fbpx
BJD SKY
BJD SKY

ଭାରତରେ ୪୫୦୦ ଟଙ୍କାରେ ବିକ୍ରି ହୁଏ ୩୦୦ ମିଲି ମାଆ କ୍ଷୀର ! କାହିଁକି ରହିଛି ବ୍ରେଷ୍ଟ ମିଲ୍କର ଚାହିଦା

BJD

ନୂଆଦିଲ୍ଲୀ: ମାଆ କ୍ଷୀର ପ୍ରତି ଶିଶୁ ପାଇଁ ବହୁତ ପୁଷ୍ଟିକର ଖାଦ୍ୟ। ନବଜାତ କିମ୍ବା ଛୋଟ ପିଲା ମାଆ କ୍ଷୀର ପିଇଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ। ସଂକ୍ରମଣ ହେବାର ବିପଦ କମ ହୋଇଥାଏ ଏବଂ ଶିଶୁର ଶାରୀରିକ ବୃଦ୍ଧି ମଧ୍ୟ ଘଟିଥାଏ। ଗତ କିଛି ଦଶନ୍ଧିରେ ଦେଶ ଦୁନିଆରେ ଫ୍ରୋଜନ ବ୍ରେଷ୍ଟ କ୍ଷୀରର ଚାହିଦା ବେଶ ବଢିଥିବା ଦେଖିବାକୁ ମିଳିଛି। ନିକଟରେ ଭାରତୀୟ ଖାଦ୍ୟ ସଂରକ୍ଷଣ ଏବଂ ମାନକ ପ୍ରାଧିକରଣ(FSSAI) ମାଆ କ୍ଷୀର ବିକ୍ରି ଉପରେ କଠୋର ପଦକ୍ଷେପ ନେଇଛି। କୌଣସି ମାଆ କ୍ଷୀରରୁ ତିଆରି ଉତ୍ପାଦ କୌଣସି କମ୍ପାନି ବିକ୍ରି କରି ପାରିବେ ନାହିଁ। ଏମିତି କଲେ ଉକ୍ତ ସଂସ୍ଥା ଏବଂ କମ୍ପାନି ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଜୁଲାଇରେ ଭାରତରେ ବ୍ରେଷ୍ଟ ମିଲ୍କ ବିକ୍ରି କରୁଥିବା ଏସିଆର ଏକମାତ୍ର କମ୍ପାନି ନିୟୋଲେକ୍ଟା ଲାଇଫ ସାଇନ୍ସେସ ପ୍ରାଇଭେଟ୍ ଲିମିଟେଡକୁ ଡାଏରୀ ପ୍ରଡକ୍ଟ ଲାଇସେନ୍ସରେ ବ୍ରେଷ୍ଟ ମିଲ୍କ ବିକୁଥିବା ଅଭିଯୋଗରେ FSSAIଏହାର ଲାଇସେନ୍ସ ରଦ୍ଦ କରିଥିଲା। FSSAIର କହିବା କଥା ଭାରତରେ ମାଆ କ୍ଷୀର ବିକ୍ରି କରିବାର ଅନୁମତି ନାହିଁ। ଏହି କମ୍ପାନି ୩୦୦ ମିଲି ଫ୍ରୋଜନ କ୍ଷୀରକୁ ୪୫୦୦ ଟଙ୍କାରେ ବିକ୍ରି କରୁଥିଲା। ଅନ୍ୟପଟେ ଇଂଲଣ୍ଡରେ ବ୍ରେଷ୍ଟ ମିଲ୍କ ପ୍ରୋସେସିଂ କମ୍ପାନି ୫୦ ମିଲି ବ୍ରେଷ୍ଟ ମିଲ୍କୁ ୪୩୦୦ ଟଙ୍କା(୪୫ ପାଉଣ୍ଡ)ରେ ବିକ୍ରି କରିଥାଏ।

