fbpx

କିଛି ଗାଡିକୁ କାହିଁକି କୁକୁର ଗୋଡ଼ାଇ’ଥାନ୍ତି? ଜାଣନ୍ତୁ, ଏହା ପଛରେ ରହିଛି ଏକ ଖାସ୍ କାରଣ….

ଓଡିଶା ଭାସ୍କର: ଆପଣ କେବେ ନା କେବେ ନିଶ୍ଚୟ ଦେଖିବାକୁ ପାଇଥିବେ ଯେ, ଗାଡିଟିଏ ଯିବା ମାତ୍ରେ କୁକୁର ଅଚାନକ ଜୋରରେ ଭୋକିଥାଏ। ନୀରବ ଅବସ୍ଥାରେ ଶୋଇଥିଲେ ବି ମଧ୍ୟ କୁକୁର ହଠାତ ଉଠି ପଡି ଭୁକିବାକୁ ଆରମ୍ଭ କରିଥାଏ। ହେଲେ କାହଁକି ଗାଡି ଦେଖି କୁକୁର ଭୁକିଥାଏ? ଏହାର କାରଣ କେବେ ଖୋଜିଛନ୍ତି କି?

ତେବେ କୁକୁରକୁ ଦୁନିଆରେ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଇଥାଏ। ସେଥିପାଇଁ କୁହାଯାଏ, ସମସ୍ତେ ଧୋକା ଦେଇ ପାରନ୍ତି ହେଲେ କୁକୁର କେବେ ହେଲେ ଧୋକା ଦେଇନଥାଏ। କାରଣ ଏହି ପ୍ରାଣୀ ମାଲିକର ମନର କଥା ବୁଝି ତା’ର ସୁରକ୍ଷା ପାଇଁ ନିଜର ଜୀବନ ଦେବାକୁ ବି ପଛାଇନଥାଏ। ମାତ୍ର କୁକୁରର କିଛି ଅଜବ ଆଚରଣ ମଧ୍ୟ ରହିଥାଏ ଯାହା ଆମକୁ ଆଶ୍ଚର୍ୟ୍ୟ କରିଦେଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ଗାଡ଼ି ଦେଖି ଅଚାନକ ଭୁକିବା ଓ ତା’ ପଛରେ ଦୌଡ଼ିବା। ତେବେ ଏପରି କରିବା ପଛରେ ଏକ କାରଣ ରହିଛି।

କହିବା କଥା, ଅନେକ ସମୟରେ କୁକୁରମାନେ ବୁଲି ନିଜ ଅଞ୍ଚଳ ଭାବେ ଚିହ୍ନଟ କରିଥାନ୍ତି। ଏଥିପାଇଁ ସେମାନେ ବିଭିନ୍ନ ସ୍ଥାନରେ ଥିବା ଗାଡ଼ି ଉପରେ ପରିସ୍ରା କରିଥାନ୍ତି। ଏଣୁ ଯେତେବେଳେ ଉକ୍ତ ଗାଡ଼ି ଅନ୍ୟ କେଉଁ ଅଞ୍ଚଳକୁ ଯାଏ, ସେହି ଅଞ୍ଚଳରେ ଥିବା କୁକୁରମାନେ ଦୁର୍ଗନ୍ଧକୁ ଜାଣିପାରି ଭୁକିବାକୁ ଲାଗିଥାନ୍ତି। ସେପରି କରିବା ଦ୍ୱାରା କୁକୁରମାନେ ଗାଡ଼ିକୁ ଡ଼ରାଇବାରେ ସଫଳ ହୋଇଥାନ୍ତି ବୋଲି ଭାବିଥାନ୍ତି। ଏହା ସହ ଗୋଟିଏ ଅଞ୍ଚଳର କୁକୁର ଅନ୍ୟ ଅଞ୍ଚଳକୁ ପଶି ଆସିଲେ ସେଠାକାର କୁକୁରମାନେ ଭୁକି ଭୁକି ତାକୁ ଘଉଡ଼େଇବାକୁ ଚେଷ୍ଟା କରନ୍ତି।

Get real time updates directly on you device, subscribe now.