କାହିଁକି ଓଭାଲ୍ ଟେଷ୍ଟରୁ ବାଦ୍ ପଡିଲେ ବେନ୍ ଷ୍ଟୋକ୍ସ, ବୟାନରୁ ସାମ୍ନାକୁ ଆସିଲା ସତ

ଏହି କାରଣ ପାଇଁ ଶେଷ ମ୍ୟାଚ୍ ଖେଳିବେନି ବେନ୍ ଷ୍ଟୋକ୍ସ।

ନୂଆଦିଲ୍ଲୀ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ପାଇଁ ଇଂଲଣ୍ଡ ତାର ପ୍ଲେଇଂ ୧୧ ଖେଳାଳି ଘୋଷଣା କରିଛି। ଯେଉଁଥିରୁ ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସ ବାଦ୍ ପଡିଛନ୍ତି। ହେଲେ କାହିଁକି?

ଯଦି ଦେଖିବା ଆୟୋଜକ ଇଂଲଣ୍ଡ ଏଥିରେ ମୋଟ ୪ଟି ବଡ଼ ପରିବର୍ତ୍ତନ କରିଛି। ଯେଉଁଥିରେ ଅଧିନାୟକ ବେନ୍ ଷ୍ଟୋକ୍ସ, ଯିଏ ବର୍ତ୍ତମାନ ସିରିଜରେ ସର୍ବାଧିକ ୱିକେଟ ନେଇ ଶୀର୍ଷରେ ଅଛନ୍ତି ସେହିଁ ଏହି ମ୍ୟାଚରେ ବାଦ୍ ପଡିଛନ୍ତି।

ପ୍ରକୃତ କାରଣ ହେଉଛି ଷ୍ଟୋକ୍ସଙ୍କ କାନ୍ଧରେ ଆଘାତ ଲାଗିଥିବା କାରଣରୁ ସେ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି।  ଓଭାଲ ଟେଷ୍ଟ ମ୍ୟାଚର ପ୍ଲେଇଁ ୧୧ ଘୋଷଣା ହେବା ପରେ ବେନ୍ ଷ୍ଟୋକ୍ସ ନିଜେ ତାଙ୍କ ଆଘାତ ବିଷୟରେ ପ୍ରକାଶ କରିଥିଲେ ଏବଂ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରୁ କାହିଁକି ଦୂରେଇ ରହିବାକୁ ନିଷ୍ପତ୍ତି ନେବାକୁ ପଡିଲା ସେ ସମ୍ପର୍କରେ କହିଥିଲେ।

ମୁଁ ମ୍ୟାଚ୍ ରୁ ବାହାର ହେବାକୁ ଚାହୁଁନଥିଲି: ଭାରତ ବିପକ୍ଷରେ ଓଭାଲ୍ ଟେଷ୍ଟ ମ୍ୟାଚ୍ ରୁ ବାହାରେ ରହିବା ପରେ, ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ମୁଁ ଏହି ମ୍ୟାଚ୍ ରୁ ବାହାରେ ରହିବା ପାଇଁ ପ୍ରକୃତରେ ଚାହୁଁନଥିଲି।

କିନ୍ତୁ ମୋ ଡାହାଣ କାନ୍ଧରେ ଏତେ ଜୋରେ ଗମ୍ଭୀର ଆଘାତ ଲାଗିଥିଲା ଯେ ମତେ ମ୍ୟାଚରୁ ବିଦା ହେବାକୁ ପଡିଲା। ତେଣୁ ଏବେ ମତେ ନିଜ ଘରକୁ ଫେରିବାକୁ ପଡିବ।

ଯାହାଦ୍ୱାରା ମୁଁ ଏହି ବର୍ଷ ଶେଷ ଆଡକୁ ଆସେସ୍ ସିରିଜ୍ ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ଫିଟ୍ କରିପାରିବି।  ଆପଣଙ୍କୁ କହି ରଖୁଛୁ ଯେ ଏହି ଟେଷ୍ଟ ସିରିଜର ସମସ୍ତ ଚାରୋଟି ମ୍ୟାଚ୍ ରେ ବେନ୍ ଷ୍ଟୋକ୍ସ ତାଙ୍କ ବୋଲିଂ ଦ୍ୱାରା ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏହା ବ୍ୟତୀତ ମାଞ୍ଚେଷ୍ଟର ଟେଷ୍ଟ ମ୍ୟାଚ୍ ରେ ଷ୍ଟୋକ୍ସ ବ୍ୟାଟିଂରେ ମଧ୍ୟ ଶତକ ହାସଲ କରିଥିଲେ ଏବଂ ବୋଲିଂରେ ମଧ୍ୟ ନିଜର ଯାଦୁ ଦେଖାଇଥିଲେ।

ଅଲି ପୋପ୍ ହେଲେ ଅଧିନାୟକ: ଓଭାଲ୍ ଟେଷ୍ଟ ମ୍ୟାଚ୍‌ରେ ବେନ୍ ଷ୍ଟୋକ୍ସଙ୍କୁ ବାଦ ଦିଆଯିବା ପରେ, ଅଲି ପୋପ୍‌ଙ୍କୁ ଶେଷ ମ୍ୟାଚ୍‌ ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଏହା ବ୍ୟତୀତ ଯଦି ଆମେ ଇଂଲଣ୍ଡ ଦଳରେ ଅନ୍ୟ ପରିବର୍ତ୍ତନ ବିଷୟରେ ଆଲୋଚନା କରିବା, ତେବେ ଜ୍ୟାକବ୍ ବେଥେଲ୍, ଜେମି ଓଭରଟନ୍, ଜୋଶ୍ ଟଙ୍ଗ୍ ଏବଂ ଗସ୍ ଆଟକିନସନ୍‌ଙ୍କୁ ଏଥିରେ ସ୍ଥାନ ମିଳିଛି। ଯେଉଁଥିରେ ଏହା ସ୍ପଷ୍ଟ ଯେ ଇଂଲଣ୍ଡ ଦଳ ଏଥର କୌଣସି ଭଲ ସ୍ପିନରଙ୍କ ବିନା  ମ୍ୟାଚ୍‌ ଖେଳିବ।