fbpx

ଋଷର ‘Moon Mission’ କାହିଁକି ହେଲା ବିଫଳ? ଏବେ ଚନ୍ଦ୍ରଯାନ-୩ର ହେବ କି ସମାନ ସ୍ଥିତି…

ନୂଆଦିଲ୍ଲୀ: ବର୍ତ୍ତମାନ ଚନ୍ଦ୍ରଯାନ-୩ ଉପରେ ରହିଛି ସାରା ଦେଶର ନଜର । ଭାରତର ‘ମୁନ୍ ମିଶନ୍’ ଧିରେ ଧିରେ ସଫଳତା ଦିଗରେ ଆଗେଇ ଚାଲିଥିବା ବେଳେ ଦେଶବାସୀଙ୍କ ଉତ୍ସାହ ବଢିବାରେ ଲାଗିଛି । ତେବେ ସେପଟେ ଭାରତକୁ ଚାଲେଞ୍ଜ କରି ‘ମୁନ୍ ମିଶନ୍’ ଆରମ୍ଭ କରିଥିବା ଋଷକୁ ଏକ ଝଟକା ଲାଗିଛି । ଚନ୍ଦ୍ରର ଖୁବ ନିକଟତର ହୋଇ ମଧ୍ୟ ଫେଲ୍ ମାରିଛି ଋଷର ଲୁନା-୨୫ । ଚନ୍ଦ୍ରପୃଷ୍ଠରେ ଧକ୍କା ହେବା ମାତ୍ରେ ନଷ୍ଟ ହୋଇଯାଇଛି ଋଷର ସ୍ୱପ୍ନ । ତେବେ ଏହାପରେ ଭାରତର ଚନ୍ଦ୍ରଯାନ-୩କୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି । ଋଷ ଭଳି ଭାରତର ଚନ୍ଦ୍ରଯାନ ବି ନଷ୍ଟ ହୋଇଯିବନି ତ? ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଘାରିଛି

ଚନ୍ଦ୍ରଯାନ-୩ର ଖୁବ ପଛରେ ଲୁନା-୨୫ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହା ସତ୍ତେ୍ୱ ଲୁନା-୨୫ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାରେ ଚନ୍ଦ୍ରଯାନଠାରୁ ଖୁବ ଆଗରେ ରହିଥିଲା । ତେବେ ଏଥିପାଇଁ ସର୍ଟକଟ୍ ହିଁ ଏକମାତ୍ର କାରଣ ବୋଲି କୁହାଯାଉଛି । କିନ୍ତୁ ଚନ୍ଦ୍ରପୃଷ୍ଠରେ ପାଦ ରଖୁ ରଖୁ ଲୁନା-୨୫ କ୍ରାଶ ହୋଇଯିବା ଘଟଣାକୁ ନେଇ ନିଜ ଭୁଲ ସ୍ୱୀକାର କରିଛନ୍ତି ଋଷର ସ୍ପେସ ଏଜେନ୍ସି । ତେବେ ରିପୋର୍ଟ ଅନୁସାରେ, ନିର୍ଦ୍ଧାରିତ ପାରାମିଟର ଅପେକ୍ଷା ଲୁନା-୨୫ ଅଲଗା ଚାଲୁଥିଲା । ଫଳରେ ଏହା ଏକ ଅନ୍ୟ ଅର୍ବିଟକୁ ଚାଲିଯାଇଥିଲା । ତେବେ ଏହି ଅର୍ବିଟକୁ ଯିବା ଲୁନା-୨୫ ସହ ଋଷକୁ ମଧ୍ୟ ଝଟକା ଲାଗିଛି । ଦକ୍ଷିଣ ଧ୍ରୁବ ନିକଟରେ ଯାଇ କ୍ରାଶ ହୋଇଛି ଋଷର ମୁନ୍ ମିଶନ୍ ଲୁନା-୨୫ । ଅଗଷ୍ଟ ୨୧-୨୨ ତାରିଖ ମଧ୍ୟରେ ଏହା ଚନ୍ଦ୍ରରେ ଅବତରଣ କରିବା ନେଇ ଋଷ ଆକଳନ କରିଥିଲା । କିନ୍ତୁ ସୋୟୁଜ ରକେଟରୁ ଲଞ୍ଚିଙ୍ଗ ପରେ ମାତ୍ର ୫ ଦିନରେ ହିଁ ଚନ୍ଦ୍ରର ଚତୁର୍ଥ ଅର୍ବିଟରେ ପହଞ୍ଚି ଯାଇଥିଲା ଲୁନା-୨୫ । ତେବେ ଲାଣ୍ଡିଙ୍ଗ କରିବା ପୂର୍ବରୁ ଏହା କ୍ରାଶ ହୋଇଯିବାରୁ ଋଷର ୪୭ ବର୍ଷର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।

କିନ୍ତୁ ଋଷ ତୁଳନାରେ ଇସ୍ରୋ ଚନ୍ଦ୍ରକୁ ଯିବାର ଲମ୍ବା ରାସ୍ତା ଆପଣେଇଛି । ଚାରି ପାଖରେ ବୁଲି ଅନ୍ତରୀକ୍ଷ ଯାନକୁ ପଠାଇବାର ଏହି ପ୍ରକ୍ରିୟା ତୁଳନାତ୍ମକ ଭାବରେ ଶସ୍ତା ପଡ଼ିଥାଏ । ଏହାଦ୍ୱାରା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏବଂ ଗତିା ସାହାରା ମଧ୍ୟ ନିଆଯାଇଥାଏ । ସେହିପରି ଲୁନା ପାଇଁ ଋଷ ୧୦୦୦୦ କୋଟିର ରକେଟ ବ୍ୟବହାର କରିଥିବା ବେଳେ ଇସ୍ରୋ ଶସ୍ତା ରକେଟ ଚୟନ କରିଛି ଏବଂ ଏହା ସୁରକ୍ଷିତ ବୋଲି ମଧ୍ୟ ଜାଣିବାକୁ ମିଳିଛି । ତେବେ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ପ୍ରାୟ ୦୬.୦୪ ସମୟରେ ରୋଭର ସହିତ ଲାଣ୍ଡର ମଡ୍ୟୁଲ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ।

Get real time updates directly on you device, subscribe now.