fbpx

ଏଲନ ମସ୍କଙ୍କ ଏହି ବଡ କମ୍ପାନୀରେ ଯିବ ୬,୦୦୦ଲୋକଙ୍କ ଚାକିରୀ, କାରଣ କ’ଣ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ: ଅରବପତି ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରିଦେଇଛି । ଜାନୁୟାରୀ-ମାର୍ଚ୍ଚ ୩ ମାସ ସୁଦ୍ଧା କମ୍ପାନୀର ମୋଟ ଲାଭ ୫୫% ପର୍ଯ୍ୟନ୍ତ ହ୍ରାସ ପାଇଛି । ଗୋଟିଏ ପଟେ କମ୍ପାନୀର ତ୍ରୈମାସିକ ଫଳାଫଳ ଘୋଷିତ କରଯିବା ବେଳେ ଅନ୍ୟପଟେ କମ୍ପାନୀ ବଡ ଧରଣର କର୍ମଚାରୀ ଛଟେଇ କରିବା ନେଇ ଘୋଷଣା କରିଛି । ଖର୍ଚ୍ଚ ହ୍ରାସ ବାହାନାରେ କମ୍ପାନୀ ପ୍ରାୟ ୬,୦୦୦ଲୋକଙ୍‌କୁ ଚାକିରୀରୁ ଛଟେଇ କରିବାର ଯୋଜନା କରିଛି ।

ଟେସଲାର ତ୍ରୈମାସିକ ଫଳାଫଳ ବିଷୟରେ ନଜର ପକାଇଲେ ଦେଖିବାକୁ ମିଳୁଛି ୩୧ ମାର୍ଚ୍ଚ ୨୦୨୪ରେ ସମାପ୍ତ ପ୍ରଥମ ତିନି ମାସରେ କମ୍ପାନୀର ନେଟ୍ ପ୍ରଫିଟ୍ ୧.୧୩ ଅରବ ଡଲାର ରହିଛଇ । କିନ୍ତୁ ବର୍ଷକ ତଳର ସମାନ ସମୟରେ କମ୍ପାନୀର ଲାଭ ୨.୫୧ ଅରବ ଡଲାର ରହିଥିଲା । ଏହାର ଅର୍ଥ କମ୍ପାନୀର ଲାଭ ୫୫% ହ୍ରାସ ପାଇଛି । ଲାଭ କମିବା ସହିତ ଟେସଲାର ରାଜସ୍ୱରେ ବି ୨୦୨୦ ପରେ ପ୍ରଥମ ଥର ହ୍ରାସ ପରିଲକ୍ଷିତ ହୋଇଛି ।

ତେବେ ଟେସଲାର ତ୍ରୈମାସିକ ଲାଭ ହ୍ରାସ ଘଟିବାକୁ ନେଇ ପୂର୍ବରୁ ଅନୁମାନ ଲଗାଯାଇଥିଲା ଓ ଟେସଲା ବଡ ଧରଣର ଛଟେଇ କରିବ ବୋଲି ମଧ୍ୟ ଘୋଷଣା କରିଥିଲା । ଏକ ରିପୋର୍ଟ ଅନୁସାରେ ଏଲନ୍ ମସ୍କ ୬,୦୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରିବା ନେଇ ଘୋଷଣା କରିଛନ୍ତି । କମ୍ପାନୀ ପକ୍ଷରୁ ଲିଷ୍ଟ ପ୍ରସ୍ତୁତ ହୋଇଯାଇଛି ଓ ଏହା ଜରିଆରେ ଟେସଲାର କାଲିଫର୍ଣ୍ଣିଆ ୟୁନିଟ୍‌ରୁ ୩,୩୩୨ ଓ ଟେକ୍ସାସ୍ ୟୁନିଟରୁ ୨,୬୮୮ କର୍ମଚାରୀଙ୍କୁ ବାହାର କରିଦିଆଯିବ । କମ୍ପାନୀର ଏହି ଛଟେଇ ପ୍ରକ୍ରିୟା ୧୪ ଜୁନ୍ ୨୦୨୪ରୁ ଆରମ୍ଭ ହେବ ।

Get real time updates directly on you device, subscribe now.