ସମୟ ପୂର୍ବରୁ Unfit ହେଉଛି ଡିଜେଲ କାର୍.. କାହିଁକି? ରିସର୍ଚ୍ଚରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସହରରେ ଚାଲିଥିବା ଡିଜେଲ ଚାଳିତ କାର ଏହାର ଏକ ବଡ କାରଣ ପାଲଟିଛି । ଦିଲ୍ଲୀରେ ଚାଲିଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, ଡିଜେଲ କାରଗୁଡିକ ପ୍ରାୟତଃ ସମୟ ପୂର୍ବରୁ ଅନଫିଟ ହୋଇଯାଉଛି । ନିର୍ଦ୍ଧାରିତ ସମୟସୀମାରୁ ଅଧିକ ନିର୍ଗତ ହେଉଛି ଏହିସବୁ କାରର ପ୍ରଦୂଷଣ । ରାଜଧାନୀ ଦିଲ୍ଲୀରେ ଏହି କାରଗୁଡିକରୁ ନିର୍ଗତ ଧୂଆଁର ପ୍ରଭାବକୁ ନେଇ ଜାଣିବା ଏହି ରିସର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

ଦିଲ୍ଲୀର ୪୬୦ରୁ ଅଧିକ ରେଜିଷ୍ଟର କାର ଉପରେ ହୋଇଥିଲା ଏହି ରିସର୍ଚ୍ଚ । ତେବେ BS-IIIର ଡିଜେଲ କାର ୯ ବର୍ଷ କିମ୍ବା ୧ଲକ୍ଷ ୨୫ ହଜାର କି.ମି. ଚାଲିବା ପରେ ଅନଫିଟ ହୋଇଥାଏ । ସେହିପରି BS-IV ମଡେଲର କାର ସାଢେ ୭ ବର୍ଷ କିମ୍ବା ୯୫ହଜାର କି.ମି ଚାଲିବା ପରେ ଅନଫିଟ ହୁଏ । ତେଣୁ ଏହି ଦୁଇ ପରିସ୍ଥିତିରେ ଏଭଳି କାରଗୁଡିକୁ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ(PUC) ସାର୍ଟିଫିକେଟର ରିନ୍ୟୁଆଲ ପାଇଁ ଅନୁମତି ଦିଆଯାଇନଥାଏ । ତେବେ ଏହି ଦୁଇ ମଡେଲର କାର ଅନୁସାରେ BS-VI କାରଗୁଡିକର ଅନଫିଟ ହେବା ସମୟ ଆହୁରି କମ ହୋଇଯିବ ।

ଯଦି ସମୟ ପୂର୍ବରୁ ଏହି ଡିଜେଲ କାରଗୁଡିକ ପ୍ରତି ଯତ୍ନବାନ ନ ହୁଅନ୍ତି ଏଗୁଡିକ ରାଜରାସ୍ତାରେ ଚାଲିବା ପାଇଁ ସକ୍ଷମ ହୋଇ ପାରିବେ ନାହିଁ । ତେବେ କେବଳ ସମୟସୀମା ନୁହେଁ, ମାଇଲେଜ ଏବଂ ପ୍ରଦୂଷଣ ସ୍ତରରେ ମଧ୍ୟ ସ୍କ୍ରାମ୍ପିଙ୍ଗ ପଲିସିରେ ସୁଧାର କରାଯିବା ଉଚିତ । ଏ ନେଇ ଏହି ରିସର୍ଚ୍ଚରେ ସ୍ପଷ୍ଟ କରାଯାଇଛି । ବିଭିନ୍ନ ଡିଜେଲ କାରରେ ଦେଖାଯାଉଥିବା ଏହିସବୁ ସମସ୍ୟାକୁ କେବଳ ଯତ୍ନ ନେବା ଦ୍ୱାରା ହିଁ ଏଡାଇ ଦିଆଯାଇ ପାରିବ । ଇଞ୍ଜିନ ଟ୍ୟୁନିଙ୍ଗ, ରେଗୁଲାର ସର୍ଭିସିଙ୍ଗ ଏବଂ ଏମିସନ କଣ୍ଟ୍ରୋଲ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ।