fbpx

ରୋହିତଙ୍କୁ ବାହାହେବେ କି ବାବର ? ବିଶ୍ୱକପ୍ ପୂର୍ବରୁ ଭାରତ ପାକିସ୍ତାନର ହେବ ମିଳନ!

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରୋହିତ ଶର୍ମା ଏବଂ ବାବର ଆଜମ । ଦୁହେଁ ଦୁହିଁଙ୍କୁ ବାହା ହେବାକୁ ଯାଉଛନ୍ତି । ସେଥିପାଇଁ ଏବେ ତାଙ୍କର ପ୍ରି ୱେଡିଂ ଫଟୋ ସୁଟ ମଧ୍ୟ ଚାଲିଛି । ଦୁହେଁ ଦୁହିଁଙ୍କ ଆଖିରେ ଆଖିକୁ ମିଶାଇ ଫଟୋ ସୁଟ କରୁଛନ୍ତି । ଏଥିସହିତ ପରସ୍ପରକୁ ଆଲିଙ୍ଗନ ମଧ୍ୟ କରୁଥିବା ଜଣାପଡିଛି । ତେବେ ଏପରି କିଛି କଥା ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯାହାକୁ ନେଇ କିକ୍ରେଟ ପ୍ରେମୀମାନେ ଉଭୟଙ୍କୁ ଟ୍ରୋଲ କରିବା ଆମମ୍ଭ କରିଦେଇଛନ୍ତି । ସେମାନେ ସୋସିଆଲ ମିଡିଆରେ ଦୁଇଜଣଙ୍କର ଫଟୋକୁ ଦେଖି ରୋହିତ ବାବାରଙ୍କର ପ୍ରି ୱେଡିଂ ଫଟୋ ସୁଟ ଚାଲିଛି ବୋଲି କହୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯୟୀ ଆଉ ମାତ୍ର କିଛି ଦିନ ପରେ ଟି ୨୦ ବିଶ୍ୱକପ୍ ଯୁଦ୍ଧ ଆରମ୍ଭ ହେବ । ଏହି ଟାଇଟଲ ହାତେଇବା ପାଇଁ ସବୁ ଦଳ ସେମାନଙ୍କର ଯୋରଦାର ପ୍ରସ୍ତୁତି ଚଳାଇଛନ୍ତି । ହେଲେ ଏହାରି ଭିତରେ ରୋହିତ ଶର୍ମା ଏବଂ ବାବର ଆଜମ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ ହେବାରେ ଲାଗିଛନ୍ତି । ଭାରତ ପାକିସ୍ତାନ ମ୍ୟାଚ ପୂର୍ବରୁ ଏଭଳି ଫଟୋ ଦେଖି ଲୋକେ ସେମାନଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା କରୁଛନ୍ତି । ଟି ୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ସବୁ ଦଳର ଅଧିନାୟକ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ । ଏହା ପ୍ରଥମ ଥର ହୋଇଛି ଯେଉଁଠାରେ ସବୁ ଦଳର ଅଧିନାୟକ ଏକା ସାଙ୍ଗରେ ପ୍ରେସକନଫ୍ରେନ୍ସ କରିଛନ୍ତି । ଏହି କନଫ୍ରେନ୍ସରେ ଅଷ୍ଟ୍ରଲିଆ ଅଧିନାୟକ ଏରୋନ ଫିଞ୍ଚ ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହି ଶର୍ମା ଙ୍କ ସହ ଅନ୍ୟ ଅଧିନାୟକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଟି ୨୦ ବିଶ୍ୱକପ୍ ପୂର୍ବରୁ ହୋଇଥିବା ଏହି କନଫ୍ରେନ୍ସରେ ସବୁ ଦଳର ଅଧିନାୟକ ଟ୍ରଫି ସହିତ ଫଟୋ ଉଠାଇବା ସହିତ ଅଧିନାୟକ ମାନଙ୍କର ମଧ୍ୟ ଫଟୋ ଉଠାଯାଇଥିଲା । ଏହାରି ଭିତରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଦୁହେଁ ମିଶି ଫଟୋ ଉଠାଇଥିଲେ । ଏହି ଫଟୋରେ ଦୁଇ ଦଳର ଅଧିନାୟକ ଦୁହେଁ ଦୁହିଁଙ୍କ ସହ ମଜା କରୁଥିବା ଏବଂ ହୁସୁଥିବାର ନଜର ଆସିଛନ୍ତି । ଏଥିସହିତ ରୋହିତ ଏବଂ ବାବର ଦୁହେଁ ଦୁହିଁଙ୍କୁ ଦେଖି ଫଟୋ ଉଠାଇଛନ୍ତି । ସତେ ଯେପରି ପ୍ରେମି ଯୁଗଳ ତାଙ୍କ ରିଙ୍ଗ ସେରିମନିରେ ଉଠାଇଥାନ୍ତି । ଯାହାକୁ ଦେଖିବା ପରେ ଲୋକେ ଦୁଇଜଣଙ୍କର ପ୍ରି ୱେଡିଂ ଫଟୋସୁଟ ଚାଲିଛି ବୋଲି ଟ୍ରୋଲ କରୁଛନ୍ତି ।

ଏହି ଫଟୋକୁ ନେଇ ଲୋକେ ବିଭିନ୍ନ ପ୍ରକାରର ମିମ୍ସ ମଧ୍ୟ ତିଆରି କରିବା ଆରମ୍ଭ କରିଦେଇଛନ୍ତି । ଏତତ୍ ବ୍ୟତୀତ ରୋହିତ ଏବଂ ବାବରଙ୍କ ଫଟୋକୁ ଦେଖି କିଛି ଲୋକ ତାଙ୍କୁ କରନ୍ ଅର୍ଜୁନର ଯୋଡି ବୋଲି କହୁଥିବା ବେଳେ ଆଉ କିଛି ଲୋକ ପ୍ରିୱେଡିଂ ଫଟୋ ସୁଟ ହେଉଛି କି ବୋଲି କହିଛନ୍ତି । କେବଳ ରୋହିତ ଏବଂ ବାବରଙ୍କୁ ନେଇ ଏମିତି ମିମ୍ସ ହୋଇନି । ଅନ୍ୟ ଦଳର ଅଧିନାୟକ ମାନଙ୍କୁ ନେଇ ମଧ୍ୟ ମିମ୍ସ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.