17 କିମ୍ୱା 18 କାହିଁକି ନୁହେଁ, 15 ତାରିଖକୁ ଭାରତ କାହିଁକି ସ୍ୱାଧୀନତା ଦିବସ ପାଇଁ ବାଛିଥିଲା, ଜାଣି ନ ଥିବେ ପଢନ୍ତୁ….

17 କିମ୍ୱା 18 କାହିଁକି ନୁହେଁ, 15 ତାରିଖକୁ ଭାରତ କାହିଁକି ସ୍ୱାଧୀନତା ଦିବସ ପାଇଁ ବାଛିଥିଲା, ଜାଣି ନ ଥିବେ ପଢନ୍ତୁ....

ଓଡିଶା ଭାସ୍କର: ‘ସୁଜଲାଂ ସୁଫଲାଂ ମଲୟଲଶୀତଲାମ୍ ଶସ୍ୟ ଶ୍ୟାମଲାଂ ବନ୍ଦେମାତରମ୍’- ସ୍ୱାଧୀନତା ଦିବସକୁ ଆଉ କେଇ ଘଣ୍ଟା । ତ୍ରିରଙ୍ଗାର ତାଳରେ ଜନଗଣ ମନ ଶୁଭିବ, ଦେଶ ଝୁମିବ । ସମସ୍ତଙ୍କ ମୁଖରେ ଥିବ ବନ୍ଦେମାତରମ୍ । ବୀର ସୈନିକର ସୌହାର୍ଦ୍ଦ୍ୟରେ ସଜେଇ ହେବ ଲାଲକିଲ୍ଲା । ଉତ୍ସବମୁଖର ହୋଇ ଉଠିବ ପୁରଠୁ ପଲ୍ଲୀ ।

ଅଗଷ୍ଟ 15 ସ୍ୱାଧୀନତା ଦିବସ । କେବେ ଭାବିଛନ୍ତି ଏ ଦିନ କାହିଁକି ? ମାନେ ଏ ଦିନ ହିଁ ଭାରତ ସ୍ୱାଧୀନତା ଦିବସ ମନାଇବା ପାଇଁ କାହିଁକି ବାଛିଲା । ପଢନ୍ତୁ ଏ ରୋଚକ ରିପୋର୍ଟ….

15 अगस्त 1947 को पंडित जवाहरलाल नेहरू ने दिल्ली के लाल किले पर तिरंगा फहराया और अपना ऐतिहासिक भाषण दिया. यह दिन भारत के लिए एक नए युग की शुरुआत थी. स्वतंत्रता दिवस का महत्व केवल आजादी की प्राप्ति तक सीमित नहीं है. यह हमें उन बलिदानों की याद दिलाता है, जो असंख्य स्वतंत्रता सेनानियों ने दिए.

ଭାରତ ପ୍ରତିବର୍ଷ ଅଗଷ୍ଟ 15 ତାରିଖରେ ଉତ୍ସାହ ଓ ଉଦ୍ଦୀପନାର ସହ ଧୂମଧାମରେ ପାଳନ କରେ ସ୍ୱାଧୀନତା ଦିବସ । ଏହି ଦିନ ଭାରତୀୟ ଇତିହାସରେ ମଧ୍ୟ ଏକ ସ୍ୱର୍ଣ୍ଣିମ ଦିବସ । ଯାହା ସ୍ୱାଧୀନତାର ମହତ୍ତ୍ୱ ଓ ବଳିଦାନ ସହ ସମସ୍ତଙ୍କୁ ପରିଚିତ କରାଇଥାଏ ।

ପ୍ରକାଶଥାଉ ଯେ, 15 ଅଗଷ୍ଟ 1947 ରେ ପଣ୍ଡିତ ଜବାହାରଲାଲ ନେହରୁ ଦିଲ୍ଲୀସ୍ଥିତ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଐତିହାସିକ ଭାଷଣ ଦେଇଥିଲେ । ଏହି ଦିନ ଭାରତୀୟଙ୍କ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ ଥିଲା । ତେବେ ଭାରତ ଏ ଦିନକୁ କାହିଁକି ସ୍ୱାଧୀନତା ପାଇଁ ଚୟନ କରିଥିଲା । ଏହାର ଉତ୍ତର ପ୍ରାୟ ବହୁତ ଅଳ୍ପ ଲୋକଙ୍କ ପାଖରେ ଥିବ…

लंबे संघर्ष के बाद 1947 में भारत को दो स्वतंत्र देशों भारत और पाकिस्तान में विभाजित किया गया. 15 अगस्त 1947 को आधी रात को भारत को औपचारिक रूप से स्वतंत्रता मिली.

କହିରଖୁ, ଭାରତର ଅନ୍ତିମ ଭାଇସରାୟ ମାଉଣ୍ଟବେଟନ ଏହି ତାରିଖକୁ ଚୟନ କରିଥିଲେ । ଏହି ତାରିଖକୁ ସେ ଏଥିପାଇଁ ବାଛିଥିଲେ କାରଣ ଏହି  ତାରିଖ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ଆତ୍ମସମର୍ପଣର ଦ୍ୱିତୀୟ ବାର୍ଷିକୀ ଥିଲା ।

15 ଅଗଷ୍ଟ 1945 ରେ ଜାପାନ ମିତ୍ର ଦେଶଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲା । ମାଉଣ୍ଟବେଟନ ଦକ୍ଷିଣ ପୂର୍ବ ଏସିଆରେ ମିତ୍ର ଦେଶର କମାଣ୍ଡର ଥିଲେ । ଏହାକୁ ସେ ଏକ ମହତ୍ତ୍ୱପୂର୍ଣ୍ଣ ତାରିଖ ମାନୁଥିଲେ ।

इस दिन स्कूलों, कॉलेजों और सरकारी कार्यालयों में सांस्कृतिक कार्यक्रम, परेड और देशभक्ति के गीतों का आयोजन होता है. यह दिन हमें लोकतंत्र, समानता और भाईचारे के मूल्यों को अपनाने की प्रेरणा देता है.

ସେଥିପାଇଁ ମାଉଣ୍ଟବେଟନ 1947 ମସିହା ଜୁନ ମାସରେ ଭାରତ 15 ଅଗଷ୍ଟ 1947 ରେ ସ୍ୱାଧୀନତା ପାଇବ ବା ସ୍ୱତନ୍ତ୍ର ହେବ ବୋଲି ପୂର୍ବରୁ ଘୋଷଣା ମଧ୍ୟ କରି ସାରିଥିଲେ । ଏହି ତାରିଖକୁ ଚୟନ କରିବା ପାଇଁ ପ୍ରଶାସନିକ ଓ ରାଜନୈତିକ ପ୍ରସ୍ତୁତି ମଧ୍ୟ ସାମିଲ ଥିଲା । କାରଣ ବ୍ରିଟିଶ ସରକାର ଭାରତକୁ ଶୀଘ୍ରରୁ ଶୀଘ୍ର ଶାସନଭାର ହସ୍ତାନ୍ତର କରିବାର ଥିଲା ।