ଓଡିଶା ଭାସ୍କର- ଏମିତି ଅନେକ ଥିବେ, ଯେଉଁମାନେ ସ୍କୁଲ ଜୀବନରେ ନିଶ୍ଚିତ ପ୍ରେମ କରିଥିବେ । ଏହି ପ୍ରେମ ସାଧାରଣତଃ ହାଇସ୍କୁଲରେ ପାଦ ଥାପିବା ପରେ ହୋଇଥାଏ । କାରଣ ପିଲାମାନେ ନୂଆ ନୂଆ କୈଶୋରରେ ପାଦ ଦେଇଥାନ୍ତି । ଶାରୀରିକ ଗଠନ, ସ୍ୱର, ଆବେଗ ଆଦିରେ ଅନେକ ପରିବର୍ତ୍ତନ ହୁଏ । ଏହି ସମୟରେ ପିଲାମାନେ କାହାକୁ ଜଣକୁ ମନ ଦେଇଦିଅନ୍ତି । ହେଲେ ଏହି ପ୍ରେମ କଲେଜରେ ପହଞ୍ଚିବା ବେଳକୁ ମରିଯାଇଥାଏ । ଏମିତି ହାତ ଗଣତି ଜଣେ କି ଦୁଇଜଣ ଥିବେ ଯେଉଁମାନଙ୍କ ପ୍ରେମ ଚିରସ୍ଥାୟୀ ହୋଇଥାଏ । ତେବେ ଏମିତି କାହିଁକି ହୁଏ?
ମୁଖ୍ୟତଃ ହାଇସ୍କୁଲ ସମୟରେ ପିଲାଙ୍କ ଭିତରେ ଭାବିବା, ଚିନ୍ତା କରିବାର କ୍ଷମତା ଆସି ନ ଥାଏ । ଏମିତି ଆବେଗରେ କେହି ଭଲ ଲାଗିବାକୁ ସେମାନେ ପ୍ରେମ ବୋଲି ମାନିନିଅନ୍ତି । କଲେଜ ବା ୟୁନିଭର୍ସିଟିକୁ ଯିବା ପରେ ସେମାନେ ପ୍ରକୃତ ପ୍ରେମ କଣ ବୁଝିଥାନ୍ତି ଓ ଅନ୍ୟ କାହା ପ୍ରତି ଆକୃଷ୍ଟ ହୋଇଥାନ୍ତି ।
ସେହିପରି ବଡ କ୍ଲାସକୁ ଯିବା ପରେ ପିଲାଙ୍କ ମଧ୍ୟରେ ପାଠର ଚାପ ବୃଦ୍ଧି ପାଏ । ଏହି ପାଠର ଚାପ ପାଇଁ ସେମାନେ ବାଳୁତର ପ୍ରେମଠାରୁ ଦୂରେଇ ଯାଆନ୍ତି । ଏହା ବ୍ୟତୀତ, ସ୍କୁଲ ସମୟରେ ପିଲାଙ୍କ ବୁଦ୍ଧିବା ଶକ୍ତି କମ ଥାଏ । ସାମାଜିକ କଟକଣା ପ୍ରତି ଧ୍ୟାନ ନ ଥାଏ । ପ୍ରେମ ପାଇଁ କିଛି ବି କରିବାର ଜୁନୁନ ସେମାନଙ୍କ ଭିତରେ ଦେଖାଦିଏ । ଯାହା ପରିବାର ବର୍ଗଙ୍କ ସାମ୍ନାକୁ ଆସିଯାଏ । ତା ପରିବାର ବର୍ଗଙ୍କ ଚାପ ପଡେ ପିଲାଙ୍କ ଉପରେ । ପରିବାର ପ୍ରେମକୁ ସ୍ୱୀକୃତି ଦେଇ ନ ଥାଏ । ଫଳରେ ଚାପ ଆଗରେ ପ୍ରେମକୁ ଭୁଲି ଯାଆନ୍ତି ପିଲାମାନେ ।