fbpx

ପକ୍ଷୀଙ୍କୁ କାହିଁକି ଲାଗେନି କରେଣ୍ଟ? ଜାଣନ୍ତୁ ଏହା ପଛର କାରଣ

ଅନେକ ସମୟରେ ଆମେ ପକ୍ଷୀମାନେ ଏକା ସମୟରେ ଇଲେକ୍ଟ୍ରିକ୍ ତାରରେ ବସିଥିବାର ଦେଖିଥାଉ, ଆଉ ଏହା ଦେଖି ଆମେ ଆଶ୍ଚର୍ଯ୍ୟ ହେଉ କି ସେମାନଙ୍କୁ କାହିଁକି କରେଣ୍ଟ ଲାଗେନି । ଏହା ପଛରେ କଣ କାରଣ ହୋଇପାରେ? ଏହାକୁ ଜାଣିବା ପାଇଁ ପ୍ରଥମେ ଆମକୁ ବିଦ୍ୟୁତ୍ ପ୍ରବାହର ନିୟମକୁ ଜାଣିବାକୁ ହେବ ।

ତାରରେ ବିଦ୍ୟୁତ୍ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ପ୍ରବାହିତ ହୋଇଥାଏ । ଆମେ ଜାଣିଛେ ସର୍କିଟ ପୂରା ନହେଲେ କରେଣ୍ଟ ତାରରେ ପ୍ରବାହିତ ହୋଇ ନଥାଏ । ୨ଟି ତାର ଯାହା ଗୋଟିଏ ମାଇନସ୍ ଓ ଆଉ ଗୋଟେ ପ୍ଲସ୍ ଭାବେ ରହିଛି । ଏହି ଦୁଇ ତାର ଦ୍ୱାରା ବଲବ୍ ଜଳିଥାଏ, ପଙ୍ଖା ଚାଲେ ବା ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ କାର୍ଯ୍ୟ କରେ । ଏହା ଦର୍ଶାଏ କି ପକ୍ଷୀଙ୍କ ଶରୀରରେ ଥିବା ସେଲ ଓ ଟିସୁ ବିଦ୍ୟୁତ ପ୍ରବାହକୁ ପ୍ରତିରୋଧ କରିଥାଏ ।

ବିଦ୍ୟୁତ୍ ତାର ୪୪୦ ଭୋଲ୍ଟର ବା ୧୧,୦୦୦ଭୋଲ୍ଟ , ୩୩,୦୦୦ଭୋଲ୍ଟର ହୋଇଥାଏ । ପକ୍ଷୀମାନେ ଆରାମରେ ସେହି ହାଇ ଭୋଲଟେଜ୍ ତାର ଉପରେ ବସିଥାନ୍ତି । ଜୀବନ ପାଇଁ ଘାତକ ସାଜୁଥିବା ଏହି ବିଦ୍ୟୁତ୍ ଏହି ପକ୍ଷୀମାନଙ୍କୁ କରେଣ୍ଟ ହିଁ ଲାଗି ନଥାଏ । ଯଦି ପକ୍ଷୀମାନେ ବିଦ୍ୟୁତ୍ ତାରକୁ ସ୍ପର୍ଶ କରି ଭୂମିର ସଂସ୍ପର୍ଶରେ ଆସନ୍ତି ତ ପକ୍ଷୀକୁ କରେଣ୍ଟ ଲାଗେ । ଏହିପରି ମଣିଷଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ।

ଯେବେ ମଣିଷର ଶରୀର ଭୂଇଁର ସଂସ୍ପର୍ଶରେ ଆସିଥାଏ, ସେତେବେଳେ କରେଣ୍ଟ ସକ୍ ଲାଗିଥାଏ । ଯେବେ ପକ୍ଷୀ ବିଜୁଳି ତାର ଉପରେ ବସେ କରେଣ୍ଟ ଲାଗିନଥାଏ, କାରଣ ସେ ଗୋଟିଏ ହିଁ ତାରରେ ବସିଥାଏ । ସେ ନିଜର ଦୁଇ ଗୋଡ଼କୁ ଗୋଟିଏ ତାରରେ ହିଁ ରଖିଥାଏ । ଅନ୍ୟ ତାରକୁ ଛୁଇଁ ନଥାଏ । ଯାହାକି ବିଦ୍ୟୁତ୍ ପ୍ରବାହ ପାଇଁ ସର୍କିଟ ପୂରା ହୋଇ ପାରିନଥାଏ । ଫଳରେ ପକ୍ଷୀକୁ କରେଣ୍ଟ ଲାଗିନଥାଏ ।

Get real time updates directly on you device, subscribe now.