ଶିବଲିଙ୍ଗ ଉପରେ କାହିଁକି କରାଯାଏ ଜଳାଭିଷେକ, ଜାଣନ୍ତୁ ମହାକୁମ୍ଭ ସହ ଏହାର ସଂଯୋଗ
ଭଗବାନ ଶିବଙ୍କ ଉପରେ ଜଳ ଅର୍ପଣ କରିବା କାରଣ ପଛରେ ଏକ କୁମ୍ଭମେଳା ସହ ଜଡ଼ିତ ଅଛି। ଆସନ୍ତୁ ଜାଣିବା..
ଓଡ଼ିଶା ଭାସ୍କର: ଭଗବାନ ଶିବ ଭକ୍ତଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାଆନ୍ତି। ମହାକୁମ୍ଭ ସମୟରେ ପ୍ରୟାଗରାଜରେ ଭଗବାନ ଶିବଙ୍କ ଅନେକ ଭକ୍ତଙ୍କ ସହ ସାଧୁ-ସନ୍ଥ ଅଂଶଗ୍ରହଣ କରୁଛନ୍ତି। ମହାକୁମ୍ଭରେ ଭଗବାନ ଶିବଙ୍କର ଏକ ସଂଯୋଗ ରହିଛି, ଯାହା ବିଷୟରେ ଆସନ୍ତୁ ଜାଣିବା..
ସମୁଦ୍ର ମନ୍ଥନ ଏବଂ ବିଷର ଉତ୍ପତ୍ତି: ଅମୃତ ପାଇବା ଲାଳସାରେ ଅସୁର ଏବଂ ଦେବତାମାନେ ମିଶି ସମୁଦ୍ର ମନ୍ଥନ କରିଥିଲେ। ମନ୍ଦାର ପର୍ବତର ମଥନୀ ଏବଂ ବାସୁକୀ ନାଗଙ୍କ ରସୀ କରି ଦେବତାମାନେ ଏବଂ ଅସୁରମାନେ ସମୁଦ୍ର ମନ୍ଥନ କରିଥିଲେ।
ଏହି ସମୟରେ ସର୍ବପ୍ରଥମେ ବିଷ ବାହାରିଥିଲା, ଯାହାକୁ ଦେବତା କେହି ଚାହୁଁନଥିଲେ। ବିଷର ପ୍ରଭାବରେ ତିନି ଲୋକରେ ହାହାକାର ସୃଷ୍ଟି କରିଥିଲା। ସେହି ସମୟରେ ଭଗବାନ ଶିବ ବିଷ ସେବନ କରି ତିନି ଲୋକକୁ ରକ୍ଷା କରିଥିଲେ।
ଏଥିପାଇଁ ଶିବଲିଙ୍ଗ ଉପରେ କରାଯାଏ ଜଳାଭିଷେକ: ଭଗବାନ ଶିବ ବିଷର ସେବନ କରି ନିଜ କଣ୍ଠରେ ରୋକିଦେଇଥିଲେ। ଏହି କାରଣରୁ ତାଙ୍କ କଣ୍ଠ ନୀଳ ପଡିଯାଇଥିଲା। ଏହି ବିଷର ପ୍ରଭାବକୁ କମ କରିବାକୁ ସମସ୍ତେ ଶିବଙ୍କୁ ଜଳ ଅର୍ପଣ କଲେ, ଭାଙ୍ଗ-ଦୁଦୁରା ଫଳକୁ ବାଟି, ଏହି ଲେପକୁ ଲଗାଯାଇଥିଲା।
ଏଥିସହ କ୍ଷୀର ମଧ୍ୟ ଭଗବାନ ଶିବଙ୍କ ଉପରେ ଢଳା ଯାଇଥିଲା। ଏହି ସମସ୍ତ ଶୀତଳତା କାରଣରୁ ଶିବ ଭଗବାନଙ୍କ ବିଷ ସହ ଭାଙ୍ଗ-ଦୁଦୁରା, କ୍ଷୀର ଇତ୍ୟାଦି ଜିନିଷ ଅର୍ପଣ କରାଯାଇଥାଏ।
ମହାକୁମ୍ଭ ସହ ସଂଯୋଗ: ଶିବ ବିଷକୁ ରୋକିବା ପରେ ଦ୍ୱିତୀୟ ଥର ସମୁଦ୍ର ମନ୍ଥନ ହୋଇଥିଲା। ଏଥିରେ ରତ୍ନ ସହ ଅମୃତ ମଧ୍ୟ ସମୁଦ୍ରରୁ ବାହାରିଥିଲା। ଅମୃତ ହାସଲ କରିବା ପାଇଁ ଦେବତା ଏବଂ ଅସୁର ମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା।
ଏହି ସମୟରେ ଅମୃତର କିଛି ବୁନ୍ଦା କଳସରୁ ବାହାରି ପୃଥିବୀର ଚାରୋଟି ସ୍ଥାନରେ ପଡିଯାଇଥିଲା। ସେହି ଚାରୋଟି ସ୍ଥାନଗୁଡ଼ିକ ହେଲେ- ପ୍ରୟାଗରାଜ, ହରିଦ୍ୱାର, ନାସିକ, ଉଜୈନ। ଏହି କାରଣରୁ ଆଜି ପ୍ରୟାଗରାଜରେ ମହାକୁମ୍ଭର ଆୟୋଜନ ହୋଇଥାଏ।