fbpx

ବର୍ଷା ବେଳେ କାହିଁକି ବୃଦ୍ଧି ପାଇଥାଏ ଯୌନ ଆଗ୍ରହ? ଜାଣନ୍ତୁ, ଏହାର ବୈଜ୍ଞାନିକ କାରଣ…

ଓଡ଼ିଶା ଭାସ୍କର: ବର୍ତ୍ତମାନ ବର୍ଷା ଋତୁ ଜାରି ରହିଛି। ଏହି ସମୟରେ ସମମସ୍ତଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଦେଇଥାଏ । ଅନ୍ୟ ଋତୁ ଅପେକ୍ଷା ବର୍ଷା ଋତୁରେ ଶରୀରର ତାପମାତ୍ରା ଅଧିକ ହୋଇଥାଏ। ଏଠାରେ କହିବା କଥା ହେଉଛି ଯେ, ଅନ୍ୟ ଦିନ ଅପେକ୍ଷା ବର୍ଷା ଦିନେ ସେକ୍ସ ବା ଯୌନ ଆଗ୍ରହ ବୃଦ୍ଧି ପାଇଥାଏ । ହେଲେ ବର୍ଷା ହେଲେ ଏଭଳି ଆଗ୍ରହ ଉଭୟ ମହିଳା-ପୁରୁଷଙ୍କ ଠାରେ ବଢିବା ଦେଖାଯାଇଥାଏ । ବର୍ଷା ଦିନେ ଯୌନ ଆଗ୍ରହ ବୃଦ୍ଧି ପାଇବା ପଛରେ କିଛି ବୈଜ୍ଞାନିକ କାରଣ ସବୁ ରହିଛି। ଏହି ବର୍ଷା ଦିନେ କେବଳ ପୁରୁଷଙ୍କର ନୁହେଁ, ବରଂ ଉଭୟେ ମହିଳାଙ୍କ ଆଗ୍ରହ ଅଧିକ ବଢିଥାଏ। ତେଣୁ ଏହି ଦିନମାନଙ୍କରେ ଦମ୍ପତିମାନେ ପରସ୍ପର ସହ ଅଧିକ ସମୟ ବିତାଇବାକୁ ଇଚ୍ଛା କରନ୍ତି।

ଏହି କାରଣରୁ ଅଧିକ ମେଲାଟୋନିନ୍ ହରମୋନ୍ ଆମ ଶରୀରରେ ନିର୍ଗତ ହୁଏ। ଯାହା ନିଦକୁ ପ୍ରୋତ୍ସାହିତ କରିଥାଏ। ଅନ୍ୟପଟେ ପ୍ରବଳ ଗରମ ପରେ ବର୍ଷା ହେଲେ ଥଣ୍ଡା ଅନୂଭୁତ ହୋଇଥାଏ । ସେଥିଲାଗି ଆମେ ଦୀର୍ଘ ସମୟ ଶୋଇ ରହିଥାଉ। ଏହି କାରଣରୁ ଟେଷ୍ଟୋଷ୍ଟେରନ୍ ହରମୋନ୍, ଯାହା ଯୌନ ଇଚ୍ଛା ସୃଷ୍ଟି କରେ, ତାହାର ସ୍ତର ଉଚ୍ଚ ହୋଇଯାଏ। ତେବେ ସାଧାରଣତଃ ଏହି ହରମୋନର ବୃଦ୍ଧି ହିଁ ଆପଣଙ୍କ ଯୌନ ଇଚ୍ଛା ଶକ୍ତିକୁ ବୃଦ୍ଧି କରିଥାଏ। ସେହିପରି ବର୍ଷାଦିନେ ନିର୍ଗତ ହୋଇଥିବା ଅକ୍ସିଟୋସିନ୍ ହରମୋନ୍ ପ୍ରେମର ଭାବନାକୁ ଉତ୍ସାହିତ କରିଥାଏ। ଯାହା ପାର୍ଟନରଙ୍କ ମଧ୍ୟରେ ଆପଣଙ୍କ ଘନିଷ୍ଠତା ବଢାଇଥାଏ।

ବର୍ଷା ହେଲେ ପୁରୁଷମାନଙ୍କରେ ଡୋପାମାଇନ୍ ନିର୍ଗତ ହେଉଥିବା ବେଳେ ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ନିର୍ଗତ ହୁଏ। ଅନ୍ୟପଟେ ସାଧାରଣ କଥା ହେଉଛି ଯେ, ବର୍ଷା ଦିନେ ଲୋକମାନେ ବାହାରକୁ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଥଣ୍ଡା କାରଣରୁ ସେମାନେ ଘରେ ଅଧିକ ସମୟ ଶୋଇବାରେ ବିତାଇଥାନ୍ତି। ଫଳରେ ଏକୁଟିଆ ଓ ଫାଙ୍କା ଥିବାରୁ ସେକ୍ସ କରିବାକୁ ମନ ହୋଇଥାଏ। ତେଣୁ ଶୀତ ଦିନେ ଅଧିକ ସମୟ ଶୋଇ ନ ରହି ବାହାରକୁ ବୁଲାବୁଲି କରିବାକୁ ଯାଆନ୍ତୁ। ନଚେତ କିଛି ଭଲ କାମରେ ନିଜକୁ ନିୟୋଜିତ କରିକି ରଖନ୍ତୁ। ସକାଳ ବେଳା ମର୍ନିଙ୍ଗ ୱାକରେ ଯାଆନ୍ତୁ ଓ କିଛି ଏକ୍ସସରସାଇଜ କରନ୍ତୁ। ଏଭଳି କରିବା ଦ୍ୱାରା ସେକ୍ସ ପ୍ରତି ଆଗ୍ରହ ହ୍ରାସ ପାଇଥାଏ।

Get real time updates directly on you device, subscribe now.