fbpx

ବିଶ୍ୱର ପ୍ରତ୍ୟେକ ସ୍ଥାନରେ ସ୍କୁଲ ବସଗୁଡ଼ିକର ରଙ୍ଗ ହଳଦିଆ ହୋଇଥାଏ, ଏହା ପଛର ଖାସ୍ କାରଣ କ’ଣ

ରଙ୍ଗ ଆମ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ । ରାସ୍ତାରେ ଯାଉଥିବା ବେଳେ ଆମେ ବିଭିନ୍ନ ରଙ୍ଗର ବସ୍ ଦେଖିଥାଉ । ତେବେ ସଡ଼କ ପଥରେ ହଳଦିଆ ରଙ୍ଗର ଅନେକ ସ୍କୁଲ ବସ୍ ମଧ୍ୟ ଦେଖିବାକୁ ମିଳିଥାଏ । ଆପଣ ଜାଣନ୍ତି କି, ସମଗ୍ର ବିଶ୍ୱରେ ସ୍କୁଲ ବସର ରଙ୍ଗ କାହିଁକି ହଳଦିଆ ହୋଇଥାଏ । ଯେ କୌଣସି ସହରରେ ରହିଲେ ବି ବସର ରଙ୍ଗ ଜମା ବଦଳେ ନାହିଁ । ଏହା ପଛରେ କିଛି ଖାସ୍ କାରଣ ରହିଛି ।

ସ୍କୁଲର ବସର ହଳଦିଆ ରଙ୍ଗକୁ ନେଇ ଏକ ବୈଜ୍ଞାନିକ କାରଣ ରହିଛି । ପ୍ରତ୍ୟେକ ରଙ୍ଗର ଏକ ସ୍ୱତନ୍ତ୍ର େଓଭଲେନ୍ଥ ଓ ଫ୍ରିକ୍ୱେନ୍ସି ରହିଥାଏ । ଲାଲ ରଙ୍ଗର ୱେଭଲେନ୍ଥ ସବୁଠାରୁ ଅଧିକ ହୋଇଥାଏ । ସେଥିପାଇଁ ଲାଲ ରଙ୍ଗକୁ ଟ୍ରାଫିକ ସିଗନାଲର ଷ୍ଟପ ଲାଇନରେ ବ୍ୟବହାର କରାଯାଇଥାଏ । ଇନ୍ଦ୍ରଧନୁର ସାତଟି ରଙ୍ଗ ମଧ୍ୟରୁ ହଳଦିଆ ରଙ୍ଗର ୱେଭଲେନ୍ଥ ଲାଲଠାରୁ କମ୍ ହୋଇଥିବା ବେଳେ ସବୁଜ ରଙ୍ଗ ଠାରୁ ଅଧିକ ଅଟେ ।

ଲାଲ ରଙ୍ଗକୁ ବିପଦର ସଙ୍କେତ ଭାବେ ସୂଚିତ କରାଯାଏ । ତେଣୁ ହଳଦିଆ ରଙ୍ଗକୁ ସ୍କୁଲ ବସର ରଙ୍ଗ ଭାବେ ବ୍ୟବହାର କରାଯାଏ । ହଳଦିଆ ରଙ୍ଗର ବିଶେଷତ୍ୱ ହେଉଛି ଏହା ଖରା, ବର୍ଷା, ଶୀତ ସବୁ ସମୟରେ ଦୃଶ୍ୟମାନ ହୋଇଥାଏ । ଏହାଛଡ଼ା ହଳଦିଆ ରଙ୍ଗର ଲାଟେରାଲ ପେରିଫେରାଲ ଭିଜନ ଲାଲ ରଙ୍ଗ ଅପେକ୍ଷା ୧.୨୪ ଗୁଣା ଅଧିକ ହୋଇଥାଏ । ସ୍କୁଲ ବସଗୁଡ଼ିକର ରଙ୍ଗ ହଳଦିଆ ରଙ୍ଗ କରିବା ପାଇଁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିଛନ୍ତି ।

Get real time updates directly on you device, subscribe now.