fbpx

ମତଦାନ କେନ୍ଦ୍ରରେ ମୁସଲିମ ମହିଳାଙ୍କୁ କାହିଁକି ବୁର୍ଖା ଖୋଲିବାକୁ କହୁଥିଲେ ମାଧବୀଲତା? ବିଜେପି ପ୍ରାର୍ଥୀ ଦେଲେ ଉତ୍ତର

ନୂଆଦିଲ୍ଲୀ: ତେଲେଙ୍ଗାନାର ହାଇଦ୍ରାବାଦ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ମାଧବୀଲତାଙ୍କ ଉପରେ ଏକ ମାମଲା ରୁଜ୍ଜୁ ହୋଇଛି । ତାଙ୍କ ବିରୋଧରେ ଆଇପିସି ଧାରା ୧୭୧-ସି, ୧୮୬,୫୦୫(୧)ସି ଏବଂ ଲୋକପ୍ରତିନିଧି ଅଧୀନର ଧାରା ୧୩୨ ଅନୁସାରେ, ମାଲକପଟ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ ହୋଇଛି । ଖବର ଅନୁସାରେ ମାଧବୀଲତା ମତଦାନ ବୁଥସ୍ତରୀୟ ପରିଦର୍ଶନ କରୁଥିବା ବେଳେ କିଛି ମୁସଲିମ ମହିଳାମାନଙ୍କର ପରିଚୟ ପତ୍ର ଯାଞ୍ଚ କରୁଥିବାର ଦେଖିବାକୁ ମିଳିଥିଲା । ମାଧବୀଲତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଜେପି ପ୍ରାର୍ଥୀ ମାଧବୀଲତା ମତଦାନ ଚାଲିଥିବା ବୁଥରେ ମୁସଲିମ ମହିଳାମାନଙ୍କୁ ବୁର୍ଖା ହଟାଇବା ପାଇଁ କହିବା ସହ ସେମାନଙ୍କ ପରିଚୟ ପତ୍ରକୁ ଯାଞ୍ଚ କରିବାକୁ ବାଧ୍ୟ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ମମଲାଟି ତୀବ୍ର ହେବାରୁ ଏହାର ପ୍ରତିକ୍ରିୟାରେ ନିଜେ ମାଧବୀଲତା କହିଛନ୍ତି ଯେ, ସେ ମୁସଲମାନ ମହିଳାମାନଙ୍କର ପରିଚୟ ପତ୍ର ଠିକ ଅଛି କି ନାହିଁ ସେଗୁଡିକୁ ଯାଞ୍ଚ କରିବା ପାଇଁ କହୁଥିଲି ଆଉ ଏହା କୌଣସି ଅପରାଧ ନୁହେଁ ବୋଲି ସେ ଦୃଢ୍ୟକ୍ତି ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ , ମୁଁ ଜଣେ ନିର୍ବାଚନ ପ୍ରାର୍ଥୀ ଏବଂ ଆଇନଗତ ଭାବରେ ଜଣେ ମୁହଁ ଢାଙ୍କି ପ୍ରାର୍ଥୀଙ୍କ ଚେହେରା ସେମାନଙ୍କର ଭୋଟର ପରିଚୟ ପତ୍ର ସହ ମିଶୁଛି କି ନାହିଁ ତାହା ଜାଣିବା ପାଇଁ ଚେଷ୍ଟା କରୁଥିଲି । ଏଥିରେ ମୋର ସମ୍ପୂର୍ଣ୍ଣ ଅଧିକାର ରହିଛି । ସେ କହିଛନ୍ତି ମୁଁ ଜଣେ ମହିଳା କୌଣସି ପୁରୁଷ ନୁହେଁ । ସେହି ମହିଳାମାନଙ୍କୁ ଭଦ୍ର ଭାବରେ ସେମାନଙ୍କ ପରିଚୟ ପତ୍ର ପ୍ରକାଶ କରିବା ପାଇଁ କହିଥିଲି ଏବଂ କହିଥିଲି ଦୟାକରି ମୁଁ ଆପଣଙ୍କ ପରିଚୟ ପତ୍ର ଦେଖି ପାରିବି କି ।

ଏହା ପୂର୍ବରୁ ମାଧବୀଲତା ତାଙ୍କର ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ କିଛି ଭୋଟରମାନଙ୍କର ତାଲିକାରୁ ନାମକୁ କଟାଯାଇଛି ବୋଲି ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ , ଏଠାରେ କାର୍ଯ୍ୟରତ ପୋଲିସମାନେ ମଧ୍ୟ ସକ୍ରିୟ ନୁହେଁ ବୋଲି ଅଭିଯୋଗ କରିଛନ୍ତି । ଅନେକ ବରିଷ୍ଠ ନାଗରିକମାନେ ଭୋଟ ଦେବାକୁ ଆସୁଥିବା ବେଳେ ସୋମାନଙ୍କ ନାମ ତାଲିକାରେ ହଟାଯାଇଥିବାର ମଧ୍ୟ ମାଧବୀଲତା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.