କାହିଁକି ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ଆଗରୁ ଘଣ୍ଟି ବଜାନ୍ତି, ଏହା ପଛରେ ରହିଛି ଏକ ଅଦ୍ଭୁତ କାରଣ…
ମନ୍ଦିରରେ ଘଣ୍ଟି ବଜାଇ କିଛି ସମୟ ଛିଡା ହେବା ଉଚିତ କାରଣ..
ଓଡିଶା ଭାସ୍କର:ଯେକୌଣସି ମନ୍ଦିରକୁ ଗଲା ବେଳେ ଦିଅଁ ଦର୍ଶନ କରିବା ଆଗରୁ ପ୍ରଥମେ ଆମେ ଘଣ୍ଟି ବଜାଇ ଭିତରକୁ ପ୍ରବେଶ କରିଥାଉା ତେବେ କ’ଣ ଏହା କେବଳ ଏକ ପରମ୍ପରା ନା ଏହା ପଛରେ ରହିଛି କିଛି ବୈଜ୍ଞାନିକ କାରଣ ।
ବହୁ ପୁରାତନ କାଳରୁ ମନ୍ଦିରରେ ପ୍ରବେଶ ସମୟରେ ଘଣ୍ଟି ବଜାଇ ଭିତରକୁ ପ୍ରବେଶ କରିବାର ବିଧି ରହିଛିା କୁହାଯାଏ କି ଏହାର ଧ୍ୱନି ପ୍ରାୟ ୭ ସେକେଣ୍ଟ ପାଇଁ ଆମ ଚତୁପାଶ୍ୱର୍କୁ ପ୍ରକମ୍ପିତ କରିଥାଏ । ଯାହାକି ଅନେକ ନକାରାମ୍କକ ଚିନ୍ତା ଧାରାକୁ ଦୁର କରିଥାଏ ।
ଘଣ୍ଟିର ଶବ୍ଦରେ ଅନେକ ଜୀବାଣୁ ମରିଯାଇଥାନ୍ତି ବୋଲି ବିଜ୍ଞାନ କୁହୋ କେବଳ ସେତିକି ନୁହେଁ ଘଣ୍ଟିକୁ ଅଷ୍ଟଧାତୁରେ ତିଆରି କରାଯାଇଥାଏା ସୁନା,ରୁପା, ତମ୍ବା, ଲୌହ,ଟିଣ,ଲେଡ,ଜିଙ୍କ୍ ଓ ପାରଦକୁ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ମିଶାଇ ଘଣ୍ଟି ତିଆରି ହୁଏା
ଏହି ସମସ୍ତ ଧାତୁର ଗୋଟିଏ ଲେଖାଏଁ ବିଶେଷଗୁଣ ରହିଛି । ଯେପରିକି ସୁନାକୁ ସ୍ୱଚ୍ଛତାର ପ୍ରତୀକ କୁହାଯାଉଥିବା ବେଳେ, ତମ୍ବା ଶକ୍ତିର ପ୍ରତୀକ ଓ ରୁପା ଶାନ୍ତିର ପ୍ରତୀକକୁ ଦର୍ଶାଇଥାଏା
ପୁରାତନ କାଳରେ ବା ରାଜରାଜୁଡାଙ୍କ ସମୟରେ ଘଣ୍ଟି ତିଆରି ପାଇଁ ସ୍ୱତନ୍ତ୍ର ଭାବେ କିଛି ଲୋକଙ୍କୁ ରଖାଯାଉଥିଲ।।
ଯଦି ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିବା ଘଣ୍ଟିର ଶବ୍ଦ ଆମ ଶରୀରରେ ଥିବା ୭ଟି ଶକ୍ତି ଚକ୍ରକୁ ସକ୍ରିୟ କରିଥାଏା ଏହି ୭ ଚକ୍ର ଆମ ଶରୀରରେ ସନ୍ତୁଳନ ବଜାୟ ରଖିବାରେ ବହୁ ଗୁରୁତ୍ୱପୁର୍ଣ୍ଣ ଭୁମିକା ତୁଲାଇ ଥାଆନ୍ତିା
୭ଟି ଚକ୍ର ଭିତରୁ ୬ନମ୍ବର ଚକ୍ରଟି ହେଉଛି ଥାର୍ଡ ଆଏ ବା ତୃତୀୟ ନେତ୍ର । ମଣିଷର ତୃତୀୟ ନେତ୍ର ସକ୍ରିୟ ହେବା ଫଳରେ ମଣିଶ ଦ୍ୱନ୍ଦରୁ ଦୁରେଇ ନିଜ ଲକ୍ଷ ବାବଦରେ ସ୍ପଷ୍ଟ ହୁଏା
ଏହାସହ ଘଣ୍ଟିର ଶବ୍ଦ ମନର ନକାରାତ୍ମକ ଶକ୍ତିକୁ ଦୁର କର ମନରେ ସକାରାତ୍ମକ ଭାବନା ସୃଷ୍ଟି ଆଣିଥାଏ ଓ ଏକାଗ୍ରତା ବଢାଇଥାଏା ଏଣୁ ମନ୍ଦିରକୁ ପ୍ରବେଶ ବେଳେ ଘଣ୍ଟି ବଜାଇବା ଅତ୍ୟନ୍ତ ଲାଭଦାୟକା