fbpx

ପଟେଲଙ୍କ ସ୍ଥାନରେ ଗାନ୍ଧି ନେହେରୁଙ୍କୁ କଣ ପାଇଁ ପ୍ରଧାନମନ୍ତ୍ରୀ ବାଛିଲେ ?

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବାର ଏକ ବର୍ଷ ପୂର୍ବରୁ ହିଁ ବ୍ରିଟିସ୍ ଭାରତୀୟଙ୍କ ହାତକୁ ଶାସନ ଭାର ଦେଇଦେଇଥିଲେ । ୧୯୪୬ ମସିହା ବେଳକୁ ଭାରତ ହାତକୁ ଆସିସାରିଥିଲା ଶାସନ ଭାର । ଆଉ ସେହି ସମୟରେ ଜିନ୍ନା ନୂଆ ଏକ ଦେଶ ପାକିସ୍ତାନ ପାଇଁ ପୁରା ଯିଦ୍ ଉପରେ ଥିଲେ । ଠିକ୍ ସେତିକି ବେଳେ ବ୍ରିଟିସ୍ ସରକାର କଂଗ୍ରେସ୍କୁ ସରକାରର କରିବା ପାଇଁ ଆମନ୍ତ୍ରୀତ କରିଥିଲା । କାରଣ ୨ଶହ ବର୍ଷର ସାସନ ପରେ ଦେଶ ଛାଡ଼ି ପଳାୟନ କରିବାକୁ ପ୍ରସ୍ତୁତ ହେଉଥିଲେ ବ୍ରିଟିସ୍ । ସେଥିପାଇଁ ମାଉଣ୍ଟ ବ୍ୟାଟେନ୍ ଜଥା ଶୀଘ୍ର ଭାରତ ପାକିସ୍ତନକୁ ଅଲଗା କରି ଭାରତ ଛାଡ଼ିବାକୁ ଚାହୁଁଥିଲେ। ଆଉ କଂଗ୍ରେସ ସରକାରର ମୁଖିଆ ମାନେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ ନେଇ ଯୋରଦାର ଆଲୋଚନା ଚାଲିଥିଲା ।

ସେତେବେଳେ ମାତ୍ର ଗୋଟିଏ ଦଳ ଥିଲା ସେ ହେଉଛି କଂଗ୍ରେସ । କିଏ ପ୍ରଧାନମନ୍ତ୍ରୀ ହେବ ଆଲୋଚନା ଭିତରେ ଅନେକ କଂଗ୍ରେସ୍ ନେତା ଚାହୁଁଥିଲେ କି ସରଦାର ବଲ୍ହଭ ଭାଇ ପଟ୍ଟେଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି । ନେହେରୁଙ୍କୁ କେହି ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁ ନଥିଲେ । କଂଗ୍ରେସ୍ ନେତା ଏଥିପାଇଁ ପଟ୍ଟେଲଙ୍କୁ ଚାହୁଁଥିଲେ କାରଣ ସେ ଜିନ୍ନାଙ୍କ ସହ ପାକିସ୍ତାନକୁ ନେଇ ଭଲ ବୁଝାମଣା କରିପାରିଥାନ୍ତେ । କିନ୍ତୁ ସମସ୍ତଙ୍କ ଆଶା ପାଣି ଫୋଟକା ପରି ଫାଟି ଯାଇଥିଲା । କାରଣ ମହାତ୍ମାଗାନ୍ଧି ପ୍ରଧାନମନ୍ତ୍ରୀ ପଦ ପାଇଁ ପଟ୍ଟେଲଙ୍କ ବଦଳରେ ନେହେରୁଙ୍କୁ ବାଛିଥିଲେ ।

ପଟେଲ ଗାନ୍ଧିଙ୍କ ଠାରୁ ମାତ୍ର ୬ ବର୍ଷ ଛୋଟ ଥିଲେ ହେଲେ ପଟେଲ ନେହେରୁଙ୍କ ଠାରୁ ୧୫ ରୁ ୧୬ ବର୍ଷ ବଡ଼ ଥିଲେ । ସେଥିପାଇଁ ପଟେଲ ଏବଂ ଗାନ୍ଦିଙ୍କ ମଧ୍ୟ ସମ୍ପର୍କ ଗଭିର ହୋଇଚାଲିଥିଲା । ପଟେଲ ଲଣ୍ଡନର ସେହି ଲକଲେଜ ମିଡିଲ ଟେମ୍ପଲରୁ ପାସ ହୋଇଥିଲେ ଯେଉଁଠାରୁ ଗାନ୍ଧି ଜିନ୍ନା ଏବଂ ତାଙ୍କ ବଡ଼ ଭାଇ ବିଠଲ ଭାଇ ପଟ୍ଟେଲ ଏବଂ ନେହେରୁ ବାରିଷ୍ଟରର ଡିଗ୍ରି ହାସଲ କରିଥିଲେ । ସେତେବେଳେ ପଟ୍ଟେଲ ଗୁଜୁରାଟରେ ସବୁଠାରୁ ଦାମି ଓକିଲ ଥିଲେ । କିନ୍ତୁ ପଟେଲ ଏବଂ ଗାନ୍ଧି ଭଲ ସାଙ୍ଗ ଥାଇ ମଧ୍ୟ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ବାଛିଥିଲେ ଗାନ୍ଧି ।

