ସାପମାନେ ଚନ୍ଦନ ଗଛରେ ରହିବାକୁ କାହିଁକି ଭଲପାଆନ୍ତି, ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ଚନ୍ଦନ ଗଛରେ ଅଧିକ ସାପ ରହିଥାଆନ୍ତି। ଏହାର କାରଣ ହେଉଛି ଚନ୍ଦନର ସୁଗନ୍ଧ ସାପଙ୍କୁ ଭଲ ଲାଗିଥାଏ। ଅନେକ ରିପୋର୍ଟରୁ ଜଣାପଡିଛି ଯେ, ସାପଙ୍କ ଆଘ୍ରାଣ ଶକ୍ତି ବା ଶୁଙ୍ଘିବା ଶକ୍ତି ଅଧିକ ଥାଏ। ସାପ କେବଳ ନାକ ନୁହେଁ, ସେମାନଙ୍କ ଜୀଭର ଉପରି ଭାଗରୁ ଅନେକ ଦୂର ପର୍ଯ୍ୟନ୍ତ ଗନ୍ଧକୁ ଶୁଙ୍ଘି ପାରନ୍ତି। ଯେଉଁ କାରଣରୁ ସେମାନେ ଏହି ଗଛକୁ ଦୌଡିଆସନ୍ତି। ଏମାନେ କେବଳ ଚନ୍ଦନ ନୁହେଁ, ରଜନୀଗନ୍ଧା ବା ଚମ୍ପା ଭଳି ସୁଗନ୍ଧିତ ଗଛରେ ବାସ କରିବାକୁ ଭଲପାଆନ୍ତି।

ଚନ୍ଦନ ଗଛର ଗହନ ପତ୍ର ପାଇଁ ଗରମ କମ ହୋଇଥାଏ। ଯେଉଁ କାରଣରୁ ଏହି ଗଛରେ ସାପଙ୍କୁ ଲୁଚିବା ପାଇଁ ସ୍ଥାନ ମିଳିଥାଏ। ଏହି ଗଛରେ ଥଣ୍ଡା କାରଣରୁ କୀଟ-ପତଙ୍ଗ ଅଧିକ ଆସିଥାଆନ୍ତି। ଯେଉଁ କାରଣରୁ ସାପଙ୍କୁ ଖାଦ୍ୟ ମଧ୍ୟ ସହଜରେ ମିଳିଯାଇଥାଏ।

ଆପଣମାନେ ଗ୍ରୀଷ୍ମ ଦିନେ ଦେଖିଥିବେ ସାପମାନେ ପାଣି ବା ବିଲରେ ରହିବାକୁ ପସନ୍ଦ କରିଥାଆନ୍ତି। ସାପଙ୍କୁ ଥଣ୍ଡା ଏବଂ ଅନ୍ଧାରୁଆ ସ୍ଥାନ ପସନ୍ଦ ହୋଇଥାଏ। ଗରମ ଦିନେ ସାପମାନେ ଚନ୍ଦନ ଗଛର ଶୀତଳତା ପାଇଁ ରହିଥାଆନ୍ତି। ଶୀତଳତା ଏବଂ ସୁଗନ୍ଧ ପାଇଁ ସାପମାନେ ଏହି ଚନ୍ଦନ ଗଛରେ ରହିବାକୁ ଭଲପାଆନ୍ତି।