fbpx

‘ବୁମରାହଙ୍କୁ ଭୁଲିଯାଅ’, ବୋଲରଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଏମିତି କହିଲେ ବିଶ୍ୱକପ ବିଜେତା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କ ଆଘାତ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛି ମାସରୁ ସେ ଟିମ ଇଣ୍ଡିଆର ଲଗାତାର ବାଦ ପଡିଛନ୍ତି । ଏପରିକି ଗତବର୍ଷର ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ସେ ବାଦ୍ ପଡିଥିଲେ । ବର୍ତ୍ତମାନ ଆଇପିଏଲ ଏବଂ ଟେଷ୍ଟ ଚମ୍ପିଆନସିପରୁ ସେ ଖେଳି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହା ଭିତରେ ବୁମରାହଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି ଜଣେ ବିଶ୍ୱକପ ବିଜେତା ଖେଳାଳି ।

୧୯୮୩ ବିଶ୍ୱକପ ବିଜେତା ଖେଳାଳି ମଦନ ଲାଲ୍ କହିଛନ୍ତି ଯେ, ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଭାରତକୁ ୩ ଜଣ ଫାଷ୍ଟ ବୋଲର ଆବଶ୍ୟକ ରହିଛି । ଉମେଶ ଯାଦବଙ୍କୁ ଫାଇନାଲରେ ଖେଳାଇବା ଉଚିତ । ଏଥଇସହିତ ଆପଣଙ୍କୁ ଜଣେ ସ୍ପିନରର ଆବଶ୍ୟକତା ମଧ୍ୟ ରହିଛି । ତେଣୁ ବୁମରାହଙ୍କୁ ଭୁଲିଯାଅ ବୋଲି ଭାରତୀୟ ଦଳକୁ ପରାମର୍ଶ ଦେଇଛନ୍ତି ମଦନଲାଲ । ସେ ଯେବେ ଦଳକୁ ଫେରିବେ ତେବେ ଚିନ୍ତା କରାଯିବ । ଏହାର କୌଣସି ସ୍ପଷ୍ଟତା ନାହିଁ ଯେ ସେ ଟେଷ୍ଟ ଚମ୍ପିଆନସିପ ପୂର୍ବରୁ କେବେ ଫେରିବେ । ସେ ଗମ୍ଭୀର ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି । ତାଙ୍କୁ ଅଧିକ ସମୟ ମଧ୍ୟ ଲାଗିପାରେ ବୋଲି ମଦନ ଲାଲ ପ୍ରକାଶ କରିଛନ୍ତି ।

Madan Lal: Sports infrastructure great in Noida, want to bring IPL here |  Noida News - Times of India

ସେ ଆହୁରି କହିଛନ୍ତି ଯେ, କୌଣସି ଖେଳାଳିଙ୍କୁ ଆହତ ସମସ୍ୟାରୁ ମୁକୁଳିବା ପାଇଁ ଅତି କମରେେ ୩ ମାସ ସମୟ ଲାଗିଥାଏ । କିନ୍ତୁ ବୁମରାହ ୬ ମାସରୁ ଅଧିକ ସମୟ ହେଲା ଦଳରୁ ବାହାରେ ରହିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୪ ମାସ ପରେ କମବ୍ୟାକ କରିଥିଲେ । ତେଣୁ ବୁମରାହଙ୍କ ପାଖରୁ ଆମକୁ ଆଉ ବିଶେଷ ଆଶା ରଖିବା ଉଚିତ ନୁହେଁ । ତାଙ୍କୁ ଆହୁରି ଅନେକ ସମୟ ଲାଗିବ । ତେବେ ଆପଣ ଯଦି ପୁରୁଣା ବୁମରାହଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ତେବେ କିଛି ଦିନ ଅପେକ୍ଷା କରିବାକୁ ପହଇବ ବୋଲି କହିଛନ୍ତି ପୂର୍ବତନ ଖେଳାଳି ମଦନଲାଲ ।

ଏବେ ବୁମରାହ ନେସନାଲ କ୍ରିକେଟ ଏକାଡେମୀରେ ରିହାଇବିଲିଟେସନ ପ୍ରକ୍ରିୟାରେ ରହିଛନ୍ତି । ନିକଟରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ତାଙ୍କର ଆଘାତ ଯୋଗୁଁ ବୁମରାହଙ୍କର ଏକ ସର୍ଜରୀ କରାଯାଇପାରେ । ତେବେ ଏ ନେଇ ବିସିସିଆଇ ଉପରେ ନିଷ୍ପତ୍ତି ଛଡାଯାଇଛି । ତେବେ ସର୍ଜରୀ ପାଇଁ ବୁମରାହଙ୍କୁ ନ୍ୟୁଜିଲାଣ୍ଡ ଯିବାକୁ ପଡିପାରେ ।

Get real time updates directly on you device, subscribe now.