ସେତେବେଳର ରାଷ୍ଟ୍ରପତି ରାଜେନ୍ଦ୍ରପ୍ରସାଦ କହିଥିଲେ କି ଗାନ୍ଧି ଗ୍ଲାମରେସ ଗାନ୍ଧିଙ୍କ ପାଇଁ ତାଙ୍କର ସବୁଠାରୁ ବିଶ୍ୱସନିୟ ସାଥିର ବଳିଦାନ ଦେଇଦେଲେ । ଆଉ ଏହାର ୭୫ ବର୍ଷର ପରେ ଯେତେବେଳେ ବିଜେପି ପଟ୍ଟେଲଙ୍କୁ ଖୋଲାଖୋଲି ସପୋର୍ଟ କରିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ମୋହି ସଂସଦରେ କହିଥିଲେ କି ଯଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସରଦାର ବଲ୍ହବଭାଇ ପଟ୍ଟେଲ ହୋଇଥାନ୍ତେ ତେବେ ଆମ କାଶ୍ମିର ଏକ ଅଂଶ ଆଜି ପାକିସ୍ତାନର ପାଖରେ ନଥାନ୍ତା । ତେବେ ଏହି ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି କି କଣ ପାଇଁ ପଟ୍ଟେଲ ପ୍ରଧାନମନ୍ତ୍ରୀ ହେଲେ ନାହିଁ ।

ଏହା ଜାଣିବାକୁ ହେଲେ ୧୯୪୭କୁ ଯିବାକୁ ପଡ଼ିବ । ଦେଶେ ସ୍ୱାଧୀନ ହେବାର ୧ ବର୍ଷ ପୂବରୁ ହିଁ ବ୍ରିଟିସ ମାନେ ଭାରତର ସାସନ ଭାର ଭାରତୀୟଙ୍କ ହାତରେ ନ୍ୟସ୍ତ କରିଦେଇଥିଲେ । ସ୍ଥିର ହୋଇଥିଲା କି କଂଗ୍ରେସର ଅଧ୍ୟକ୍ଷ ହିଁ ପ୍ରଧାନମନ୍ତ୍ରୀ ହୋଇପାରିବେ । ସେତେବେଳେ ମୌଲାନା ଅବୁଲ କଲାମା ଆଜାଦ ୬ ବର୍ଷ ହେବ କଂଗ୍ରେସ୍ ଅଧ୍ୟକ୍ଷ ଥିଲେ । ସେଥିପାଇଁ ୧୯୪୬ରେ ମହାତ୍ମାଗାନ୍ଧି ମୌଲାନାଙ୍କୁ ଏକ ପତ୍ର ଲେଖି କହିଲେ କି ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତୁ ବୋଲି । ମହାତ୍ମାଗାନ୍ଧି ମନେ ମନେ ଏହା ମଧ୍ୟ ସ୍ଥିର କରିସାରିଥିଲେ କି ଯଦି ତାଙ୍କୁ ଏଥର ପ୍ରଧାମନ୍ତ୍ରୀ ପଦ ପାଇଁ ରାୟ ମାଗିଲେ ସେ ନେହେରୁଙ୍କ ନାଁ ନେବେ । ଏହାର ଅନେକ କାରଣ ରହିଛି । ଯାହା ଆମେ ଏଠାରେ ତାହା ସବୁ କହିପାରିବୁ ନାହିଁ । ଜେ ବି କ୍ରିପଲାନି ତାଙ୍କ ପୁସ୍ତଙ୍କ ଗାନ୍ଧି ହାଜ୍ ଲାଇଫରେ ଲେଖିଛନ୍ତି କି ରାଜନୈତିକ ପରମ୍ପରା ଅନୁଯାୟି ୧୫ ରୁ ୧୨ କମିଟି ପ୍ରଧାନମନ୍ତ୍ରୀ ପାଇଁ ପଟେଲଙ୍କ ନାମ ନେଇଥିଲେ । ବଳକା ୩ କମିଟି କ୍ରିପଲାନି ଏବଂ ପଟ୍ଟାଭି ସିତାରମୟାଙ୍କ ନାମ ନେଇଥିଲେ । ହେଲେ କେହି ବି ନେହେରୁଙ୍କ ନାମ ନେଇନଥିଲେ । ଯେତେବେଳେ ଏହି ଚିଠା ଗାନ୍ଧିଜିଙ୍କ ପାଖରେ ପହଞ୍ଚିଥିଲା