କାହିଁକି ରହିଛି ମାଆ କ୍ଷୀରର ଚାହିଦା
ଭାରତ, କମ୍ଵୋଡିଆ, ଆମେରିକା ଏବଂ ଇଂଲଣ୍ଡ ସହିତ ଦୁନିଆରେ ମାଆ କ୍ଷୀରର ଅଧିକ ପରିମାଣରେ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ଫ୍ରୋଜନ ବ୍ରେଷ୍ଟ କ୍ଷୀରର ଉତ୍ପାଦ ବି ବଜାରକୁ ଆସୁଛି। ଏହି ପ୍ରଡକ୍ଟକୁ ନ୍ୟୁଟ୍ରିସନ ନଷ୍ଟ ବିନା ତିଆରି କରାଯାଏ। ଏଥିରେ ଅଧିକ ଇମ୍ୟୁନିଟିରେ ଭରିବା ପାଇଁ ଅନ୍ୟ ସାମଗ୍ରୀର ମିଶ୍ରଣ କରାଯାଏ।

କୁହାଯାଏ ରୋଗୀଲା ଲୋକ, ବଡିବିଲଡର ଏବଂ ହେଲଡି ଡାଇଟ୍ ନେଉଥିବା ଲୋକେ ବ୍ରେଷ୍ଟ ମିଲକ ସେବନ କରିଥାନ୍ତି। ବ୍ରେଷ୍ଟ ମିଲକ ଅନେକ ମାମଲାରେ ହେଲଥ କେୟାର ଏବଂ ହସ୍ପିଟାଲକୁ ପଠାଯାଇଥାଏ। ଇଂଲଣ୍ଡର ଏକ କମ୍ପାନି ସେହି ମହିଳାଙ୍କୁ ଅନଲାଇନରେ ମାଆ କ୍ଷୀର ଯୋଗାଇ ଦେଇଥାଏ, ଯାହାଙ୍କର ବ୍ରେଷ୍ଟ ଫିଡିଂ କରାଇବାରେ ସମସ୍ୟା ହୋଇଥାଏ। ଏହି କାରଣରୁ ଦୁନିଆରେ ମାଆ କ୍ଷୀର ବା ବ୍ରେଷ୍ଟ ମିଲ୍କର ଚାହିଦା ବଢିବାରେ ଲାଗିଛି।

ବିନା ନିରାପଦ ଏବଂ ଅନୌପଚାରିକ ଭାବେ ମାଆ କ୍ଷୀର ବିକ୍ରିରେ ବିପଦ ହୋଇପାରେ। ବ୍ରେଷ୍ଟ ମିଲ୍କକୁ କାଢିବା ଏବଂ ମହଜୁଦ ରଖିବାର କିଛି ମାପଦଣ୍ଡ ରହିଛି। ଯଦି ମାପଦଣ୍ଡକୁ ଅନୁସରଣ କରାନଯାଏ ତେବେ କ୍ଷୀରରେ ଭାଇରସ୍ କିମ୍ବା ବ୍ୟାକ୍ଟେରିଆ ସୃଷ୍ଟି ହୋଇପାରେ। ଏହା ନବଜାତ, ପିଲା ଏବଂ ବୟସ୍କଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ବ୍ରେଷ୍ଟ ମିଲ୍କ ବିକୁଥିବା କମ୍ପାନି ଉଚିତ୍ ମାନଦଣ୍ଡ ଆପଣେଇଥାନ୍ତି।

କେମିତି କଢାଯାଏ ବ୍ରେଷ୍ଟ ମିଲ୍କ
ବ୍ରେଷ୍ଟ ମିଲ୍କ ପାଇବା ପାଇଁ ଏକ ସିଲ୍ଡ ରହିଥାଏ, ଯାହାକୁ ନିପଲରେ ଫିଟ୍ କରାଯାଏ। ଏହା ପରେ ଇଲେକ୍ଟ୍ରିକ ପମ୍ପ ସହାୟତାରେ କ୍ଷୀରକୁ କଢାଯାଏ। ବ୍ରେଷ୍ଟ ପମ୍ପ ଅନେକ ପ୍ରକାରର ହୋଇଥାଏ। ଯେମିତି କି ମାନୁଆଲ ବ୍ରେଷ୍ଟ ପମ୍ପ, ବ୍ୟାଟେରୀ ଅପରେଟେଡ୍ ବ୍ରେଷ୍ଟ ପମ୍ପ, ଇଲେକ୍ଟ୍ରିକ ବ୍ରେଷ୍ଟ ପମ୍ପ, ବଲବ ଷ୍ଟାଇଲ ବ୍ରେଷ୍ଟ ପମ୍ପ ଏବଂ ୟୁଜଡ ବେଷ୍ଟ ପମ୍ପ।

Get real time updates directly on you device, subscribe now.