fbpx

କାହିଁକି ଆଗକାଳରେ କାଠ ନିର୍ମିତ ସାମଗ୍ରୀକୁ କରୁଥିଲେ ବ୍ୟବହାର? ଜାଣନ୍ତୁ ଏହାର କାରଣ…

ଓଡିଶା ଭାସ୍କର: ଆଧୁନିକ ଚଳନୀ ଭିତରେ ବି ବେଳେ ବେଳେ ପାରମ୍ପାରିକ ଚଳନୀର ଝଲକ ଦେଖିବାକୁ ମିଳେ । ସେ ସୋଉକରେ ହେଉ ବିମ୍ବା ସଚେତନତା । ତେବେ ଆଜି ଜାଣିବା କାଠ ନିର୍ମିତ ସାମଗ୍ରୀ ଆମ ପାଇଁ କେତେ ଉପକାରୀ ହୋଇଥାଏ । ଚାମଚ୍ ହେଉ କି ଚଟୁ ଏବେ ରୋଷେଇ ଘରେ ଦେଖିବାକୁ ମିଳୁଛି ନାନା କିଷମର କାଠ ଉପକରଣ । ପୂର୍ବ ଅପେକ୍ଷା ଏସବୁର ଆଦର ବଢିଛି । ସବୁ ଘରେ କାଠର କିଛି ନା କିଛା ଉପକରଣ ଦେଖିବାକୁ ମିଳୁଛି । ସହିଳା ମାନେ ସବୁଠୁ ଅଧିକ କାଠର ଚାମଚକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଆପଣ କଣ ଏସବୁ କେବେ ବ୍ୟବହାର କରିଛନ୍ତି କି । ଏହାର ସବୁଠୁ ବଡ ଫାଇଦା ଏହା କୌଣସି ବାସନରେ ଦାଗ କରେ ନାହିଁ । ବ୍ୟବହାର କରିବାକୁ ବି ଏହା ସହଜ ହୋଇଥାଏ । ସଫା କରିବାତ୍କୁ ବି ସହଜ ହୋଇଥାଏ ।

ଏହାକୁ ଆପଣ ଯେକୌଣସି ରୋଷେଇ ପାତ୍ରରେ ବ୍ୟବହାର କରିପାରିବେ । ବାସନରେ ଲାଖିଥିବା ବାସନକୁ ବି ସଫା କରିବାକୁ ସହଜ କରିଥାଏ । ରୋଷେଇ ବେଳେ ଏହାକୁ କରେଇ ଉପରେ ରଖିଲେ ତାତିବାର କି ଚେଙ୍କ ଲାଗିବାର ଭୟ ନଥାଏ । ଆଗରୁ ଅଧିକାଂଶ ଲୋକ ମାଟି ବାସନ ବ୍ୟବହାର କରୁଥିଲେ ସେଥିଲାଗି କାଠ ନିର୍ମିତ ସାଗଗ୍ରୀ ଉପରେ ଗୁରୁତ୍ଵ ଦେଉଥିଲେ । ଯାହା କି ମାଟି ବାସନର କୌଣସି କ୍ଷତି ହେଉ ନ ଥିଲା । ସେଥିପାଇଁ ଆଗକାଳର ଲୋକ ମାନେ କାଠ ସାମଗ୍ରୀର ଅଧିକ ପ୍ରଚଳନ କରୁଥିଲେ ।

Get real time updates directly on you device, subscribe now.