗପୁରର ଓସିୟନ୍ ଇଞ୍ଜିନିୟରିଂ ଏବଂ ନାଭାଲ୍ ସ୍ଥାପତ୍ୟ ବିଭାଗର ଜିଆ ଆଲବର୍ଟ, ଆଥିରା କୃଷ୍ଣନ୍ ଏବଂ ପ୍ରସାଦ କେ ଭାସ୍କରନ୍, ଭିଆଇଆଇଟି ବିଶ୍ୱବିଦ୍ୟାଳୟ ଭଲ୍ଲୋରର ସେଣ୍ଟର୍ ଫର୍ ଡିଜାଷ୍ଟର୍ ମିଟିଗେସନ୍ ଆଣ୍ଡ ମ୍ୟାନେଜଣ୍ଟେର କେଏସ୍ ସିଂ ଏହା ଉପରେ ଏକାଠି ହୋଇ କାମ କରିଛନ୍ତି । ଏହି ଅଧ୍ୟୟନ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ ଅଧୀନରେ କରାଯାଇଛି ।
ଏହି ବୈଜ୍ଞାନିକ ମାନେ ଅନେକ ଉପାୟରେ ଅଧ୍ୟୟନ କରିଥିଲେ । ଏଥିରେ ସେମାନେ ଗୁରୁତ୍ୱପୂର୍ଣ୍ଣ ବାୟୁମଣ୍ଡଳୀୟ ପାରାମିଟରଗୁଡିକର ଭୂମିକା ଏବଂ ପ୍ରଭାବ ଅଧ୍ୟୟନ କରିଥିଲେ । ଏହା ସହିତ, ଏହା ମଧ୍ୟ ରିସର୍ଚ୍ଚ କରାଯାଇଥିଲା ଯେ, ଉତ୍ତର ଭାରତ ମହାସାଗର ଅଞ୍ଚଳରେ ଅଲ୍-ନୀନୋ ଦକ୍ଷିଣ କମ୍ପନର ପ୍ରଭାବ କ’ଣ? ଟ୍ରପିକାଲ୍ ସାଇକ୍ଲୋନନ୍ ଏବଂ ସେଗୁଡ଼ିକ ମଧ୍ୟରେ ଏକ ଗଭୀର ସଂଯୋଗ ଅଛି । ଏହାକୁ ପାୱାର୍ ଡିସିପେସନ୍ ଇଣ୍ଡେକ୍ସ ବୋଲି କୁହାଯାଏ । ଏହି ଅନୁସନ୍ଧାନ କ୍ଲାଇମେଟ୍ ଡାଇନାମିକ୍ସ ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅନୁଯାୟୀ, ମୌସୁମୀ ପୂର୍ବରୁ ବାତ୍ୟା ସଂଖ୍ୟା ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହାର ପ୍ରଭାବ ଉଭୟ ବଙ୍ଗୋପସାଗର ଏବଂ ଆରବ ସାଗରରେ ଦେଖାଯାଇଛି ।