fbpx

ରତନ ଟାଟା ବିବାହ କରିନଥିଲେ କାହିଁକି? ତାଙ୍କ ଚର୍ଚ୍ଚିତ ପ୍ରେମ କାହାଣୀ ବିଷୟରେ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଦୁନିଆର ବିଶିଷ୍ଟ ଶିଳ୍ପପତି ଏବଂ ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟାଙ୍କର ବୁଧବାର ୯ ଅକ୍ଟୋବରରେ ୮୬ ବର୍ଷ ବୟସରେ ପରଲୋକ ଘଟିଛି। ରତନ ଟାଟାଙ୍କୁ କିଛି ଦିନ ତଳେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା କାରଣରୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମ୍ମାନିତ ଏବଂ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଭାରତ ସମେତ ସାରା ଦୁନିଆରେ ନିଜର ପରୋପକାରୀ କାର୍ଯ୍ୟ ପାଇଁ ଜଣାଶୁଣା। କିନ୍ତୁ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କିମାରେ ଯେ, କାହିଁକି ରତନ ଟାଟା ବିବାହ କରିନାହାନ୍ତି। ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ..

କାହିଁକି କଲେନି ବିବାହ: ଆପଣ ଜାଣି ଏହା ଆଶ୍ଚର୍ଯ୍ୟ ହେବେ ଯେ, ଦେଶର ସବୁଠୁ ବଡ଼ ବ୍ୟବସାୟୀ ରତନ ଟାଟାଙ୍କ ବିବାହ ହୋଇନାହିଁ। ରତନ ଟାଟା ନିଜେ ଏହାର ଉତ୍ତର ଦେଇଥିଲେ। ଯେବେ ସେ ଆମେରିକାର ଲସ ଆଞ୍ଜେଲ୍ସରେ ଚାକିରି କରୁଥିଲେ ସେତେବେଳେ ତାଙ୍କୁ ପ୍ରେମ ହୋଇଥିଲା। ସେ କହିଥିଲେ ଯେ, ସେବେ ସେ ବିବାହ କରିଥାଆନ୍ତେ। ହେଲେ ବିବାହ ହୋଇପାରିନଥିବାର କାରଣ ହେଉଛି, ରତନ ଟାଟାଙ୍କ ଜେଜେ ମାଆଙ୍କ ସ୍ୱାସ୍ଥ୍ୟ ବହୁତ ଦିନରୁ ଖରାପ ଥିଲା, ସେଥିପାଇଁ ତାଙ୍କୁ ଭାରତ ଫେରିବାକୁ ପଡିଥିଲା।

ରତନ ଟାଟାଙ୍କ ଆଶା ଥିଲା ଯେ, ତାଙ୍କ ପ୍ରେମ ମଧ୍ୟ ଭାରତ ଆସିବ ହେଲେ, ଏପରି ହେଲା ନାହିଁ। ରତନ ଟାଟା କହିଥିଲେ ଯେ, ୧୯୬୨ ମସିହାରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା ସେବେ ଝିଅର ମାଆ ବାପା ବିବାହ ନିଷ୍ପତ୍ତିରେ ସହମତି ପ୍ରକାଶ କରିନଥିଲେ ଏବଂ ତାଙ୍କ ସଂପର୍କ ଭାଙ୍ଗିଯାଇଥିଲା।

Get real time updates directly on you device, subscribe now.