କାହିଁକି ପାଳନ ହୁଏ ‘ମହାଶିବରାତ୍ରୀ’, ଜାଣନ୍ତୁ କ’ଣ ରହିଛି ଏହି ରାତ୍ରର ମହତ୍ତ୍ବ

ମହାଶିବରାତ୍ରୀ କାହିଁକି ପାଳନ ହୁଏ, ଆସନ୍ତୁ ଜାଣିବା

ଓଡିଶା ଭାସ୍କର: ଶିବ ପରମାତ୍ମା ପରଂବ୍ରହ୍ମ । ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ।

ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି ।

ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥ୍ୟରେ ଏହା ପାଳନ କରାଯାଏ । ଏହିଦିନ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଭକ୍ତମାନେ ଉପବାସ ପାଳନ କରି ମହାଦେବଙ୍କ କୃପା ଲାଭ କରିଥାନ୍ତି । ମହାଶିବରାତ୍ରୀ ଅବସରରେ ଓଡ଼ିଶାର ପ୍ରତ୍ୟେକ ଶୈବପୀଠ ଏବଂ ଭାରତର ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କଠାରେ ବିଶେଷ ଆଳତି ଓ ଭୋଗ ଲାଗି କରାଯାଏ।

ଶିବରାତ୍ରୀଦିନ ବ୍ରତଧାରୀମାନେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ସାରା ଉଜାଗର କରିବାର ରହିଛି।

ଶିବରାତ୍ରୀ ପୂଜା ଚାରୋଟି ପ୍ରହରରେ ହୁଏ ସମ୍ପନ୍ନ: ତେଣୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଏ ଶିବରାତ୍ରୀ ପୂଜାକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଇଥାଏ। ପ୍ରଥମ ପ୍ରହର ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ, ଦ୍ୱିତୀୟ ପ୍ରହର ପରବର୍ତ୍ତୀ ସମୟରେ ଦହିରେ, ତୃତୀୟ ପ୍ରହର ଘୋର ରାତ୍ର ସମୟରେ ମହୁରେ ଚତୁର୍ଥ ପ୍ରହରରେ ଘୃତରେ ଅଭିଷେକ କରାଯାଏ।

ଏହି ରାତ୍ରୀର ଶେଷ ପ୍ରହର ସମୟରେ ମନ୍ଦିରର ଚୂଡ଼ାଦେଶକୁ ମହାଦୀପ ଉଠାଯାଏ। ତାହାକୁ କରି ଭକ୍ତମାନେ ଆତ୍ମତୃପ୍ତି କରିଥାନ୍ତି କେବଳ ଏହି ଗୋଟିଏ ଦିନ ଭଗବାନ ଶିବଙ୍କୁ କେତକୀଫୁଲରେ ଶିବରାତ୍ରି ଅର୍ଥାତ୍ ଶିବଙ୍କ ରାତ୍ରୀ ପୌରାଣିକ କଥା ଅନୁସାରେ, ଏହି ଦିନ ଶିବ ଓ ପାର୍ବତୀଙ୍କ ବିବାହ ହୋଇଥିଲା ।

ପୌରାଣିକ କଥା: ଆଉ କିଛି ପୌରାଣିକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ବାରା ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଜୀବନରକ୍ଷା କରିଥିଲେ ଦେବ ଦେବ ମହାଦେବ । କିନ୍ତୁ ବିଷର ଜ୍ଵାଳାରେ ସେ ମୂର୍ଚ୍ଛା ଯାଇଥିଲେ ।

ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ବ୍ରହ୍ମା, ବିଷ୍ଣୁ ଆଦି ଦେବଗଣ ନିଶି ଦିବସ ଉଜାଗର ରହି ତାଙ୍କ ମସ୍ତକରେ ଚନ୍ଦନ କର୍ପୂର ଆଦି ବିଭିନ୍ନ ଶୀତଳକାର ସାମଗ୍ରୀ ତଥା ଜଳଲାଗି କରିବାରୁ ମହାଦେବଙ୍କର ପୁନଶ୍ଚ ଚେତା ଫେରିଆସିଥିଲା।

ବିଷ୍ଣୁ ଉକ୍ତ ଦିନଟି ସମ୍ପର୍କରେ ପ୍ରଜାପିତା ବ୍ରହ୍ମାଙ୍କୁ ପଚାରିବାରୁ ବ୍ରହ୍ମା ଏହି ଦିବସଟିକୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ବୋଲି କହିଥିଲେ। ସେହିଦିନ ଅନୁଯାୟୀ, ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି।

ଆଉ କେତେକ ପୌରାଣିକ ମତବାଦ ଅନୁସାରେ, ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ‘ଲିଙ୍ଗ’ ଭାବରେ ଆବିର୍ଭୂତ ହୋଇଥିବାରୁ ଏହାକୁ ମହାଶିବରାତ୍ରୀ ଭାବରେ ପାଳନ କରାଯାଏ ।