fbpx

କାହିଁକି କମ୍ ହୋଇଥାଏ ପୁରୁଷଙ୍କ ସ୍ପର୍ମ କାଉଣ୍ଟ:ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ

ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ଏବଂ ଭୁଲ ଖାଦ୍ୟ ଅଭ୍ୟାସ କାରଣରୁ ଅନେକ ପ୍ରକାର ଅସୁବିଧା ପରିଲକ୍ଷିତ ହୋଇଥାଏ । ଯାହାଫଳରେ ଆମେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଥିସହିତ ପୁରୁଷମାନଙ୍କର ଏପରି କିଛି ଅଭ୍ୟାସ ଅଛି ଯାହାକି ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ଖାସ କରି ସେମାନଙ୍କ ସ୍ପର୍ମ କାଉଣ୍ଟ ଉପରେ ଅଧିକ ପ୍ରଭାବ ପକାଇଥାଏ । ଯାହାଫଳରେ ପୁରୁଷମାନଙ୍କ ସ୍ପର୍ମ କାଉଣ୍ଟ କମିଯାଇଥାଏ । ତେବେ ଆପଣଙ୍କ ଯଦି ଏପରି କିଛି ସମସ୍ୟା ଅଛି ତେବେ ଆପଣ ନିଜର କିଛି ଭୁଲ ଅଭ୍ୟାସକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ କମିଥଆଏ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ।

ପୁରୁଷଙ୍କ ସ୍ପର୍ମ କାଉଣ୍ଟ କମିବାର କାରଣ:

ଅଧିକ ଚିନ୍ତା : ପୁରୁଷମାନେ ଅଧିକ ଚିନ୍ତା କରିବା ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଖାସ କରି ସେମାନଙ୍କ ସ୍ପର୍ମ କାଉମ୍ଟ ଉପରେ ଅଧିକ ପ୍ରଭାବ ପକାଇଥାଏ । ଫଳରେ ସେମାନଙ୍କ ସ୍ପର୍ମ କାଉଣ୍ଟ କମିଯାଇଥାଏ । ତେଣୁ ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଯଥା ସମ୍ଭବ ଚିନ୍ତା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।
ଏକ୍ସରୋସାଇଜ୍ ନକରିବା: ଅଧିକାଶଂ ପୁରୁଷମାନେ ସୁସ୍ଥ ରହିବା ଏବଂ ସେମାନଙ୍କ ବଡିକୁ ଫିଟ୍ ରଖିବା ପାଇଁ ବାୟାମ ବା ଏକ୍ସରୋସାଇଜ କରିଥାନ୍ତି । କିନ୍ତୁ ଏପରି କିଛି ପୁରୁଷ ଅଛନ୍ତି ଯେଉଁମାନେ ଏହିସବୁ କରିନଥାନ୍ତି । ଯାହାଫଳରେ ଏହା ଶରୀରରେ ସମସ୍ୟା ସୃଷ୍ଟି କରିଥାଏ । ଯାହାଫଳରେ ସ୍ପର୍ମ କାଉଣ୍ଟ କମ୍ ହେବାର ଆଶଙ୍କା ରହିଥାଏ । ଯାହାର ସିଧା ପ୍ରଭାବ ପ୍ରଜଜନ କ୍ଷମତା ଉପରେ ପଡିଥାଏ । ତେବେ ଯଉଁ ପୁରୁଷମାନଙ୍କ ଏହି ଅଭ୍ୟାସ ଅଛି ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ଏବଂ ଏକ୍ସରୋସାଇଜ କରନ୍ତୁ ।

ପ୍ୟାଣ୍ଟ ପକେଟରେ ଫୋନ ରଖିବା: ପୁରୁଷମାନେ ସାଧାରଣତଃ ସେମାନଙ୍କ ମୋମାଇଲକୁ ପ୍ୟାଣ୍ଟ ପକେଟରେ ରଖିଥାଆନ୍ତି । କିନ୍ତୁ ପୁରୁଷମାନଙ୍କ ଏହି ଅଭ୍ୟାସ ସେମାନଙ୍କ ସ୍ପର୍ମ କାଉଣ୍ଟକୁ କମ୍ କରିଥାଏ । କାରଣ ମୋମାଇଲରୁ ଆସୁଥିବା ରେଞ୍ଜ ପୁରୁଷମାନଙ୍କ ସ୍ପର୍ମ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆପଣଙ୍କର ଯଦି ଏହି ଅଭ୍ୟାସ ଅଛି ତେବେ ଏହାକୁ ତୁରନ୍ତ ପରିବର୍ତ୍ତନ କରନ୍ତୁ ।

ରାତିରେ ଡେରିରେ ଶୋଇବା: ରାତିରେ ଡେରିରେ ଶୋଇବା ଅଭ୍ୟାସ ହେତୁ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଖାସ କରି ଯେଉଁ ପୁରୁଷମାନେ ରାତିରେ ଡେରିରେ ଶୁଅନ୍ତି ସେମାନଙଅକ ନିକଟରେ ସ୍ପର୍ମଲ କାଉଣ୍ଟ କମ ହୋଇଥାଏ । ଯାହାଫଳରେ ଏହା ପୁରୁଷମାନଙ୍କ ସେକ୍ସ ଲାଇଫ ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିସହିତ ରାତିରେ ଅଧିକ ସମୟ ଚେଇଁବା ଦ୍ୱାରା ଏହା ଇମ୍ୟୁନିଟି ପାୱାରକୁ ମଧ୍ୟ କମ କରିଥାଏ ।

Get real time updates directly on you device, subscribe now.