fbpx

ଗାଡ଼ିର Mileage କମ୍ ହୁଏ କାହିଁକି? ଏହିସବୁ ଖରାପ ଅଭ୍ୟାସ ପାଇଁ ଚାଳକ ହୁଅନ୍ତି ଖର୍ଚ୍ଚାନ୍ତ

ଓଡ଼ିଶା ଭାସ୍କର: ବର୍ତ୍ତମାନ ଅନେକ ଗାଡ଼ି ଅଧିକ ମାିଲେଜ୍ ସହିତ ମାର୍କେଟକୁ ଆସୁଛି । କିନ୍ତୁ ଅନେକ ଚାଳକ ନିଜ ଗାଡ଼ିର ମାଇଲେଜ୍ କମ୍ ରହୁଥିବାରୁ ଅସନ୍ତୋଷ ରହିଥାନ୍ତି । ତେବେ ଗାଡ଼ି ମାଇଲେଜ୍ କମିବାର କାରଣ କମ୍ପାନୀ କିମ୍ବା ଏହାର ଇଞ୍ଜିନ୍ ନୁହେଁ । ଯଦି ଆପଣଙ୍କ ଗାଡ଼ି ମଧ୍ୟ ସବୁଠାର କମ୍ ମାଇଲେଜ୍ ଦେଉଛି, ତେବେ ଏଥିପାଇଁ ଆପଣ ନିଜେ ହିଁ ଦାୟୀ । ଆପଣଙ୍କର କିଛି ଖରାପ ଅଭ୍ୟାସ ପାଇଁ ଗାଡ଼ିର ମାଇଲେଜ୍ ହ୍ରାସ ପାଇଥାଏ ।

  • ଭୁଲ ଡ୍ରାଇଭିଙ୍ଗ ଅଭ୍ୟାସ: ଅଚାନକ ଏକ୍ସିଲେଟ କିମ୍ବା ବ୍ରେନ ଲଗାଇବା ଦ୍ୱାରା ଅଧିକ ଇନ୍ଧନ ନେଇଥାଏ ଗାଡ଼ି । ଏହାବ୍ୟତୀତ ହାଇ ସ୍ପିଡରେ ଗାଡ଼ି ଚଳାଇବା ଦ୍ୱାରା ମଧ୍ୟ ଇଞ୍ଜିନ ଉପରେ ଅଧିକ ଚାପ ପଡ଼ିଥାଏ ଏବଂ ଏହାଦ୍ୱାରା ମାଇଲେଜ୍ କମ୍ ହୋଇଥାଏ । ସେହିପରି ଗାଡ଼ି ଷ୍ଟାର୍ଟ ହେବା ସମୟରେ ଅନେକ ଲୋକ ଗାଡ଼ି ନ ଚଳାଇ ଛାଡ଼ି ଦିଅନ୍ତି, ଏହା ମଧ୍ୟ ଗାଡ଼ିର ମାଇଲେଜ୍ ଉପରେ ଖରାପ ପ୍ରଭାବ ପକାଇଥାଏ ।
  • ଟାୟର ପ୍ରେସର ଠିକ୍ ନ ରହିବା: ଯଦି ଟାୟାରରେ ପ୍ରେସର ଠିକ୍ ନ ରହେ, ତେବେ ଏହା ଗାଡ଼ି ଚଳାଇବା ପାଇଁ ଇଞ୍ଜିନ ଉପରେ ଅଧିକ ଚାପ ହୋଇଥାଏ ଏହା ଇନ୍ଧନ ବ୍ୟବହାରକୁ ବୃଦ୍ଧି କରିଥାଏ ଏବଂ ମାଇଲେଜ୍ ହ୍ରାସ କରିଥାଏ ।
  • ଇଞ୍ଜିନର ଯତ୍ନ ନ ନେବା: ଯଦି ଇଞ୍ଜିନ୍ ତେଲ ଠିକ୍ ସମୟରେ ପରିବର୍ତ୍ତନ କରାଯାଏ ନାହିଁ, ଏୟାର ଫିଲ୍ଟର୍ ଅପରିଷ୍କାର କିମ୍ବା ସ୍ପାର୍କ ପ୍ଲଗ୍ ନଷ୍ଟ ହୋଇଯାଏ, ଇଞ୍ଜିନର କାର୍ୟ୍ୟଦକ୍ଷତା ପ୍ରଭାବିତ ହୁଏ । ଏହି କାରଣରୁ ଗାଡି କମ୍ ମାଇଲେଜ୍ ଦେଇଥାଏ ।
  • ଅତ୍ୟଧିକ ଓଜନ: ଗାଡିରେ ଅତ୍ୟଧିକ ଓଜନ ଇଞ୍ଜିନ୍ ଉପରେ ଅଧିକ ଚାପ ପକାଇଥାଏ, ଯାହା ଇନ୍ଧନ ବ୍ୟବହାରକୁ ବୃଦ୍ଧି କରେ ଏବଂ ମାଇଲେଜ୍ କମ୍ କରିଥାଏ । ତେଣୁ ଗାଡ଼ିରେ ଅନାବଶ୍ୟକ ଜିନିଷ ନ ରଖିବାକୁ ଚେଷ୍ଟା କରନ୍ତୁ ।
  • ଖରାପ ତେଲର ବ୍ୟବହାର: ଯଦି ଆପଣ ଗାଡିରେ ଭୁଲ ପ୍ରକାରର ବ୍ୟବହାର କରନ୍ତି କିମ୍ବା ଖରାପ ଗୁଣାତ୍ମକ ଇନ୍ଧନ ବ୍ୟବହାର କରନ୍ତି, ତେବେ ଏହା ଇଞ୍ଜିନର କାର୍ଯ୍ୟଦକ୍ଷତା ହ୍ରାସ କରିପାରେ ଏବଂ ମାଇଲେଜ୍ ମଧ୍ୟ ହ୍ରାସ କରିପାରେ ।
    ଏହି ଛୋଟ ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଆପଣ ନିଜ ଗାଡିର ମାଇଲେଜ୍ ଉନ୍ନତ କରିପାରିବେ ଏବଂ ଇନ୍ଧନ ସଞ୍ଚୟ କରିପାରିବେ ।

Get real time updates directly on you device, subscribe now.