ସେତେବେ ଗାନ୍ଧିଙ୍କର ବ୍ୟବହାର ଦେଖି ଆଚାରୀ କ୍ରିପଲାନି ଏବଂ ପଟ୍ଟାଭି ସିତାରମୟା ସେମାନଙ୍କର ନାମ ପ୍ରଧାନମନ୍ତ୍ରୀ ପଦରୁ ବାହାର କରିଦେଇଥିଲେ । କିନ୍ତୁ ପଟେଲ ଏଥିରେ ସାଇନ୍ କରିନଥିଲେ । ଏହାକୁ ନେଇ ଗାନ୍ଧିଜି ନେହେରୁଙ୍କ ସହ ଆଲୋଚନା କରିଥିଲେ । ଗାନ୍ଧି କହିଥିଲେ କି ଜବାହାର ୱାର୍କିଂ କମିଟି ବ୍ୟତିତ କୌଣସି ପ୍ରାନ୍ତ କଂଗ୍ରେସ କମିଟି ତୁମର ନାମ ପ୍ରଧାନମନ୍ତ୍ରୀ ପଦ ପାଇଁ ନେଇନାହାଁନ୍ତି । ଏଥିରେ ତୁମର ବିଚାର କଣ ବୋଲି ନେହେରୁଙ୍କୁ ପ୍ରଶ୍ନ କରିଥିଲେ ଗାନ୍ଧି । ଏହା ଶୁଣିବା ପରେ ନେହେରୁ ପୁରା ଚୁପ ରହିଥିଲେ । ଏହାପରେ ଗାନ୍ଧି ସେହି ଚିଠାକୁ ପୁନର୍ବାର ପଟେଲଙ୍କ ଆଡ଼କୁ ବଢ଼ାଇ ସାରିଥିଲେ । ସେତେବେଳକୁ ପଟେଲ ସବୁ କିଛି ବୁଝି ସାରିଥିଲେ । ପଟେଲ ବୁଝି ସାରିଥିଲେ କି ଗାନ୍ଧି ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛନ୍ତି ଏବଂ ସେହି ଚିଠାରୁ ତାଙ୍କ ନାଁକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି । ପ୍ରସିଦ୍ଧ ରିପୋଟର ଦୁର୍ଗା ଦାସ ତାଙ୍କ ପୁସ୍ତକ ଇଣ୍ଡିଆ ଫର୍ମ କର୍ଜନ ଟୁ ନେହେରୁ ଆଣ୍ଡ ଆଫ୍ଟର ରେ ଲେଖିଛନ୍ତି କି । ନେହେରୁଙ୍କୁ ଏତେ ବିରୋଧ ପରେ ଗାନ୍ଧି କହିଥିଲେ କି ଜବାହର ଦ୍ୱିତୀୟ ନମ୍ବରରେ ଆସିବାକୁ କେବେହେଲେ ରାଜି ହେବେ ନାହିଁ । ସେ ଆନ୍ତରାଷ୍ଟ୍ରୀୟ ବିଷୟ ଉପରେ ପଟେଲଙ୍କ ଠାରୁ ଅଧିକ ବୁଝୁଛନ୍ତି । ନେହେରୁ ପ୍ରଧାନମନ୍ତ୍ରୀ ହେଲେ ଏଥିରେ ବହୁତ ଭଲସେ କାମ କରିପାରିବେ ।

ଏହି ଦୁଇଜଣ ସିରକାରୀ ସଗଡ଼କୁ ଟାଣିବା ପାଇଁ ଦୁଇ ବଳଦ । ଏଥିରେ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟ ପାଇଁ ନେହେରୁ ଏବଂ ରାଷ୍ଟ୍ରୀୟ କାର୍ଯ୍ୟ ପାଇଁ ପଟେଲ ରହିବେ । ଏହି ଦୁଇଜଣ ସରକାରୀ ବେଲ ଗାଡ଼ିକୁ ଭଲ ଭାବରେ ଟାଣିପାରିବେ । ଗାନ୍ଧିଙ୍କର ପ୍ରେସ୍ ଇଣ୍ଟରଭ୍ୟୁରୁ ଦୁଇଟି କଥା ସାମ୍ନାକୁ ଆସିଥିଲା । ପ୍ରଥମଟି ହେଉଛି କି ନେହେରୁ ଦ୍ୱିତୀୟ ସ୍ଥାନରେ ଆସିବାକୁ ଚାହୁଁନଥିଲେ । ଯେତେବେଳେ କି ଗାନ୍ଧିଙ୍କୁ ବିଶ୍ୱାସ ଥିଲା କି ପଟେଲ ଦ୍ୱିତୀୟ ସ୍ଥାନରେ ଆସିଲେ ତାଙ୍କର କୌଣସି ଅସୁବିଧା ନାହିଁ । ଆଉ ଶେଷରେ ସେଇଆହିଁ ହୋଇଥିଲା । ପଟେ ରାଗିଯିବା ବଦଳରେ ଏକ ସପ୍ତାହ ଭିତରେ ପୂର୍ବ ଭଳି ହୋଇଯାଇ ହସଖୁସିରେ ରହିବାକୁ ଲାଗିଥିଲେ ।

Get real time updates directly on you device, subscribe now.