fbpx

ବର୍ଷା ପରେ ଆକାଶରେ କାହିଁକି ଦେଖାଯାଏ ଇନ୍ଦ୍ରଧନୁ? ଜାଣନ୍ତୁ କାରଣ..

ଇନ୍ଦ୍ରଧନୁକୁ କିଏ ବା ନଦେଖିଛି । ବର୍ଷା ଦିନେ ପ୍ରାୟତଃ ଇନ୍ଦ୍ରଧନୁ ଆକାଶରେ ଦେଖାଦେଇଥାଏ । ସେଥିରେ ଥିବା ୭ଟି ରଙ୍ଗ ଆକାଶକୁ ବେଶ ସଜାଇ ଦେଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ବର୍ଷା ଦିନେ କାହିଁକି ଇନ୍ଦ୍ରଧନୁ ହୋଇଥାଏ? ତେବେ ଏହା ପଛରେ ରହିଛଇ ଏକ ବଡ ରହସ୍ୟ । ସୂର୍ଯ୍ୟ କିରଣରେ ୭ଟି ରଙ୍ଗକୁ ‘ବାନିଆହପିନାଲା’ କୁହାଯାଏ । ଏହି ରଙ୍ଗଗୁଡିକୁ ପ୍ରିଜମ୍ ମାଧ୍ୟମରେ ଚିହ୍ନଟ କରାଯାଏ ।

ବିଜ୍ଞାନ ଅଧ୍ୟୟନ ଦ୍ୱାରା ଏହାର କାରଣ ଜଣାପଡିଲା ଯେ, ଇନ୍ଦ୍ରଧନୁ ହେଉଛି ପ୍ରକୃତିର ପ୍ରିଜମ୍ । ତେବେ ଛୋଟ ବୁନ୍ଦା ଜଳ ସ୍ୱଚ୍ଛ ପ୍ରିଜମ୍ ଭାବରେ କାମ କରିଥାଏ । ଯେତେବେଳେ ସୂର୍ଯ୍ୟକିରଣ ଏହି ଛୋଟ ବୁନ୍ଦା ଦେଇ ଗତି କରେ, ସେତେବେଳେ ଏହି ଆଲୋକ ସାତ ରଙ୍ଗରେ ବିଭକ୍ତ ହୋଇ ଆମକୁ ଇନ୍ଦ୍ରଧନୁ ପରି ଦେଖାଯାଏ । ଇନ୍ଦ୍ରଧନୁର ଲାଲ୍ ରଙ୍ଗ ଉପର ଭାଗରେ ଥିବା ବେଳେ ବାଇଗଣୀ ରଙ୍ଗର ଷ୍ଟ୍ରିପ ତଳେ ରହିଥାଏ ।

Get real time updates directly on you device, subscribe now.