fbpx
BSKY SKY
BSKY SKY

ଭୂତ-ପ୍ରେତଙ୍କୁ ଦେଖି ରାତିରେ କାନ୍ଦନ୍ତି କୁକୁର! ଅଶୁଭ ସଂକେତ ନା ରହିଛି ଆଉ କିଛି କାରଣ

BSKY

ନୂଆଦିଲ୍ଲୀ: ଅନେକ ଥର ଆପଣ ଲକ୍ଷ୍ୟ କରିଥିବେ ସମସ୍ତେ ଶୋଇଗଲା ପରେ ଶୂନଶାନ ରାତିରେ କୁକୁର ଖୁବ ଜୋରରେ କାନ୍ଦନ୍ତି । ସେମାନେ ଏତେ ଜୋରରେ କାନ୍ଦନ୍ତି ଯେ, ଆଖପାଖର ସବୁ ଲୋକଙ୍କ ନିଦ ଭାଙ୍ଗିଯାଏ । କିନ୍ତୁ ସେମାନେ କାନ୍ଦନ୍ତି କାହିକି? ରାତିରେ କୁକୁରଙ୍କ କାନ୍ଦକୁ ଖୁବ ଅଶୁଭ ବୋଲି କୁହାଯାଇଥାଏ । ଅନେକ ଲୋକଙ୍କର ଏହା ବିଶ୍ୱାସ ରହିଛି ଯେ, ରାତିରେ ଭୂତ-ପ୍ରେତଙ୍କୁ ବୁଲୁଥିବାର ଦେଖି କୁକୁରମାନେ କାନ୍ଦିଥାନ୍ତି । କିନ୍ତୁ ଏହା କେତେ ଦୂର ସତ? ଆହୁରି କିଛି ଲୋକ କୁହନ୍ତି ଯେ, କୁକୁର ମାନଙ୍କର ଏହି କାନ୍ଦ ଗାଁରେ କିଛି ଅଶୁଭ ସଂକେତ ଦେଇଥାଏ ।

ତେବେ ପ୍ରକୃତରେ କୁକୁର ମାନେ ଏମିତି କାନ୍ଦିବାର ଅନେକ ଗୁଡିଏ କାରଣ ଥାଇପାରେ । ତେବେ ଏହି କାରଣ ଭିତରୁ ପ୍ରମୁଖ କାରଣ ହୋଇଥାଏ ସେମାନଙ୍କର ବୟସ । କୁକୁରମାନଙ୍କର ବୟସ ବଢିବା ସାଙ୍ଗେ ସାଙ୍ଗେ ଶରୀରିକ ସ୍ତରରେ ସେମାନେ ଦୁର୍ବଳ ହୋଇଯାଆନ୍ତି । ସେଥିପାଇଁ ସେମାନେ ନିଜକୁ ଖୁବ ଏକା ଏବଂ ଉଦାସ ଅନୁଭବ କରିଥାନ୍ତି । ତେବେ ରାତିରେ ଯେତେବେଳେ ସାରା ଦୁନିଆ ଶୋଇପଡେ, ସେମାନେ ନିଜକୁ ସମ୍ଭାଳି ପାରନ୍ତି ନାହିଁ । ନିଜ ଦୁଃଖ ଏବଂ କୋହକୁ ବାହାର କରିବା ପାଇଁ ରାତିରେ କାନ୍ଦି ପକାଇଥାନ୍ତି । ଏହାବ୍ୟତୀତ ଅନେକ ସମୟରେ ସେମାନେ ନିଜର ମୃତ ସାଥୀମାନଙ୍କୁ ମନେ ପକାଇ ମଧ୍ୟ କାନ୍ଦୁଥିବା ଜଣାଯାଇଛି ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଅନ୍ୟ ଏରିଆର କୌଣସି କୁକୁର ଯଦି ସେମାନଙ୍କ ଅଞ୍ଚଳକୁ ପଶି ଆସନ୍ତି, ସେତେବେଳେ ମଧ୍ୟ କୁକୁର କାନ୍ଦିବା ଆରମ୍ଭ କରି ଦିଅନ୍ତି । ନିଜେ କାନ୍ଦି ଅନ୍ୟ ସାଥୀ କୁକୁର ମାନଙ୍କୁ ସେମାନେ ସତର୍କ କରାଇ ଦିଅନ୍ତି । ସେହିପରି ଅସୁସ୍ଥତା ଏବଂ ଆଗାତ ଲାଗିଲେ ମଧ୍ୟ କୁକୁର କାନ୍ଦୁଥିବାର ଦେଖାଯାଏ ।

ଅନେକ ରିପୋର୍ଟରୁ ଏହା ମଧ୍ୟ ଜଣାଯାଇଛି ଯେ, ଯେବେ କୁକୁରମାନେ ନିଜ ରାସ୍ତା ଭୁଲି ଯାଆନ୍ତି କିମ୍ବା ନିଜ ପରିବାରଠୁ ଅଲଗା ହୋଇଯାଆନ୍ତି, ସେତେବେଳେ ମଧ୍ୟ କୁକୁର କାନ୍ଦିଥାନ୍ତି । ନିରାଶ ଏବଂ ନିରୁପାୟ ହୋଇ ଜୋରରେ କାନ୍ଦନ୍ତି କୁକୁର । ତେବେ କୌଣସି ଭୂତ କିମ୍ବା ଅଶୁଭ ଲକ୍ଷଣ ଯୋଗୁଁ କୁକୁର ରାତିରେ କାନ୍ଦି ନଥାନ୍ତି । ନିଜ ଭାବନା ଏବଂ କଷ୍ଟକୁ ଲାଘବ କରିବା ପାଇଁ ଏକାନ୍ତରେ କାନ୍ଦନ୍ତି କୁକୁର ।

Get real time updates directly on you device, subscribe now.