ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପୁନର୍ଜନ୍ମକୁ ବିଶ୍ୱାସ କରାଯାଏ । ଯେବେ କୌଣସି ଆତ୍ମା ଶରୀର ତ୍ୟାଗ କରିବା ପରେ ଆଉ ଏକ ଶରୀରରେ ନୂଆ ରୂପ ଜନ୍ମଲାଭ କରିଥାଏ । କିନ୍ତୁ ଏଥିପାଇଁ ପ୍ରଥମ ସର୍ତ୍ତ ହେଉଛି ଆତ୍ମାକୁ ପୂର୍ବ ଶରୀରର ମୋହ, ମାୟା ଏବଂ ଲୋଭକୁ ପରିତ୍ୟାଗ କରିବାକୁ ହେବ । ତେବେ ଯଦି କୌଣସି ଆତ୍ମା ପୂର୍ବ ଶରୀରରୁ ମୁକ୍ତ ହୋଇ ନ ପାରେ, ତେବେ କ’ଣ କରାଯାଇପାରେ ? ଅନେକ ସମୟରେ ଏଭଳି ଆତ୍ମା ପରିବାର ଭିତରେ ହିଁ ରହିଯାଇଥାନ୍ତି । ତେବେ ଏଭଳି ପରିସ୍ଥିତିରେ କ’ଣ କରାଯାଇପାରେ ।
ସଦଗୁରୁ ଜଗ୍ଗୀ ବାସୁଦେବ କହିଛନ୍ତି ଯେ, ମୃତ୍ୟୁ ଏକ ଧିମା ପ୍ରକ୍ରିୟା ହୋଇଥାଏ । କିନ୍ତୁ ଜନ୍ମ ଏକ କ୍ଷଣ ପ୍ରକ୍ରିୟା ହୋଇନଥାଏ । ଗର୍ଭରେ ଥିବା ଏକ ଭ୍ରୁଣକୁ ପୃଥିବୀକୁ ଆସିବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥାଏ । ମୃତ୍ୟୁ ସମୟରେ ମଧ୍ୟ ଏପରି ହୋଇଥାଏ । ମେଡିକାଲି ମୃତବ୍ୟକ୍ତି ମଧ୍ୟ ସେହି ସମୟରେ ନିଜ ପ୍ରାଣ ତ୍ୟାଗ କରି ନଥାଏ । ମୃତ୍ୟୁ ପରେ ମଧ୍ୟ ଶରୀରରେ କିଛି ନିଶ୍ୱାସ-ପ୍ରଶ୍ୱାସ ବାକି ରହିଥାଏ । ଏହି ସମୟରେ ଆତ୍ମା ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ଏକ ଯୁଦ୍ଧ କରୁଥାଏ । ମୃତ୍ୟୁକୁ ହରାଇବା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କର ଆତ୍ମା । କିନ୍ତୁ ଜୀବନର ଏହି ଯୁଦ୍ଧରେ ପରାସ୍ତ ପରେ ଶରୀରକୁ ତ୍ୟାଗ କରି ଚାଲିଯାଇଥାଏ ଆତ୍ମା । ତେଣୁ ମୃତ୍ୟୁ ପରେ ମୃତକଙ୍କ ବସ୍ତ୍ର ଏବଂ ଅନ୍ୟାନ୍ୟ ନିକଟତର ଜିନିଷକୁ ପୋଡି ଦେବା ଉଚିତ ନଚେତ ଏହାକୁ ଦାନରେ ଦେଇଦେବା ଉଚିତ ।
ଏହାକୁ ବ୍ୟବହାର କଲେ ଆତ୍ମା ଏକ ବନ୍ଧନରେ ବାନ୍ଧି ହୋଇ ରହିଯାଏ ଏବଂ ଏହାକୁ ମୁକ୍ତି ମିଳି ନଥାଏ । କପଡାର ଗନ୍ଧରେ ସେ ନିଜ ପରିବାର ଏବଂ ଘରକୁ ଚିହ୍ନିପାରେ । ତେଣୁ ମୃତ୍ୟୁ ପରେ ଏସବୁକୁ ଜାଳିଦେବା ଉଚିତ୍ ନଚେତ ମୃତବ୍ୟକ୍ତି ଜୀବନ-ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ପାରି ନଥାଏ । ସେଥିପାଇଁ ଯୋଗୀମାନେ ନିଜ ମୃତ୍ୟୁର ଆଭାସ ପାଇଲେ ନିଜ କୁଟୀର ସହ ଅନ୍ୟାନ୍ୟ ଆସବାବପତ୍ରକୁ ଜାଳି ନଷ୍ଟ କରି ଦେଇଥାନ୍ତି ।