fbpx

(Video) ଫ୍ରିଜରେ କାହିଁକି ବରଫ ହୁଏନି ମଦ? କ’ଣ ରହିଛି ଏହା ପଛର ବୈଜ୍ଞାନିକ କାରଣ

Advertisement

ଓଡ଼ିଶା ଭାସ୍କର: ଶୀତ ଦିନ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଥଣ୍ଡାର ପରିମାଣ ବଢିବାରୁ ପାଣିକୁ କିଛି ସମୟ ରଖିଲେ ଏହା ବରଫ ପାଲଟିଯିବ । ଏହାବ୍ୟତୀତ ଫ୍ରିଜରେ ମଧ୍ୟ ପାଣି କିମ୍ବା ଅନ୍ୟ କୌଣସି ମୃଦୁ ତରଳ ପଦାର୍ଥ ରଖିଲେ ଏହା କିଛି ସମୟ ପରେ ବରଫରେ ପରିଣତ ହୋଇଯାଏ । କିନ୍ତୁ ମଦ ଏମିତି ଏକ ମାତ୍ର ତରଳ ପଦାର୍ଥ, ଯାହାକୁ ଫ୍ରିଜରେ ରଖିଲେ ମଧ୍ୟ ଏହା ବରଫ ହୁଏ ନାହିଁ । ଦେଶର ସବୁଠାରୁ ଥଣ୍ଡା ଅଞ୍ଚଳ କାଶ୍ମୀର ଭଳି ସ୍ଥାନରେ ପାଣି ଜମିଯାଏ ହେଲେ ମଦ କେବେ କଠିନ ଅବସ୍ଥା ଧାରଣ କରେ ନାହିଁ । ଏମିତି କଣ ପାଇଁ ହୁଏ ଜାଣି ଛନ୍ତି କି । ମଦ ପାଣି ଭଳି ଏକ ତରଳ ପଦାର୍ଥ ହୋଇଥିଲେ ବି ଏହା କାହିଁକି ବରଫ ହୁଏ ନାହିଁ ? ଆସନ୍ତୁ ଜାଣିବା ଏହା ପଛରେ ରହିଥିବା ପ୍ରକୃତ ବୈଜ୍ଞାନିକ କାରଣ ।

ଆମେ ଆମ ଘରେ ଥିବା ସାଧାରଣ ଫ୍ରିଜରେ ମଦ ଏବଂ ପାଣିକୁ ଏକା ସାଙ୍ଗରେ ରଖିଲେ ଦେଖିବା କିଛି ସମୟ ପରେ ପାଣି ବରଫରେ ପରିଣତ ହୋଇଯିବ । କିନ୍ତୁ ମଦ ନିଜର ପୂର୍ବବସ୍ଥାରେ ହିଁ ରହିଥିବ । କାରଣ ସବୁ ତରଳ ପଦାର୍ଥ ବରଫ ହେବା ପଛରେ ରହିଛି ଅଲଗା ଅଲଗା ବୈଜ୍ଞାନିକ କାରଣ । ତରଳ ପଦାର୍ଥ ଭିତରେ ଥିବା ଅଣୁ ଗୁଡ଼ିକ ନିଜ ନିଜ ଭିତରେ ଯୋଡ଼ି ହୋଇ କଠିନରେ ପରିଣତ ହୋଇଯିବାରୁ ପାଣି ବରଫ ହୋଇଯାଇଥାଏ । ତେବେ ବରଫରେ ଥିବା ଅର୍ଗାନିକ ଅଣୁ ତାକୁ ନିଜ ନିଜ ଭିତରେ ଜମିବାକୁ ଦିଅନ୍ତି ନାହିଁ ।

ତେବେ ତରଳ ପଦାର୍ଥ ବରଫରେ ପରିଣତ ହେବା ଫ୍ରିଜର ପଏଣ୍ଟ ଉପରେ ନିର୍ଭର କରେ । ସବୁ ଥିରେ ଅଲଗା ଅଲଗା ପଲଣ୍ଟ ରହିଥାଏ । ପଣି ବରଫ ହେବା ଫ୍ରିଜ ପଏଣ୍ଟ ହେଉଛି ଶୂନ ଡିଗ୍ରୀ । କିନ୍ତୁ ମଦ ଶୂନ ଡିଗ୍ରୀ ସେଣ୍ଟିଗ୍ରେଡରେ ବରଫ ହୋଇ ନ ଥାଏ । ମଦକୁ ବରଫ ହେବା ପାଇଁ ମାଇନସ ୧୧୪ ଡିଗ୍ରୀ ସେଣ୍ଟିଗ୍ରେଡ ହେବାକୁ ପଡ଼ିବ । ଫ୍ରିଜର ତାପମାତ୍ରା ମାଇନସ୍ ୧୧୪ଡିଗ୍ରୀରେ ରହିଲେ ହିଁ ମଦ ବରଫରେ ପରିଣତ ହୋଇପାରିବ । ତେବେ ଏହା ଘରେ ବ୍ୟବହୃତ ହେଉଥିବା ସାଧାରଣ ଫ୍ରିଜରେ ସମ୍ଭବ ନୁହେଁ । ଏଥିପାଇଁ ଅନ୍ୟ ଫ୍ରିଜ ରହିଛି ।

Get real time updates directly on you device, subscribe now.