fbpx

ଶ୍ରୀଲଙ୍କାରେ ଚୀନ ଜାହାଜର ଏଣ୍ଟ୍ରି, କିନ୍ତୁ କାହିଁକି ଟେନସନରେ ଭାରତ? ଜାଣନ୍ତୁ ୫ଟି କାରଣ

ନୂଆଦିଲ୍ଲୀ: ଚୀନ ଏବେ ବିଭିନ୍ନ ଦେଶ ପାଇଁ ଚିନ୍ତାର କାରଣ ପାଲଟିଯାଇଛି । ତାଇବାନ ଦେଶକୁ ଯୁଦ୍ଧକୁ ନେଇ ଡରାଉଥିବା ବେଳେ ଆକାଶରେ ଅଧିକାଂଶ ସମୟରେ ଯୁଦ୍ଧ ଜାହାଜ ଉଡାଇ ଚାଲେଞ୍ଜ ଦେଉଛି ଡ୍ରାଗନ । ସେପଟେ ଶ୍ରୀଲଙ୍କାରେ ଏଣ୍ଟ୍ରି କରିଛି ୟୁଆଙ୍ଗ ୱାଙ୍ଗ ୫ ନାମକ ଚୀନ ଜାହାଜ । ତେବେ ଏହି ଘଟଣା ପରେ ଶ୍ରୀଲଙ୍କା ଅପେକ୍ଷା ଅଧିକ ଚିନ୍ତାରେ ପଡିଯାଇଛି ଭାରତ । ତେବେ ଆସନ୍ତୁ ଜାଣିବା କ’ଣ ହୋଇପାରେ ଏହାର ୫ଟି କାରଣ ।

ଭାରତ ଏବଂ ଆମେରିକାର ଚିନ୍ତା ଭିତରେ ଚୀନ ଜାହାଜ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ପହଞ୍ଚିଛି । ଟ୍ରାକିଭ୍ଗ ଭଳି ଆଧୁନିକ କୌଶଳରେ ସୁସଜ୍ଜିତ ଏହି ଜାହାଜକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ତେବେ ଶ୍ରୀଲଙ୍କା ଏହାକୁ ବନ୍ଦରକୁ ପ୍ରବେଶ ପାଇଁ ଅନୁମତି ଦେଇନାହିଁ । କିନ୍ତୁ ପରେ ଚୀନକୁ ଅନୁମତି ମିଳିଥିଲା ଏବଂ ଜାହାଜ ହମ୍ବନଟୋଟା ବନ୍ଦରରେ ପହଞ୍ଚିଛି । ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି ।

ଟ୍ରାକିଙ୍ଗ: ୟୁଆଙ୍ଗ ୱାଙ୍ଗ ୫ ରେ ରହିଛି ଶକ୍ତିଶାଳୀ ସେନ୍ସର । ଏମାନେ ଭାରତରେ ଥିବା ବାଲାଷ୍ଟିକ ମିସାଇଲଗୁଡିକୁ ଟ୍ରାକ କରିବାରେ ସକ୍ଷମ ହୋଇପାରନ୍ତି । ଭାରତ ତରଫରୁ ମିସାଇଲ ଟେଷ୍ଟିଂ ଓଡିଶା ଉପକୂଳ ନିକଟବର୍ତ୍ତୀ ଅଞ୍ଚଳ ତଥା ଅବଦୁଲ କଲାମ ଦ୍ୱୀପରେ ହୋଇଥାଏ ।

ଅବଧି: ଭାରତ ଚୀନ ଜାହାଜର ଏଣ୍ଟ୍ରିକୁ ନେଷଇ ଚିନ୍ତିତ ହେବାର ଆଉ ଏକ କାରଣ ହୋଇପାରେ ଏହାର ଅବଧି । ଏହି ଜାହାଜ ଆସନ୍ତା ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦରରେ ରହିବ । ତେବେ ୧୪ ଜୁଲାଇରେ ଚୀନରୁ ବାହାରିବା ପରେ ଏହା ଅନ୍ୟ କୌଣସି ବନ୍ଦରରେ ଅଟକି ନଥିଲା । ସିଧାସଳଖ ହମ୍ବନଟୋଟାରେ ପହଞ୍ଚିବା ଘଟଣା ଭାରତ ପାଇଁ ସନ୍ଦେହ ସୃଷ୍ଟି କରିଛି ।

ସମୁଦ୍ରର ଗତିବିଧି: ଚୀନର ଏହି ଜାହାଜ ସମୁଦ୍ରରେ ସର୍ଭେ ମଧ୍ୟ କରିପାରିବ । ତେଣୁ ଭାରତ ମହାସାଗରରେ ବୁଡାଜାହାଜ ସହ ଜଡିତ କାର୍ଯ୍ୟରେ ସହାୟତା ମିଳିପାରିଛି । ତଗ ୨୦୨୧ରେ ଚୀନ ସରକାର ସର୍ଭେ ସିପ୍ ମଧ୍ୟ ଏହି କ୍ଷେତ୍ରରେ କାମ କରୁଥିଲା ।

ପୁରୁଣା ମତଭେଦ: ୨୦୧୪ରେ ମଧ୍ୟ ଚୀନର ଏକ ନ୍ୟୁକ୍ଲିୟର ପାୱାର୍ଡ ସବମରୀନ ଶ୍ରୀଲଙ୍କାର ଏକ ବନ୍ଦରରେ ପହଞ୍ଚିଥିଲା । ତେବେ ଏହି ସମୟରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ଏହି ସମୟରେ ଜାହାଜ ନିଜର ଅଟୋମେଟିକ ଆଇଡେଣ୍ଟିପିକେସନ ବା AIS ବନ୍ଦ କରିବ ନାହିଁ ବୋଲି କହିଥିଲା ଶ୍ରୀଲଙ୍କା । ଏପରିକି ଏହାକୁ ସାଇଣ୍ଟିଫିକ ରିସର୍ଚ୍ଚ ପାଇଁ ମଧ୍ୟ ଅନୁମତି ମିଳିପାରିବ ନାହିଁ ।

ସମ୍ପର୍କ: ବିକାଶ କାର୍ଯ୍ୟ ପାଇଁ ହୋଇଥିବା ଋଣ ଫେରାଇବାରେ ଅସଫଳ ହେବା ପରେ ହମ୍ବନଟୋଟାକୁ ୯୯ ବର୍ଷ ପାଇଁ ଚୀନକୁ ଲିଜ ଦିଆଯାଇଛି । ଏବେ ଭାରତ ପାଇଁ ଏହି ବନ୍ଦର ହିଁ ଚିନ୍ତାର କାରଣ ପାଲଟିଛି । ବନ୍ଦରକୁ ଲିଜରେ ଦେବା ପରେ ଏହାର ସୈନିକଙ୍କ ବ୍ୟବହାରକୁ ନେଇ ଚିନ୍ତା ବୃଦ୍ଧି ପାଇଥିଲା । ତେବେ ଭାରତ ଏବଂ ଶ୍ରୀଲଙ୍କାର ମୁଖ୍ୟ ଲେନଦାର ଚୀନ ମଧ୍ୟରେ ବିବାଦ ଲାଗି ରହିଛି । ସେପଟେ ଶ୍ରୀଲଙ୍କାର ଏହି ବିପଦପୂର୍ଣ୍ଣ ପରିସ୍ଥିତିରେ ଲଗାତାର ସହଯୋଗର ହାତ ବଢାଇଛି ଭାରତ ।

Get real time updates directly on you device, subscribe now.