fbpx

କାହିଁକି କରୋନା ଭ୍ୟାକ୍ସିନ୍ କିଣିବ ନାହିଁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ; ଜାଣନ୍ତୁ ଏହାପଛର ପ୍ରକୃତ କାରଣ

ନୂଆଦିଲ୍ଲୀ: ବିଗତ ୩ ବର୍ଷ ହେଲାଣି ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି । ଫଳରେ ଅନେକ ଲୋକଙ୍କ ଜୀବନ ଯିବା ସହ ଦେଶର ତଥା ବିଶ୍ୱର ଆର୍ଥିକସ୍ଥିତି ଦୋହଲି ଯାଇଛି । ଦେଶ ତଥା ରାଜ୍ୟରେ ଏହି ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲକ ଡାଉନ ସଟ ଡାଉନ ଠାରୁ ଆରମ୍ଭ କରି ମାଗଣା ଟିକାରଣ ପର୍ଯ୍ୟନ୍ତ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଦେଶ ତଥା ରାଜ୍ୟରେ ବର୍ତ୍ତମାନ କରୋନା ଅକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି । ତେବେ ଏହି କରୋନା ଏବଂ କରୋନା ଟିକାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେଉଁ ପ୍ରକାର ପଦକ୍ଷେପ ନେଇଛନ୍ତି ।

କାହିଁକି ନିଆଯାଇଛି ଏପରି ନିଷ୍ପତ୍ତି:

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ଦେଶ ଆଉ କୋଭିଡ -୧୯ ଟିକା କିଣିବ ନାହିଁ। ଏତତ୍ ବ୍ୟତୀତ ଟୀକାକରଣ ପାଇଁ ଆବଣ୍ଟିତ ୪,୨୩୭ କୋଟି ଟଙ୍କା ଅର୍ଥ ମନ୍ତ୍ରଣାଳୟକୁ ମଧ୍ୟ ଫେରସ୍ତ କରିଛି। ତେବେ ସେ ଏଭଳି ନିଷ୍ପତ୍ତି ନେବା ପଛର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ତେବେ କୋଭିଡ ସଂକ୍ରମଣ ହ୍ରାସ ହେତୁ ଟିକାରଣ ହୋଇଥିବା ଲୋକେଙ୍କ ସଂଖ୍ୟା କମିବାର ଲାଗିଛି । ଏଥିସିହିତ ଟିକାକରଣକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ କମିଥିବା ଦେଖିବାକୁ ମିଳିଛି । ଏତତ୍ ବ୍ୟତୀତ ଚଳିତ ବର୍ଷ ସରକାର ସମସ୍ତ ବୟସ୍କମାନଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ଅମୃତ ମହୋତ୍ସବ ନାମକ ୭୫ ଦିନିଆ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ଏହି ଟିକା ପାଇଁ ଅଧିକ ଲୋକଙ୍କର ଚାହିଦା ନଥିଲା। ଫଳରେ ୧.୮ କୋଟିରୁ ଅଧିକ ଟିକା ଏବେବି ସରକାରଙ୍କ ଷ୍ଟକରେ ଅଛି, ଯାହା ଟୀକାକରଣ ଅଭିଯାନକୁ ଆହୁରି କିଛି ମାସ ପର୍ଯ୍ୟନ୍ତ ଚଳାଇବା ପାଇଁ ଯଥେଷ୍ଟ ହେବ । ତେଣୁ ଏହି ସବୁ କାରଣକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଟିକା ନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର କହିଛନ୍ତି ଯେ କିଛି ମାସ ପରେ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ପବିବର୍ତ୍ତନ କରାଯିବ ।

Get real time updates directly on you device, subscribe now.