fbpx

କାହିଁକି ବନ୍ଦ ଥିଲା ଜଗନ୍ନାଥ ମନ୍ଦିରର ୩ ଦ୍ୱାର ? କ’ଣ ରହିଛି ଏହି ଦ୍ୱାର ପଛର କାହାଣୀ

Advertisement

ଓଡ଼ିଶା ଭାସ୍କର: ଓଡ଼ିଶାରେ ବିଜେପିର ନବନିର୍ବାଚିତ ସରକାର ପୁରୀ ଜଗନ୍ନାଥ ମନ୍ଦିରର ୩ ଦ୍ୱାର ଖୋଲି ଦେଇଛନ୍ତି । ମନ୍ଦିରର ଏହି ୩ ଦ୍ୱାର କିଛି ବର୍ଷ ଧରି ବନ୍ଦ ଥିଲା ।
ପୁରୀ ଜଗନ୍ନାଥ ମନ୍ଦିରର ୪ ଗେଟ୍ ଖୋଲି ଦିଆଯାଇଛି । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏହାର ଘୋଷଣାପତ୍ରରେ ଜଗନ୍ନାଥ ମନ୍ଦିରର ସମସ୍ତ ଗେଟ୍ ଖୋଲାଯିବା ନେଇ ପ୍ରତିଶ୍ରୁତି ଦେଇଥିଲା ଓ ନବନିର୍ବାଚିତ ସରକାର କ୍ଷମତାକୁ ଆସିବା ପରେ ୪ ଗେଟ୍ ଖୋଲି ଦେଇଛନ୍ତି । ଏବେ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ୪ ଗେଟ୍ ଦେଇ ମନ୍ଦିରରେ ପ୍ରବେଶ କରିପାରିବେ । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଏହି ୩ ଦ୍ୱାର କାହିଁକି ବନ୍ଦ ରଖାଯାଇଥିଲା ଓ ଏବେ ଏହି ଗେଟ୍ ଖୋଲାଯିବା ପରେ କ’ଣ ପରିବର୍ତ୍ତନ ହେବ ।

ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବା ଲାଗି ୪ ଦ୍ୱାର ରହିଛି । ଏହି ୪ ଦ୍ୱାରର ନାମ ସିଂହ ଦ୍ୱାର, ଅଶ୍ୱ ଦ୍ୱାର, ବ୍ୟାଘ୍ର ଦ୍ୱାର ଓ ହସ୍ତୀ ଦ୍ୱାର । ପ୍ରଥମେ ଆପଣଙ୍କୁ ସୂଚାଇ ଦେଉଛୁ କି ଜଗନ୍ନାଥ ମନ୍ଦିରର ଏହି ୪ ଦ୍ୱାର ସବୁବେଳେ ବନ୍ଦ ରହେ ନାହିଁ । କିଛି ବର୍ଷ ପୂର୍ବେ ହିଁ ଏହି ଦ୍ୱାର ବନ୍ଦ କରିଦିଆଯାଇଥିଲା । କେବଳ ସିଂହଦ୍ୱାର ଖୋଲାଥିଲା ଓ ଏହି ଦ୍ୱାର ଦେଇ ଭକ୍ତଙ୍କ ଯା’ଆସ ହେଉଥିଲା ।

ତେବେ କରୋନା ମହାମାରୀ ସମୟରେ ଅର୍ଥାତ୍ ୨୦୧୯ରେ ୩ ଦ୍ୱାର ବନ୍ଦ କରି ଦିଆଯାଇଥିଲା । ଭିଡ ନିୟନ୍ତ୍ରଣ କରିବା ଲାଗି ଓ ସାମାଜିକ ଦୂରତା ରକ୍ଷା କରିବା ଲାଗି ଏହି ଦ୍ୱାର ବନ୍ଦ କରିଦିଆଯାଇଥିଲା । ବିଜେପି ନିର୍ବାଚନ ପୂର୍ବରୁ ଏହି ଗେଟ୍ ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲା । ଗୋଟିଏ ଦ୍ୱାରରେ ପ୍ରବେଶ କରିବା କାରଣରୁ ଦର୍ଶନ ଲାଗି ଲୋକଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା ।
କ’ଣ ରହିଛି ୪ ଦ୍ୱାରର କାହାଣୀ:
ସିଂହ ଦ୍ୱାର: ଏହି ୪ ଦ୍ୱାର ୪ ଦିଗରେ ରହିଛି ଓ ଏହା ପଶୁଙ୍କ ନାମରେ ନାମକରଣ କରାଯାଇଛି । ସିଂହ ଦ୍ୱାର ମନ୍ଦିରର ପୂର୍ବ ଦିଗରେ ରହିଛି ଓ ସିଂହ ନାମରେ ନାମିତ । ଏହା ମନ୍ଦିରକୁ ପ୍ରବେଶ କରିବାର ମୁଖ୍ୟ ଦ୍ୱାର ଓ ଏହାକୁ ମୋକ୍ଷ ଦ୍ୱାର କୁହାଯାଏ ।
ବ୍ୟାଘ୍ର ଦ୍ୱାର: ଏହା ବାଘ ନାମରେ ନାମିତ ଓ ଏହା ଆଶା ଆକାଂକ୍ଷାର ପ୍ରତୀକ । ଏହି ଦ୍ୱାର ପଶ୍ଚିମ ଦିଗରେ ରହିଛି ଓ ଏହି ଦ୍ୱାର ଦେଇ ସନ୍ଥ ଓ ଖାସ୍ ଭକ୍ତ ପ୍ରବେଶ କରିଥାନ୍ତି ।
ହସ୍ତୀ ଦ୍ୱାର: ଏହି ଦ୍ୱାର ହାତୀ ନାମରେ ନାମିତ ଓ ଏହା ଉତ୍ତର ଦିଗରେ ରହିଛି । ହାତୀକୁ ଧନ ଦେବୀ ଲକ୍ଷ୍ମୀଙ୍କ ବାହାନ ମନେ କରାଯାଏ । ଏହି ଦ୍ୱାରର ଦୁଇ ପଟେ ହାତୀ ଆକୃତି ନିର୍ମାଣ କରାଯାଇଛି ।
ଅଶ୍ୱ ଦ୍ୱାର: ଏହି ଦ୍ୱାର ଦକ୍ଷିଣ ଦିଗରେ ରହିଛି ଓ ଘୋଡା ଏହାର ପ୍ରତୀକ । ଏହାକୁ ବିଜୟର ଦ୍ୱାର ବି କୁହାଯାଏ । ପୂର୍ବରୁ ବିଜୟର କାମନା କରି ଯୋଦ୍ଧା ଏହି ଦ୍ୱାରର ବ୍ୟବହାର କରୁଥିଲେ ।

Get real time updates directly on you device, subscribe now.