fbpx

ଆକାଶ ପରେ ଲେବାନନରେ ସ୍ଥଳ ଯୁଦ୍ଧରେ ଲିପ୍ତ ଇଜରାଏଲ, ଲକ୍ଷ୍ୟ…

ନୂଆଦିଲ୍ଲୀ: ହିଜବୁଲା ସହ ଇଜରାଏଲର ଯୁଦ୍ଧ ପାଇଁ ଲେବାନନ କ୍ଷତିଗ୍ରସ୍ତ ହେଉଛି । ଇଜରାଏଲ ଆକାଶ ମାର୍ଗରୁ ରକେଟ ମାଡ କରିବାରେ ଲାଗିଛି । ଆକାଶ ମାର୍ଗରୁ ଆକ୍ରମଣ ମଧ୍ୟରେ ଇଜରାଏଲ ସେନା ଲେବାନନରେ ସ୍ଥଳଭାଗରେ ଯୁଦ୍ଧ ଆରମ୍ଭ କରିଛି । ଏବେ ପଦାତିତ ଓ ଟ୍ୟାଙ୍କ, ଭାରି ଅସ୍ତ୍ରର ଗାଡିରୁ ଜମି ଉପରୁ ଆକ୍ରମଣ କରିବାକୁ ଇଜରାଏଲ ଓ ଲେବାନନ ସୀମାକୁ ଘେରାବନ୍ଦୀ କରିଛି । ଇଜରାଏଲର ଏମିତି ରଣନୀତିର କାରଣ ଖୋଜୁଛନ୍ତି ସମସ୍ତେ ।

ତେବେ ବୈଦେଶିକ ବିଷାରଦଙ୍କ ମତରେ ଇଜରାଏଲର ଲକ୍ଷ୍ୟ ହିଜବୁଲାହକୁ ଲିଟାନୀ ନଦୀ ଆରପଟକୁ ପଠାଇବା । ଦୂଇ ଦେଶର ସୀମାରୁ ଦୂରକୁ ହିଜବୁଲାହକୁ ତଡିବା ପାଇଁ ଇଜରାଏଲ ଏମିତି କରୁଛି । ଲେବାନନର ରାଜଧାନୀ ବେରୁତଠାରୁ ପ୍ରାୟ ୭୦ କିମି ଦକ୍ଷିଣରେ ଲିଟାନୀ ନଦୀ ରହିଛି । ନଦୀର ଲମ୍ବା ୧୭୦ କିମି ଓ ଏହି ନଦୀ ଲେବାନନର କୃଷି କ୍ଷେତ୍ର ତଥା ପାନୀୟ ଜଳ ପାଇଁ ଗୁରୁତ୍ୱ ବହନ କରିଥାଏ । ସୀମାରୁ ନଦୀର ଦୂରତା ମାତ୍ର ୨୮ କିମି । ଗୋଟିଏ ସୀମାରେ ଏହି ଦୂରତା ୬ କିମି ରହିଛି । ନଦୀର ଦକ୍ଷିଣ ପ୍ରାନ୍ତରେ ପ୍ରାୟ ୨ଲକ୍ଷ ଲୋକଙ୍କ ବସତି ରହିଛି । ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ସିୟା ମୁସଲମାନ ଓ ୨୫ ସୁନ୍ନୀ, ଡ୍ରୁଜ ଓ ଖ୍ରୀଷ୍ଟିଆନ ।

ଇଜରାଏଲ ଚାହୁଁଛି, ୟୁଏସର ୨୦୦୬ ରିଜୋଲ୍ୟୁସନର ୧୭୦୧ର ପାଳନ କରି ହିଜବୁଲାହ ନଦୀର ପଶ୍ଚିମ ପାଶ୍ୱର୍କୁ ଚାଲିଯାଉ । କିନ୍ତୁ ସେଠାରେ ୭୫ ପ୍ରତିଶତ ସିୟା ମୁସଲମାନ ଥିବାରୁ ସେହି କ୍ଷେତ୍ର ଦେଇ ହିଜବୁଲାହ ଯିବାକୁ ଚାହୁଁନି । ତେଣୁ ଇଜରାଏଲ ଚେଷ୍ଟା କରୁଛି କି, ସେଠି ହିଜବୁଲା ଉପରେ ଆକ୍ରମଣ କରି ତାର ନେତା ଓ କମାଣ୍ଡୋଙ୍କୁ ମାରି ଏହି ଆତଙ୍କୀ ସଂଗଠନକୁ ଦୁର୍ବଳ କରିଦେବ ଯେମିତି ହିଜବୁଲ୍ଲା ଉତ୍ତର ଇଜରାଏଲର ଲୋକଙ୍କ ଉପରେ ଆକ୍ରମଣ କରି ନ ପାରିବ ।

Get real time updates directly on you device, subscribe now.