fbpx

କାହିଁକି ନିର୍ବାଚନ ଲଢୁନାହାନ୍ତି ପ୍ରିୟଙ୍କା ଗାନ୍ଧୀ, ଏ ସଂପର୍କରେ ରଖିଲେ ନିଜର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ:ଆମେଥି ଓ ରାଏବରେଲୀରେ କଂଗ୍ରେସ ପକ୍ଷରୁ କିଏ ନିର୍ବାଚନ ଲଢିବ ସେ ନେଇ ଥିବା ସଂଶୟ ଦୂର ହୋଇଛି । ଗାନ୍ଧୀ ପରିବାରର ପୁରୁଣା ଗଡ ଆମେଥି ଓ ରାଏବରେଲୀରୁ ପ୍ରାର୍ଥୀଙ୍କ ତାଲିକା ଆସିଯାଇଛି । ଆମେଥିରୁ କେ.ଏଲ୍‌.ଶର୍ମା ନିର୍ବାଚନ ଲଢିବେ ଆଉ ରାଏବରେଲୀରୁ ରାହୁଲ ଗାନ୍ଧୀ । କିନ୍ତୁ ପୂର୍ବରୁ ଏହି ଦୁଇ ସିଟ୍ ମଧ୍ୟରୁ କୌଣସି ଗୋଟିକରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସବୁକିଛି ସ୍ପଷ୍ଟ ହୋଇଯାଇଛି । ତେବେ ପ୍ରିୟଙ୍କା କାହିଁକି ନିର୍ବାଚନ ଲଢୁନାହାନ୍ତି ଏହା ଉପରେ ସେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।

ଆମେଥିରେ ପହଞ୍ଚିଥିବା ପ୍ରିୟଙ୍କା ଗାନ୍ଧୀ ଫୁର୍ସତଗଞ୍ଜ ବିମାନବନ୍ଦରରେ ପ୍ରଶ୍ନର ଉତ୍ତରରେ କହିଛନ୍ତି, କାହାକୁ ତ ପୁଣି ସଞ୍ଚାଳନ କରିବାକୁ ହେବ.. । ସେ କହିଛନ୍ତି ଆମେଥିରୁ କେ.ଏଲ୍‌.ଶର୍ମା ସଠିକ୍ ପ୍ରାର୍ଥୀ । ସେ ଦୀର୍ଘ ସମୟ ଧରି ଏଠାରେ ଦଳର କାର୍ଯ୍ୟ ସମ୍ଭାଳି ଆସୁଛନ୍ତି । ତାଙ୍କୁ ଏଠିକାର ସବୁ ଇଲାକା ଓ ସବୁ ଗଳି ବିଷୟରେ ଜଣା ।

ଋାହୁଲ ଗାନ୍ଧୀ ଓ କେ.ଏଲ୍‌.ଶର୍ମାଙ୍କ ନାମାଙ୍କନ ଲାଗି ପହଞ୍ଚିଥିବା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କେ.ଏଲ୍‌.ଶର୍ମା ଦୀର୍ଘ ସମୟ ଧରି ଏଠାରେ କାମ କରି ଆସୁଛନ୍ତି । ତେଣୁ ତାଙ୍କୁ ଏକ ସୁଯୋଗ ଦିଆଯିବା ଉଚିତ । ଏଠାରେ ସୂଚାଇ ଦିଆଯାଇପାରେ କି ନାମାଙ୍କନର ଶେଷ ଦିନ ଏହି ୨ ସିଟ୍‌ରେ କଂଗ୍ରେସ ପାର୍ଟିର ଏହାର ପ୍ରାର୍ଥୀ ତାଲିକା ଜାରି କରିଛି । ଆଜି ଦିନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ଭରିବା ଲାଗି ସମୟ ରହିଛି ।

Get real time updates directly on you device, subscribe now.