ମୁମ୍ବାଇ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ତେବେ ଏହାପରେ ଟିମ ଇଣ୍ଡିଆ ନୂଆ ଅଧିନାୟକ ଖୋଜୁଥିବା ଆଲୋଚନା ହେବାରେ ଲାଗିଛି । ଯାହାକୁ ନେଇ ଲଗାତାର ଚର୍ଚ୍ଚାରେ ରହିଛନ୍ତି ଅଧିନାୟକ ରୋହିତ । ଏହାବ୍ୟତୀତ ତାଙ୍କୁ ନେଇ ବର୍ତ୍ତମାନ ଆଉ ଏକ ବଡ ଖବର ସାମନାକୁ ଆସିଛି । ରୋହିତ ଶର୍ମା ଅଚାନକ ସମୁଦ୍ରର ଗଭୀର ପାଣି ଭିତରକୁ ଡେଇଁ ପଡିଥିବା ଜାଣିବାକୁ ମିଳିଛି ।
ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ବର୍ତ୍ତମାନ ତାଙ୍କ ପରିବାର ସହ ସମୟ କାଟୁଛନ୍ତି । କିନ୍ତୁ ଏହା ଭିତରେ ରୋହିତଙ୍କୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ସମୁଦ୍ର କୂଳରେ ଛୁଟି କାଟୁଥିବା ବେଳେ ହଠାତ ସମୁଦ୍ର ଭିତରକୁ ଡେଇଁ ପଡିଛନ୍ତି ଅଧିନାୟକ ରୋହିତ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ପତ୍ନୀ ରିତିକାଙ୍କ ପାଇଁ ସେ ଏମିତି ଏକ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରୋହିତ ଶର୍ମାଙ୍କ ପତ୍ନୀ ରିତିକି ସଜଦେହ ନିଜେ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଅପଲୋଡ କରିଛନ୍ତି ।
ତେବେ ପ୍ରକୃତ ଘଟଣା ହେଉଛି ସମୁଦ୍ର କୂଳରେ ବୁଲିବା ବେଳେ ରିତିକିାଙ୍କ ମୋବାଇଲ ପାଣି ଭିତରେ ଖସି ପଡିଥିଲା । ତେଣୁ ଏହି ମୋବାଇଲକୁ ଆଣିବା ପାଇଁ ରୋହିତ ଶର୍ମା ସମୁଦ୍ର ପାଣି ଭିତରକୁ ଡେଇଁ ପଡିଥିବା କହିଛନ୍ତି ପତ୍ନୀ ରିତିକା । ତେବେ ଏହାପରେ ରୋହିତ ବିଭିନ୍ନ ପ୍ରକାରର ଏକ୍ସପ୍ରେସନ ଦେଇଛନ୍ତି, ଯାହାକୁ ନିଜ ଇନଷ୍ଟାଗ୍ରାମ ପେଜରେ ଅପଲୋଡ କରିଛନ୍ତି ରୋହିତଙ୍କ ପତ୍ନୀ ରିତିକା ସଜଦେହ । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।